ଥରିଲା କୋଲକାତା, ଆତଙ୍କିତ ଅବସ୍ଥାରେ ଲୋକେ
କୋଲକାତା୨୧|୧୧: ଶୁକ୍ରବାର ସକାଳେ ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ସକାଳୁ ଥରିଲା କୋଲକାତା ସହର । ଆଜି ସକାଳ ୧୦ଟା ୧୦ ମିନିଟରେ କୋଲକାତାରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୬ ରହିଥିବା ସୂଚନା ରହିଛି।
ଏହାର କେନ୍ଦ୍ରସ୍ଥଳ ବାଂଲାଦେଶର ଟୁଙ୍ଗିରେ ହୋଇଥିବା ଜଣାପଡ଼ିଛି । ତେବେ ଭୂମିକମ୍ପରେ ଆତଙ୍କିତ ହୋଇ ଲୋକମାନେ ଘରୁ ବାହାରକୁ ବାହାରି ଆସିଥିଲେ। କୋଲକାତା, ଆଖପାଖ ଜିଲ୍ଲା ଏବଂ ଉତ୍ତର ବଙ୍ଗରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। କୁଚବିହାର ଏବଂ ଦିନାଜପୁରରେ ମଧ୍ୟ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ତେବେ ଭୁମିକମ୍ପରେ କିଛି କ୍ଷୟକ୍ଷତି ହେବାର ସ୍ପଷ୍ଟ ସୂଚନା ମିଳିନାହିଁ |

