Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କନ୍ନଡ଼ ଫିଲ୍ମ କାନ୍ତାରାର ଉପହାସ କରି ଫସିଲେ ରଣବୀର ସିଂ, ସୋସିଆଲ ମିଡିଆରେ ହେଉଛନ୍ତି ଟ୍ରୋଲ୍

କନ୍ନଡ଼ ଭାଷାରେ ନିର୍ମିତ ହୋଇଥିବା ସୁପରହିଟ୍ ଫିଲ୍ମ କାନ୍ତାରାକୁ ଉପହାସ କରି ଟ୍ରୋଲିଂର ସମ୍ମୁଖୀନ ହୋଇଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଜଗତର ପରିଚିତ ଅଭିନେତା ରଣବୀର ସିଂ। ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଦେବା ଭଳି ଗୁରୁତର ଅଭିଯୋଗ ରହିଛି ତାଙ୍କ ନାମରେ। ଗୋଆରେ ଆୟୋଜିତ ହୋଇଥିବା ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଦେଇଥିବା ଏକ ବୟାନ ପାଇଁ ବିବାଦର ଘେରରେ ପଶିଛନ୍ତି ରଣବୀର।

ସୂଚନା ଅନୁଯାୟୀ, ଷ୍ଟେଜ ଉପରେ କାନ୍ତାରା ଫିଲ୍ମର ମୁଖ୍ୟ ଅଭିନେତା ଋଷଭ ଶେଟ୍ଟୀଙ୍କୁ ପ୍ରଶଂସା କରୁଥିଲେ ରଣବୀର ସିଂ। ତେବେ କିଛି ସମୟ ପରେ ହଠାତ ସେ ଫିଲ୍ମରେ ଥିବା ଏକ ଦୃଶ୍ୟକୁ ନକଲ କରିଥିଲେ। ଯେଉଁଥିରେ ଚାମୁଣ୍ଡା ଦେବୀ ରିଷଭ ସେଟ୍ଟୀଙ୍କ ଶରୀରରେ ମଧ୍ୟରେ ପ୍ରବେଶ କରିଥିଲେ। ଥଟ୍ଟା କଲା ଭଳି ଆଖି ଟେରା କରି, ଜିଭ କାଢ଼ି ଅଭିନୟ କରିଥିଲେ ରଣବୀର। ଏପରିକି ଷ୍ଟେଜରୁ ଓହ୍ଲାଇବା ପରେ ମଧ୍ୟ ସମାନ ଦୃଶ୍ୟକୁ ସେ ପୁନରାବୃତ୍ତି କରୁଥିବାର ଦେଖାଯାଇଥିଲା। ଏପରି କରିବାକୁ ରିଷଭ ଶେଟ୍ଟୀ ତାଙ୍କୁ ବାରଣ କରିବା ସତ୍ତ୍ୱେ ମଧ୍ୟ ଅଟକିନଥିଲେ ରଣବୀର।

ତେବେ ବିବାଦ କେବଳ ଏତିକିରେ ସରିନାହିଁ | କାନ୍ତାରା ଫିଲ୍ମରେ ବର୍ଣ୍ଣିତ ଚାମୁଣ୍ଡା ଦେବୀଙ୍କୁ ମହିଳା ଭୂତ ବୋଲି କହିଥିଲେ ରଣବୀର ସିଂ। ତେବେ ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାପରେ କର୍ଣ୍ଣାଟକ ସମେତ ସାରା ଦେଶରେ ତୀବ୍ର ଉତ୍ତେଜନା ସୃଷ୍ଟି କରିଥିଲା। କାରଣ ଚାମୁଣ୍ଡା ଦେବୀଙ୍କୁ ଦକ୍ଷିଣ ଭାରତ ଏବଂ ଦେଶରେ ପୂଜା କରାଯାଏ। ତେଣୁ ରଣବୀରଙ୍କ ଏପରି କଥା କହି ଦେବୀଙ୍କୁ ଅପମାନ ବୋଲି ଅଭିଯୋଗ କରିଥିଲେ ଲୋକ। ଯାହାକୁ ନେଇ ସୋସିଆଲ ମିଡିଆରେ ତାଙ୍କୁ କଡ଼ା ସମାଲୋଚନା କରାଯାଇଥିଲା। ଏହା ସହିତ ତାଙ୍କ ନାମରେ ଥାନାରେ ଅଭିଯୋଗ ମଧ୍ୟ କରାଯାଇଥିଲା |

ଦିନକୁ ଦିନ ବିବାଦ ବୃଦ୍ଧି ପାଉଥିବା ଦେଖି, ରଣବୀର ନିଜ ଇନଷ୍ଟାଗ୍ରାମ ମାଧ୍ୟମରେ ନିଜର ସ୍ପଷ୍ଟ ମନ୍ତବ୍ୟ ରଖିଥିଲେ। ସେ କହିଥିଲେ “ମୋର ଉଦ୍ଦେଶ୍ୟ ଥିଲା ଫିଲ୍ମରେ ଋଷଭଙ୍କ ଜବରଦସ୍ତ ଅଭିନୟକୁ ପ୍ରଦର୍ଶିତ କରିବା। ମୁଁ ଜାଣେ ଯେ, ସେହି ଦୃଶ୍ୟକୁ ପ୍ରଦର୍ଶନ କରିବା ପାଇଁ ତାଙ୍କୁ କେତେ ସମୟ ଲାଗିଥିଲା। ଯାହା ପାଇଁ ମୁଁ ତାଙ୍କୁ ବହୁତ ପ୍ରଶଂସା କରେ।” ସେ ଆହୁରି ଲେଖିଥିଲେ ଯେ, “ମୋ ଦେଶର ସଂସ୍କୃତି, ପରମ୍ପରା ପ୍ରତି ମୋର ସର୍ବଦା ବହୁତ ସମ୍ମାନ ରହିଛି। ଯଦି ମୁଁ କାହାର ଭାବନାକୁ ଆଘାତ ଦେଇଛି, ତେବେ ମୁଁ କ୍ଷମା ପ୍ରାର୍ଥନା କରୁଛି।” ତେବେ ରଣବୀରଙ୍କ ଏହି ମନ୍ତବ୍ୟକୁ ସବୁଠି ବିରୋଧ କରାଯାଉଥିବା ବେଳେ ଏନେଇ ରିଶବ କିମ୍ବା ଫିଲ୍ମ ନିର୍ମାତା କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ