Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହିନ୍ଦୁଜା ଗ୍ରୁପ୍ ଅଧ୍ୟକ୍ଷ ଗୋପୀଚନ୍ଦଙ୍କ ପରଲୋକ

ନୂଆଦିଲ୍ଲୀ,୫|୧୧: ହିନ୍ଦୁଜା ଗ୍ରୁପର ଅଧ୍ୟକ୍ଷ ଗୋପୀଚାନ୍ଦ ପି. ହିନ୍ଦୁଜାଙ୍କର ଲଣ୍ଡନର ଏକ ହସ୍ପିଟାଲରେ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। ସେ ଚାରି ହିନ୍ଦୁଜା ଭାଇଙ୍କ ମଧ୍ୟରୁ ଦ୍ୱିତୀୟ। ବଡ଼ ଭାଇ ଶ୍ରୀଚନ୍ଦ ହିନ୍ଦୁଜାଙ୍କ ମୃତ୍ୟୁ ୨୦୨୩ ମସିହାରେ ହୋଇଥିଲା। ଶ୍ରୀଚନ୍ଦ ହିନ୍ଦୁଜାଙ୍କ ଦେହାନ୍ତ ପରେ ଗୋପୀଚନ୍ଦ କମ୍ପାନିର ଅଧ୍ୟକ୍ଷ ଭାବରେ ଦାୟିତ୍ୱ ତୁଲାଇଥିଲେ | ଅନ୍ୟ ଦୁଇ ଭାଇ ହେଉଛନ୍ତି ପ୍ରକାଶ ହିନ୍ଦୁଜା ଏବଂ ଅଶୋକ ହିନ୍ଦୁଜା। ଗୋପୀଚନ୍ଦ ପି ହିନ୍ଦୁଜାଙ୍କ ଦୁଇ ପୁଅ ଓ ଗୋଟିଏ ଝିଅ ଅଛନ୍ତି |

ବ୍ୟବସାୟିକ ମହଲରେ ‘ଜିପି’ ଭାବରେ ଜଣାଶୁଣା, ଗୋପୀଚାନ୍ଦ ହିନ୍ଦୁଜା ୧୯୫୦ ମସିହାରେ ପାରିବାରିକ ବ୍ୟବସାୟରେ ଯୋଗ ଦେଇଥିଲେ ଏବଂ ହିନ୍ଦୁଜା ଗ୍ରୁପ୍‌ର କମ୍ପାନୀ ତାଙ୍କ ନେତୃତ୍ବରେ ବ୍ୟବସାୟ ଶକ୍ତି ଓ ଭିତ୍ତିଭୂମି ବିକାଶ ଆଡ଼କୁ ସମ୍ପ୍ରସାରିତ ହୋଇଥିଲା। ବାଣିଜ୍ୟ କାର୍ଯ୍ୟରୁ ଏକ ଆନ୍ତର୍ଜାତୀୟ ବ୍ୟବସାୟିକ ଅନୁଷ୍ଠାନରେ ପରିଣତ କରିବାର ଶ୍ରେୟ ତାଙ୍କୁ ଦିଆଯାଏ।

କମ୍ପାନୀର ୱେବସାଇଟ୍ ଅନୁଯାୟୀ, ବମ୍ବେ ଜୟ ହିନ୍ଦ କଲେଜରୁ ସ୍ନାତକ କରିଥିବା ଗୋପୀଚାନ୍ଦ ୱେଷ୍ଟମିନିଷ୍ଟର ବିଶ୍ୱବିଦ୍ୟାଳୟ ଏବଂ ରିଚମଣ୍ଡ କଲେଜରୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ହାସଲ କରିଥିଲେ।
ହିନ୍ଦୁଜା ଗ୍ରୁପ୍‌ର ଏଗାରଟି କ୍ଷେତ୍ରରେ ବ୍ୟବସାୟ ଅଛି, ଯେଉଁଥିରେ ଅଟୋମୋଟିଭ୍, ବ୍ୟାଙ୍କିଙ୍ଗ୍ ଏବଂ ଫାଇନାନ୍ସ, ଆଇଟି, ସ୍ୱାସ୍ଥ୍ୟସେବା, ରିଅଲ୍ ଇଷ୍ଟେଟ୍, ଶକ୍ତି, ମିଡିଆ ଏବଂ ମନୋରଞ୍ଜନ ଅନ୍ତର୍ଭୁକ୍ତ। ଏହାର କିଛି ଜଣାଶୁଣା ବ୍ରାଣ୍ଡ ମଧ୍ୟରେ ଅଶୋକ ଲେଲ୍ୟାଣ୍ଡ, ଇଣ୍ଡସଇଣ୍ଡ୍ ବ୍ୟାଙ୍କ ଏବଂ NXTDIGITAL ଲିମିଟେଡ୍ ମଧ୍ୟ ଅନ୍ତର୍ଭୁକ୍ତ।

ସଣ୍ଡେ ଟାଇମ୍ସ ଧନୀ ତାଲିକା ୨୦୨୫ ଅନୁସାରେ ଗୋପୀଚାନ୍ଦ ହିନ୍ଦୁଜାଙ୍କୁ ବ୍ରିଟେନର ସବୁଠାରୁ ବଡ ଧନୀ ଭାବରେ ପରିଗଣିତ କରାଯାଇଛି | ତାଙ୍କ ସମ୍ପତ୍ତି ପରିମାଣ ହେଉଛି ୩୨.୩ ବିଲିୟନ ପାଉଣ୍ଡ୍‌। 

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ