Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାକିସ୍ତାନକୁ ୮ଟି ବୁଡ଼ାଜାହାଜ ଦେଉଛି ଚୀନ୍; ସମୁଦ୍ର ଭିତରେ ଶତ୍ରୁକୁ ଚକମା ଦେବ

ନୂଆଦିଲ୍ଲୀ,୨୧|୧୧: ଯୁଦ୍ଧ ପାଇଁ ନିଜକୁ ପ୍ରସ୍ତୁତ କରୁଛି ପାକିସ୍ତାନ | ଏବେ ସମୁଦ୍ର ପଥରେ ପାକିସ୍ତାନ ନିଜର ଶକ୍ତି ବଢେଇବାକୁ ଯାଉଛି | ସୂଚନା ମୁତାବକ, ପାକିସ୍ତାନକୁ ଚୀନ ଦେବାକୁ ଯାଉଛି ୮ଟି ଉନ୍ନତମାନର ସବମରିନ୍( ବୁଡ଼ାଜାହାଜ) । ଯାହାକି AIP ସିଷ୍ଟମ ଲେସ୍ ହେଇଥିବାବେଳେ ଶତ୍ରୁକୁ ଚକମା ଦେବାରେ ପୁରା ପୁରି ସକ୍ଷମ ହେବ | ଏହି ସବମରିନ୍ ଗୁଡିକ ଘଣ୍ଟା ଘଣ୍ଟା ଧରି ସମୁଦ୍ର ଭିତରେ ଲୁଚି ରହିବାକୁ ସକ୍ଷମ । ଏହି ଖବର ଭାରତ ପାଇଁ ଏକ ନୂଆ ଆଶଙ୍କା ସୃଷ୍ଟି କରିଛି ।

ସୂଚନା ଅନୁସାରେ, ଚୀନ୍ ପାକିସ୍ତାନକୁ ଏହି ୮ଟି ସବମରିନ୍ ଦେବାକୁ ଯାଉଛି । ଯାହା ଭିତରୁ ଏବେ ୪ଟି ସବମରିନର କାମ ଚୀନରେ ଚାଲିଛି ଏବଂ ଅନ୍ୟ ଆଉ ୪ଟି ସବମରିନର କାମ ପାକିସ୍ତାନରେ ଚାଲିଥିବାର ସୂଚନା ରହିଛି | ୨୦୨୬ ସୁଦ୍ଧା ପ୍ରଥମ ସବମରିନ୍ ପାକିସ୍ତାନ ଆର୍ମିଫୋର୍ସରେ ସାମିଲ କରାଯିବାକୁ ଥିବା ବେଳେ ୨୦୨୮ ସୁଦ୍ଧା ସବୁ ସବମରିନ୍ ପାକିସ୍ତାନ ଆର୍ମିକୁ ମିଳିପାରେ।

ତେବେ ଏହି ସବମରିନ୍ କେତେ ଶକ୍ତିଶାଳୀ ହେବ, ଜାଣନ୍ତୁ..
ହଙ୍ଗର କ୍ଲାସର ଏହି ସବମରିନ୍ ବିପକ୍ଷରେ ଥିବା ଶତ୍ରୁପକ୍ଷକୁ ଚକମା ଦେବାରେ ମାହିର | ଯାହାର ଓଜନ ପ୍ରାୟ ୨୮୦୦ ଟନ୍ ପାଖାପାଖି ହେଇଥିବାବେଳେ, ଲମ୍ବ ୭୭ ମିଟର ପର୍ଯ୍ୟନ୍ତ ରହିଛି | ଏହି ସବମରିନ୍ ପାଣି ଉପରେ ୧୮ ନଟ୍ ପ୍ରତି ଘଣ୍ଟା ଚାଲିବାକୁ ସକ୍ଷମ ଥିବାବେଳେ ପାଣି ଭିତରେ ୨୦ ନଟ୍ ପ୍ରତି ଘଣ୍ଟା ଚାଲିପାରିବ |

ଚୀନର ପାକିସ୍ତାନକୁ ସବମରିନ୍ ଯୋଗାଇବା ଭାରତ ପାଇଁ ଏକ ଚାଲେଞ୍ଜ ସୃଷ୍ଟି କରିଛି | ତେବେ ଭାରତର ସାମରିକ ସେନାବାହିନୀ ଶତ୍ରୁପକ୍ଷକୁ ହରାଇବା ପାଇଁ ସବୁବେଳେ ପ୍ରସ୍ତୁତ | ଭାରତ ପାଖରେ ବର୍ତ୍ତମାନ ୧୯ଟି ସବମରିନ୍ ଅଛି, ଯାହାକି ଶତ୍ରୁକୁ ମାତ୍ ଦେବାର ମାହିର ଅଟେ | ପାକିସ୍ତାନର ଏହି ନୂଆ ସବମରିନ୍ ଏଆଇପି ସିଷ୍ଟମ ହେଇଥିବାବେଳେ ଭାରତ ପାଖରେ ନ୍ୟୁକ୍ଲିୟର ସବମରିନ୍ ରହିଛି। ଯାହାକି ପାଣି ଭିତରେ ମାସ ମାସ ଧରି ରହିବାକୁ ସକ୍ଷମ ହୋଇଛି। ଏହାସହିତ ଭାରତ ପାଖରେ ଦୁଇ ଦୁଇଟି ଏୟାରକ୍ରାଫ୍ଟ କ୍ୟାରିୟର ମଧ୍ୟ ରହିଛି, ଯିଏକି ଲଢ଼ୁଆ ଯୁଦ୍ଧ ବିମାନକୁ ସମୁଦ୍ର ପଥରେ ବୋହି ନେଇପାରିବ। ପାକିସ୍ତାନ ପାଖରେ କିନ୍ତୁ ଆଜି ପର୍ଯ୍ୟନ୍ତ ଗୋଟିଏ ବି ଏୟାରକ୍ରାଫ୍ଟ କ୍ୟାରିୟର ନାହିଁ। ଚୀନର ସବମରିନ୍ ଯୋଗାଇଦେବା ପରେ ମଧ୍ୟ ଭାରତ ଉପରେ ଏହାର ବିଶେଷ ପ୍ରଭାବ ପଡିବ ନାହିଁ | କାରଣ ଭାରତର ନୌସେନା ପାକିସ୍ତାନର ନୌସେନାଠାରୁ ଅଧିକ ଶକ୍ତିଶାଳୀ|

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ