Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମ୍ମୁ-କାଶ୍ମୀରରେ ୩୭୦ ଲାଗୁ ନହେବା ଯାଏଁ ନିର୍ବାଚନ ଲଢିବି ନାହିଁ: ମେହବୁବାଙ୍କ ବଡ଼ ଘୋଷଣା

ବେଙ୍ଗାଲୁରୁ: ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି ରବିବାର ବଡ଼ ଘୋଷଣା କରିଛନ୍ତି। ସେ କେନ୍ଦ୍ର ସରକାରଙ୍କୁ ଶାଣିତ ସ୍ଵରରେ ସମାଲୋଚନା କରି କହିଛନ୍ତି, ଆଗେ କେବଳ ପାକିସ୍ତାନ ଜମ୍ମୁ-କାଶ୍ମୀର ମାମଲାରେ ହସ୍ତକ୍ଷେପ କରୁଥିଲା। ଏବେ ତ ଚୀନ ବି ଏମିତି କରୁଛି। ଅନୁଚ୍ଛେଦ ୩୭୦ ଉଚ୍ଛେଦର ପରିଣାମ ଏହା ବୋଲି ମେହବୁବା କହିଛନ୍ତି। ଯେ ପର୍ଯ୍ୟନ୍ତ ରାଜ୍ୟରେ ଧାରା ୩୭୦ ପୁନର୍ବାର ଲାଗୁ ନକରାଯାଇଛି ସେ ପର୍ଯ୍ୟନ୍ତ ସେ ନିର୍ବାଚନ ଲଢିବେ ନାହିଁ।

ମେହବୁବା ମୁଫତି ରବିବାର ବେଙ୍ଗାଲୁରୁରେ କହିଛନ୍ତି, ଚୀନ ଏବେ ଜମ୍ମୁ-କାଶ୍ମୀର ମାମଲାରେ ହସ୍ତକ୍ଷେପ କରୁଛି। ପ୍ରଥମେ କେବଳ ଏହି କାମ ପାକିସ୍ତାନ କରୁଥିଲା। ବିଜେପିର ଅନୁଚ୍ଛେଦ-୩୭୦ ଉଚ୍ଛେଦ କରିବାର ପରିଣାମର ଫଳ ଆଜି ଏହା ଦେଖିବାକୁ ପଡ଼ୁଛି। ଏଥିସହ ସେ କହିଛନ୍ତି, ଅନୁଚ୍ଛେଦ ୩୭୦ ଲାଗୁ ନହେବା ଯାଏ ସେ ବିଧାନସଭା ନିର୍ବାଚନ ଲଢିବେ ନାହିଁ, କିନ୍ତୁ ତାଙ୍କ ପାର୍ଟି ନିର୍ବାଚନ ଲଢିବ।

ଜମ୍ମୁ-କାଶ୍ମୀରକୁ ଖୋଲା ଜେଲ୍ ଦର୍ଶାଇ ମୁଫତି କହିଛନ୍ତି, ଆମ ସମସ୍ତଙ୍କ ପାସପୋର୍ଟ ଜବତ କରି ନିଆଗଲା। ଯଦି ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରିବାର ସହିତ ଏମିତି କରାଯାଉଛି, ତେବେ ଏହା ଯେ କୌଣସି ଲୋକଙ୍କ ସହ ହୋଇପାରିବ। ଜମ୍ମୁ-କାଶ୍ମୀରର ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ସଂଘବାଦର ସବୁଠୁ ବଡ଼ ଉଦାହରଣ ଥିଲା, ମାତ୍ର ଏହାକୁ ଉଚ୍ଛେଦ କରି ରାଜ୍ୟର ବିଭାଜନ କରାଗଲା ବୋଲି ମୁଫତି କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ