Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧାନବାଦରେ କୋଇଲା ଖଣିରୁ ବିଷାକ୍ତ ଗ୍ୟାସ୍ ଲିକ; ଘଟଣାରେ ୨ ମୃତ

ଝାଡ଼ଖଣ୍ଡ,୫|୧୨: ଝାଡ଼ଖଣ୍ଡର ଧାନବାଦ ଜିଲ୍ଲା ଅନ୍ତର୍ଗତ ଭୁଲି ବ୍ଲକ୍ ଅଞ୍ଚଳରେ ଭାରତ କୋକିଂ କୋଲ୍ ଲିମିଟେଡ୍‌ର ଗୋଣ୍ଡୁଡିହ୍ କୋଏଲିୟାରିରୁ ବିଷାକ୍ତ ଗ୍ୟାସ୍ ଲିକ୍ ହେବା କାରଣରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଘଟଣା ପରେ ଧାନବାଦ୍ ଜିଲ୍ଲାପାଳ ବରବର କୁମାର ମାଜିଷ୍ଟ୍ରେଟ୍ ସ୍ତରୀୟ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ତଦନ୍ତ ଏସଡିଜେଏମ୍ ଅନମୋଲ କୁମାର ସିଂହଙ୍କ ନେତୃତ୍ୱରେ ହେବ । ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଅନୁସାରେ,ବିସିସିଏଲ୍‌ର ଗୋଣ୍ଡୁଡ଼ିହ ଖଣ୍ତିରେ କୋଇଲା ସହ ମିଶି ରହିଥିବା ମିଥେନ୍ ଓ କାର୍ବନ ମନୋକ୍ସାଇଡ୍ ଭଳି ବିଷାକ୍ତ ଗ୍ୟାସ୍ ଲିକ୍ ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ଗ୍ୟାସ୍ ନିକଟସ୍ଥ ବସ୍ତି ଫୁଲି-ହିରାକ୍ ରୋଡ୍ ଅଞ୍ଚଳରେ ଥିବା ମେଣ୍ଟଙ୍ଗଡ଼ିହ ବସ୍ତିରେ ପଶିଯାଇଥିଲା । ଫଳରେ ସେଠାରେ ରହୁଥିବା ଦୁଇ ଯୁବକ ରାଜେଶ କୁମାର ଓ ସଞ୍ଜୟ କୁମାରଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ରହିଛି। ଖଣିରୁ ଅନେକ ସମୟରେ ବିଷାକ୍ତ ଗ୍ୟାସ୍ ବାହାରୁଛି । ଏହାକୁ ରୋକିବା ପାଇଁ ବିସିସିଏଲ୍ କୌଣସି ସୁରକ୍ଷା ବ୍ୟବସ୍ଥା ନେଉନାହିଁ ବୋଲି ସ୍ଥାନୀୟ ଅଞ୍ଚଳରେ ରହୁଥିବା ଲୋକମାନେ ଅଭିଯୋଗ କରିଛନ୍ତି । ପୂର୍ବରୁ ମଧ୍ୟ ଏଭଳି ଗ୍ୟାସ୍ ଲିକ୍ ଘଟଣା ଘଟିଥିଲା । ଧାନବାଦ୍ ଏସ.ପି ଆର ରାମକୁମାର ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ ଜାରି ରଖିଛନ୍ତି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ