Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂଆପଡାରେ ଫୁଟିଛି ପଦ୍ମ ; ଆଜି ଶପଥ ଗ୍ରହଣ କରିବେ ଜୟ ଢୋଲକିଆ

ନୂଆପଡା;୨୦|୧୧: ନୂଆପଡ଼ା ଉପନିର୍ବାଚନର ଫଳାଫଳ ବାହାରିବା ପରେ ଆଜି ଶପଥ ଗ୍ରହଣ କରିବେ ଜୟ ଢୋଲକିଆ। ବାଜି ମାରିଥିବା ଏହି ଦଳ ପାଇଁ ଆଜି ଶପଥ ଗ୍ରହଣ କରିବେ | ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି | ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବିଶାଳ ବିଜୟ ହାସଲ କରିଛନ୍ତି । ମୋଟ ୮୩ ହଜାରରୁ ଅଧିକ ଭୋଟ୍‌ରେ ଜୟ ଢୋଲକିଆ ନୂଆପଡ଼ା ଉପନିର୍ବାଚନରେ ବିଜୟୀ ହୋଇଛନ୍ତି। ନୂଆପଡ଼ାର ନବନିର୍ବାଚିତ ବିଧାୟକ ଜୟ ଢୋଲକିଆ ଆଜି ଶପଥ ଗ୍ରହଣ କରିବେ। ବାଚସ୍ପତି ସୁରମା ପାଢ଼ୀ ଅପରାହ୍ନ ପ୍ରାୟ ଗୋଟାଏ ବେଳେ ଜୟଙ୍କୁ ଶପଥ ପାଠ କରାଇବେ। ଏହି କାର୍ଯ୍ୟକ୍ରମରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଓ ଅନ୍ୟ ବିଧାୟକ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି ।

ପ୍ରାୟ ୧୦ ବର୍ଷର ବ୍ୟବଧାନ ପରେ ପୁଣି ନୂଆପଡ଼ାରେ ବିଜେପିର ଆଗମନ ହୋଇଛି । ଏହାର ପୂର୍ବ ନିର୍ବାଚନମାନଙ୍କରେ ନୂଆପଡ଼ା ଯିଏକି ବିଜେଡିର ଗଡ଼ ଭାବେ ପରିଚିତ ଥିଲା | କିନ୍ତୁ ଏହି ନିର୍ବାଚନରେ ପରିସ୍ଥିତି ସମ୍ପୂର୍ଣ୍ଣ ଭାବରେ ବଦଳି ଯାଇଛି | ଏବେ ବିଜେଡିର ଶଙ୍ଖ ଶବ୍ଦ ବଦଳରେ ଏବେ ନୂଆପଡାରେ ବିଜେପିର ପଦ୍ମ ଫୁଟିଛି | ପଦ୍ମ ଫୁଟିବା ସହିତ ମୋଦି ଲହର ମଧ୍ୟ ଖେଳିଛି |

କାମ ଦେଲାନି ନବୀନଙ୍କ ଡବଲ ରାଲି । ଗଡ ବଞ୍ଚାଇବାରେ ଫେଲ୍‌ ମାରିଲେ ବିଜେଡି ସୁପ୍ରିମୋ । ଚିତପଟାଙ୍ଗ ମାରିଲା କଂଗ୍ରେସ । ମୋଟ ୮୩୭୪୮ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । କଂଗ୍ରେସ ପ୍ରାର୍ଥୀ ଦ୍ବିତୀୟ ସ୍ଥାନ ଓ ବିଜେଡି ପ୍ରାର୍ଥୀ ତୃତୀୟ ସ୍ଥାନରେ ରହିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ