Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କର୍ଣ୍ଣାଟକରେ ୧୦ ଅଧିକାରୀଙ୍କ ଘରେ ଲୋକୟୁକ୍ତଙ୍କ ଚଢ଼ାଉ; କୋଟି କୋଟି ଟଙ୍କାର ସୁନାଗହଣା ସମେତ ନଗଦ ଟଙ୍କା ଜବତ

କର୍ଣ୍ଣାଟକ,୨୬|୧୧: କର୍ଣ୍ଣାଟକରେ ହୋଇଛି ଏକ ବଡ ରେଡ଼ | କର୍ଣ୍ଣାଟକର ମାଣ୍ଡୟା, ମହୀଶୂର, ବିଦର, ଧାରୱାଡ଼, ହାବେରୀ, ବେଙ୍ଗାଲୁରୁ, ଶିବମୋଗା ଦାବଣଗିରିରେ ଏକାଥରେ ଚଢ଼ାଉ କରିଥିଲେ ଲୋକାୟୁକ୍ତ । ଏକାଥରେ ୧୦ ଅଧିକାରୀଙ୍କ ଘରେ ଲୋକାୟୁକ୍ତ ବିଭାଗ ଚଢ଼ାଉ କରିଛି । ଏହି ରେଡ଼ ରେ ପ୍ରାୟ ୪ଶହ କୋଟି ଟଙ୍କାର ସୁନା ଗହଣା ସମେତ ପୁଳା ପୁଳା ନଗଦ ଟଙ୍କା ମଧ୍ୟ ଜବତ ହୋଇଛି | ତେବେ ଏହି ଚଢ଼ାଉ ପରେ ରାଜନୀତିରେ ଅଶାନ୍ତି ଦେଖାଦେଇଛି |ଘଟଣା ପରେ କଂଗ୍ରେସ ଓ ବିଜେପି ମୁହାଁମୁହିଁ ହୋଇଛନ୍ତି ।

ସୂଚନା ଅନୁସାରେ, କର୍ଣ୍ଣାଟକର ୧୦ ଜଣ ସରକାରୀ ଅଧିକାରୀଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବାର ଅଭିଯୋଗ ହୋଇଥିଲା। ତେବେ ମଙ୍ଗଳବାର ସକାଳୁ ଲୋକାୟୁକ୍ତ ବିଭାଗ ଚଢ଼ାଉ କରିଥିଲା | ଏହା ଏକ ବଡ ଚଢ଼ାଉ ଥିଲା | ଚଢ଼ାଉରେ ପୁଳା ପୁଳା ନଗଦ ଟଙ୍କା ସମେତ ସୁନା ଗହଣା ମଧ୍ୟ ଜବତ ହୋଇଛି| ତେବେ ଜବତ ହୋଇଥିବା ସୁନା ଗହଣା ସବୁ କେବଳ ଜଣେ ଅଧିକାରୀଙ୍କ ଘରୁ ମିଳିଥିବାର ସୂଚନା ରହିଛି| ଲୋକାୟୁକ୍ତ ବିଭାଗର ସୂଚନା ଅନୁସାରେ, ତାଲିକାରେ ରହିଥିବା ବାକି ୯ ଜଣ ଅଧିକାରୀଙ୍କ ଘରୁ ଅଧିକ ପରିମାଣର ସମ୍ପତ୍ତି ଜବତ ହୋଇଛି । ତେବେ ଏହି ଅଧିକାରୀଙ୍କ ମଧ୍ୟରେ କିଛି ରାଜସ୍ୱ, ପରିବହନ ଓ କୃଷି ବିଭାଗର ଥିବା ବେଳେ କିଛି ଅଧ୍ୟାପକ, ଡାକ୍ତର, ପଶୁ ଚିକିତ୍ସକ ଓ ଇଞ୍ଜିନିୟର ଅଛନ୍ତି।

କର୍ଣ୍ଣାଟକର ମାଣ୍ଡୟା, ମହୀଶୂର, ବିଦର, ଧାରୱାଡ଼, ହାବେରୀ, ବେଙ୍ଗାଲୁରୁ, ଶିବମୋଗା ଦାବଣଗିରିରେ ଏକାଥରେ ଚଢ଼ାଉ କରିଥିଲେ ଲୋକାୟୁକ୍ତ। ତେବେ ସମୁଦାୟ ଜବତ ହୋଇଥିବା ସମ୍ପତ୍ତିର ମୂଲ୍ୟ ପ୍ରାୟ ୩୮୧ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ସୂଚନା ମୁତାବକ ପୂର୍ବରୁ ନଭେମ୍ବର ୮ ତାରିଖରେ ବେଙ୍ଗାଲୁରୁରେ କାର୍ଯ୍ୟରତ ୪ଜଣ ଆରଟିଓଙ୍କ ଠିକଣାରେ ଚଢ଼ାଉ କରିଥିଲା ଲୋକାୟୁକ୍ତ। ଏବଂ ସେହି ଚଢ଼ାଉ ପରେ ହିଁ ଅନ୍ୟ ସରକାରୀ ଅଧିକାରୀ ମାନଙ୍କ କଳାଧନର ତାଲିକା ମିଳିଥିଲା| ତେବେ ଏହା ଆଧାରରେ ଲୋକାୟୁକ୍ତ ଚଢ଼ାଉ କରିଛି | ଅନ୍ୟପଟେ ଏହି ଘଟଣାକୁ ନେଇ ରାଜ୍ୟର କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। ସିଦ୍ଦରମୈୟା ସରକାରଙ୍କୁ ଦୁର୍ନୀତିଖୋର୍ ସରକାର ବୋଲି ବିଜେପି କହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ