ଇଣ୍ଡିଗୋ ବିମାନକୁ ଧମକପୂର୍ଣ୍ଣ ବାର୍ତ୍ତା; ମୁମ୍ବାଇ ଵିମାନବନ୍ଦରରେ ଜରୁରୀ ଅବତରଣ
ନୂଆଦିଲ୍ଲୀ,୨|୧୨: ଦେଶର ଏକ ପ୍ରମୁଖ ବିମାନ ସେବା ଯୋଗାଉଥିବା ଇଣ୍ଡିଗୋ କମ୍ପାନୀର ଏକ ବିମାନକୁ ମିଳିଛି ଧମକ | ବିମାନଟି କୁଏତରୁ ହାଇଦ୍ରାବାଦ ଅଭିମୁଖେ ଉଡ଼ାଣ ଭରୁଥିଲା | କିନ୍ତୁ ବିମାନ ହାଇଦ୍ରାବାଦରେ ପହଞ୍ଚିବା ପୂର୍ବରୁ ଏକ ଧମକପୂର୍ଣ୍ଣ ବାର୍ତ୍ତା ମିଳିଥିଲା | ବିମାନରେ ବୋମା ଥିବା ଧମକପୂର୍ଣ୍ଣ ବାର୍ତ୍ତା ମିଳିବା ପରେ ମୁମ୍ବାଇ ଵିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଛି ।
ସୂଚନା ଅନୁସାରେ, ଆଜି କୁଏତରୁ ହାଇଦ୍ରାବାଦ ଅଭିମୁଖୀ ଇଣ୍ଡିଗୋ ବିମାନ-୬ଇ୧୨୩୪କୁ ବୋମା ଥିବା ଏକ ଧମକପୂର୍ଣ୍ଣ ବାର୍ତ୍ତା ମିଳିଥିଲା । ଯାହା ଫଳରେ ବିମାନଟିକୁ ମୁମ୍ବାଇରେ ଜରୁରୀ ଅବତରଣ କରାଯାଇଥିଲା । ଇଣ୍ଡିଗୋ ଅଧିକାରୀ ଧମକ ବାର୍ତ୍ତା ପାଇବା ପରେ ପ୍ରୋଟୋକଲକୁ ଅନୁସରଣ କରି, ତୁରନ୍ତ ସମ୍ପର୍କରେ ଥିବା ଅଧିକାରୀମାନଙ୍କୁ ଜଣାଇଥିଲେ | ଏବଂ ବିମାନରେ ଆବଶ୍ୟକ ସୁରକ୍ଷା ଯାଞ୍ଚ କରିବାରେ ଅଧିକାରୀ ପୂର୍ଣ୍ଣ ସହଯୋଗ କରିଛନ୍ତି | ମିଳିଥିବା ତଥ୍ୟ ଅନୁସାରେ ଇମେଲ୍ ମାଧ୍ୟମରେ ବିମାନରେ ‘ବୋମା’ ଥିବା ବାର୍ତ୍ତା ଆସିଥିଲା । ଏହାପରେ ଇଣ୍ଡିଗୋ ଅଧିକାରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ଥିବାର ସୂଚନା ରହିଛି |

