Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସମ୍ପୂର୍ଣ୍ଣ ସୁସ୍ଥ : ପାକିସ୍ତାନର ଆଦିୟାଲ୍ ଜେଲ ପ୍ରଶାସନ ପକ୍ଷରୁ ସୂଚନା

ନୂଆଦିଲ୍ଲୀ,୨୭|୧୧: ଗତ କାଲିଠାରୁ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ମୃତ୍ୟୁ ଜେଲରେ ହୋଇଛି ବୋଲି ଏକ ଗୁଜବ ଭାଇରଲ ହେବାରେ ଲାଗିଥିଲା | ତେବେ ଏ ସସପେନ୍ସ ଉପରୁ ପରଦା ଉଠିଛି। ସୂଚନା ଅନୁସାରେ, ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଜୀବିତ ଅଛନ୍ତି। ଏବଂ ଜେଲରେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଥିବା ନେଇ ବୟାନ ଜାରି କଲା ଜେଲ ପ୍ରଶାସନରେ ଦାୟିତ୍ୱରେ ଥିବା ଅଧିକାରୀ। ଏ ବିଷୟରେ ପାକିସ୍ତାନର ଆଦିୟାଲ୍ ଜେଲ ପ୍ରଶାସନ ପକ୍ଷରୁ ଜାରି ହୋଇଛି ବୟାନ।

ସୂଚନା ମୁତାବକ, ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମୃତ୍ୟୁ ହୋଇଥିବା ଖବର ସାରା ବିଶ୍ୱରେ ଭାଇରଲ ହେବାରେ ଲାଗିଛି । ବୁଧବାର ସେ ଜେଲରେ ପ୍ରାଣ ହରାଇଛନ୍ତି ବୋଲି ଏକ ଖବର ଚାରିଆଡେ ବୁଲୁଥିଲା । କିନ୍ତୁ ଏବେ ଜେଲ ଦାୟିତ୍ୱରେ ଥିବା ଅଧିକାରୀ ଏବିଷୟରେ ମୁହଁ ଖୋଲିଛନ୍ତି | ଜେଲ କର୍ତ୍ତୃପକ୍ଷ ଏ ଖବରକୁ ମିଛ କହିବା ସହ ଖାରଜ କରିଛନ୍ତି । ପାକିସ୍ତାନ ତେହରିକ୍ ପାର୍ଟି ତଥା ପିଟିଆଇ ମୁଖ୍ୟ ଇମ୍ରାନଙ୍କୁ ଜେଲରୁ ବାହାରକୁ ସ୍ଥାନାନ୍ତର କରାଯାଇଥିବା ଖବରକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି । ଇମ୍ରାନ ଜେଲରେ ଅଛନ୍ତି ଏବଂ ସୁସ୍ଥ ଥିବା ଜେଲ ପକ୍ଷରୁ କୁହାଯାଇଛି ।

ଆଫଗାନିସ୍ତାନ ଏବଂ ପାକିସ୍ତାନର ବିଭିନ୍ନ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଗୁଡିକରେ ଜେଲରେ ଇମ୍ରାନଙ୍କ ମୃତ୍ୟୁ ହୋଇଥିବା ନେଇ ପ୍ରଚାର ହୋଇଥିଲା । ତେବେ ପାକିସ୍ତାନ ତେହରିକ-ଏ ଇନସାଫର ଜଣେ ସଦସ୍ୟଙ୍କ କହିବା ଅନୁସାରେ, ଇମ୍ରାନଙ୍କ ଭଉଣୀ ନୋରିନୀ ନିଆଜୀ, ଆଲୀମା ଖାନ ଏବଂ ଡ. ଉଜମା ଖାନ ଆଦିଆଲା ଜେଲରେ ନିଜ ଭାଇ ଇମ୍ରାନ ଖାନଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ ଏବଂ ତାଙ୍କୁ ସେହି ସମୟରେ ସେମାନଙ୍କୁ ପୋଲିସ ଦୁର୍ବ୍ୟବହାର କରିଥିଲା। ଏହା ବିରୋଧରେ ସେମାନେ ଜେଲ୍ ସାମ୍ନାରେ ପ୍ରତିବାଦ ମଧ୍ୟ କରିଥିଲେ ।

ସେପଟେ ନୋରିନୀ ନିଆଜୀ କହିଥିଲେ ଯେ, ସେମାନେ ଇମ୍ରାନଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଶାନ୍ତିପୂର୍ଣ୍ଣ ଉପାୟରେ ପ୍ରତିବାଦ କରିଥିଲେ । ସେମାନେ ରାସ୍ତା ଜାମ୍ କରିନଥିଲେ କି ଲୋକଙ୍କ ଯାତାୟତରେ ବାଧା ଦେଇନଥିଲେ । କିନ୍ତୁ କୌଣସି ଚେତାବନୀ ବିନା ସେହି ସ୍ଥାନର ଆଲୋକ ବନ୍ଦ କରିଦିଆଗଲା । ଅନ୍ଧକାରରେ ପଞ୍ଜାବ ପୋଲିସ ଦୁର୍ବ୍ୟବହାର କରିବା ସହ ମାଡ଼ ମଧ୍ୟ ମାରିଥିଲା । ତାଙ୍କୁ ବୟସ (୭୧) ଅଧିକ ହୋଇଥିବା ସତ୍ୱେ ପୋଲିସ ପୋଲିସ ଖାତିର ନକରି ଚୁଟି ଘୋଷାରି ଥିଲା ଏବଂ ରାସ୍ତା ଉପରେ ଟାଣି ଟାଣି ନେଇଥିଲା।’ ସେହିଭଳି ଜେଲ୍ ବାହାରେ ପ୍ରତିବାଦ କରୁଥିବା ଅନ୍ୟ ମହିଳାଙ୍କୁ ପଞ୍ଜାବ ପୋଲିସ ମାଡ଼ ମାରିଥିବା ନେଇ ନୋରିନୀ ଅଭିଯୋଗ ଆଣିଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୋଲିସର ଏଭଳି ବେଆଇନ୍ ଦୁର୍ବ୍ୟବହାର ନାଗରିକଙ୍କ ଅଧିକାରର ଉଲ୍ଲଂଘନ କରୁଛି । ଦୀର୍ଘ ୩ ବର୍ଷ ଧରି ପୋଲିସ ସାଧାରଣ ଲୋକଙ୍କ ଉପରେ ଏଭଳି ଅତ୍ୟାଚାର କରିଆସିଛି । ଏଭଳି ଆଚରଣ ଏକ ଗଣତାନ୍ତ୍ରିକ ସମାଜ ଲାଗି ବିପଦ ବୋଲି କହିଛନ୍ତି ଇମ୍ରାନଙ୍କ ଭଉଣୀ ନୋରିନୀ ନିଆଜୀ ।

ତେବେ ଇମ୍ରାନଙ୍କୁ ସାକ୍ଷାତ କରିବା ଉପରେ ସରକାର ବ୍ୟାନ୍ ଲଗାଇ ଥିଲେ ଏବଂ ତାହା ପରେ ଏଭଳି ଘଟଣା ସାମ୍ନାକୁ ଆସିଛି | ପୂର୍ବରୁ ବିଭିନ୍ନ ମାମଲାରେ ଦୋଷୀ ହୋଇ ୨୦୨୩ ଅଗଷ୍ଟରୁ ଜେଲରେ ବନ୍ଦୀ ଅଛନ୍ତି ଇମ୍ରାନ ଖାନ । କିନ୍ତୁ ତାଙ୍କ ସହ ସାକ୍ଷାତ ଉପରେ କାହିଁକି ପ୍ରତିବନ୍ଧକ ସରକାର ଲଗାଇଛନ୍ତି ତା ଉପରେ କୌଣସି ସ୍ପଷ୍ଟ ତଥ୍ୟ ନାହିଁ | ଇମ୍ରାନଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ନଥିବା ନେଇ ତାଙ୍କ ଦଳ ଦାବି କରିଆସୁଥିଲା । ଏବେ କିନ୍ତୁ ସେ ଜୀବିତ ନଥିବା ତଥ୍ୟ ଚାରିଆଡେ ଭାଇରାଲ ହେବାରେ ଲାଗିଛି |

ଅନ୍ୟପଟେ ରାଓ୍ୱଲପିଣ୍ଡି ଜେଲ ପକ୍ଷରୁ କୁହାଯାଇଛି ଯେ, ଅଦିୟାଲା ଜେଲରୁ ଇମ୍ରାନଙ୍କ ସ୍ଥାନାନ୍ତର ଖବରରେ କୌଣସି ସତ୍ୟତା ନାହିଁ । ସେ ସୁସ୍ଥ ଅଛନ୍ତି ଏବଂ ସମସ୍ତ ସୁବିଧା ପ୍ରଦାନ କରାଯାଉଛି। ସେହିପରି ଇମ୍ରାନଙ୍କୁ ଫାଇଭ୍ ଷ୍ଟାର୍ ହୋଟେଲ ଭଳି ସୁବିଧା ମିଳୁଥିବା ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖାଓ୍ୱାଜା ଆସିଫ୍ କହିଛନ୍ତି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ