Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୀର୍ଘ ୧୫ ବର୍ଷ ପରେ ବଡ ପରଦାରେ ଫିଲ୍ମ 3 Idiots 2 !

ବଲିଉଡ୍ ସିନେମା ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି | ଯାହା ଶୁଣିବା ପରେ ଫ୍ୟାନ୍ସ ମାନଙ୍କ ମନ ଖୁସିରେ ଭରି ଯାଉଛି | ବକ୍ସ ଅଫିସରେ ଇତିହାସ ରଚିଥିବା ଏବଂ କୋଟି କୋଟି ଦର୍ଶକଙ୍କ ହୃଦୟ ଜିତିଥିବା ଚଳଚ୍ଚିତ୍ର ‘୩ ଇଡିଅଟ୍ସ’ର ‘ ସିକ୍ୱେଲ ବା 3 Idiots 2 ଆସିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ଦୀର୍ଘ ୧୫ ବର୍ଷର ଅପେକ୍ଷା ପରେ ପୁଣିଥରେ ସେହି ପୁରୁଣା ମ୍ୟାଜିକ୍ ଦେଖିବାକୁ ମିଳିବ ।

ତେବେ ୨୦୦୯ ମସିହାରେ ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ‘୩ ଇଡିଅଟ୍ସ’ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ର କେବଳ ଭାରତରେ ନୁହେଁ, ବରଂ ବିଦେଶରେ ମଧ୍ୟ ଧମାକା କରିଥିଲା। ଶିକ୍ଷା ବ୍ୟବସ୍ଥା ଉପରେ ଆଧାରିତ ଏହି ସିନେମାଟି ଯୁବପିଢ଼ିଙ୍କୁ ଏକ ନୂଆ ଦିଶା ଦେଖାଇଥିଲା | ଏବେ ଦୀର୍ଘ ୧୫ ବର୍ଷ ପରେ ଏହାର ଦ୍ୱିତୀୟ ଭାଗ ଆସୁଥିବା ଖବର ଶୁଣି ସିନେପ୍ରେମୀଙ୍କ ମଧ୍ୟରେ ଏକ ନୂତନ ଉତ୍ସାହ ଭରିଦେଇଛି ।

ସେହି ଫିଲ୍ମରେ ସବୁଠାରୁ ବଡ଼ ଆକର୍ଷଣ ହେଉଛି ଆମିର ଖାନ ଏବଂ କରିନା କପୁର ଖାନଙ୍କ ଯୋଡ଼ି । ପ୍ରଥମ ଭାଗରେ ‘ରାଞ୍ଚୋ’ ଏବଂ ‘ପିୟା’ଙ୍କ ମଧ୍ୟରେ ଥିବା ଖଟା-ମିଠା ପ୍ରେମର କେମିଷ୍ଟ୍ରି ଦର୍ଶକଙ୍କ ବେଶ୍ ଆକୃଷ୍ଟ କରିଥିଲା | ‘୩ ଇଡିଅଟ୍ସ ୨’ରେ ପୁଣିଥରେ ଏହି ଯୋଡ଼ି ଏକାଠି ହେବାକୁ ଯାଉଛନ୍ତି, ଯାହା ନିଶ୍ଚିତ ଭାବରେ ବକ୍ସ ଅଫିସରେ ବଡ ଧମାକା କରିବା | ଦର୍ଶକମାନେ ଜାଣିବାକୁ ଆଗ୍ରହୀ ଯେ, ରାଞ୍ଚୋ ଏବଂ ପିୟାଙ୍କ କାହାଣୀ ବିବାହ ପରେ କେଉଁଭଳି ଭାବରେ ଆଗକୁ ବଢିବ ।

ଏହି ‘୩ ଇଡିଅଟ୍ସ’ର ମୁଭିର ଅନ୍ୟ ଏକ ମୁଖ୍ୟ ବିଶେଷତ୍ୱ ରହିଥିଲା | ଯାହା ହେଉଛି ତିନି ସାଙ୍ଗଙ୍କ ମଧ୍ୟରେ ଘନିଷ୍ଠ ବନ୍ଧୁତା । ଆମିର ଖାନଙ୍କ ସହ ଆର. ମାଧବନ (ଫରହାନ) ଏବଂ ଶର୍ମନ ଯୋଶୀ (ରାଜୁ)ଙ୍କ ଅଭିନୟ ଦର୍ଶକଙ୍କ ମନୋରଞ୍ଜନ କରିବା ସହିତ କନ୍ଦାଇଥିଲା ମଧ୍ୟ । ଫିଲ୍ମର ଟାଇଟଲ ଗୀତ ‘ଅଲ୍ ଇଜ୍ ୱେଲ୍’ ଏବଂ ତିନି ସାଙ୍ଗଙ୍କ ଡ୍ୟାନ୍ସ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା | ତେବେ ଫିଲ୍ମର ଦ୍ୱିତୀୟ ଭାଗରେ ମଧ୍ୟ ଏହି ତିନି ମୂର୍ତ୍ତି ଏକାଠି ନଜର ଆସିବେ ବୋଲି ଶୁଣିବାକୁ ମିଳୁଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କିଛି ଭିଡିଓ ଏବଂ ଫଟୋରୁ ଏହାର ସଙ୍କେତ ମିଳିଛି। ଯଦି ଏହି ତିନିଜଣ ପୁଣି ଏକାଠି ହୁଅନ୍ତି, ତେବେ ହସ ଏବଂ ଭାବପ୍ରବଣତାର ଏକ ଅଦ୍ଭୁତ ସଙ୍ଗମ ଦେଖିବାକୁ ମିଳିବ।

ଆମିର ଖାନ ଅନ୍ୟ ମାନଙ୍କ ଅପେକ୍ଷା ଖୁବ କମ ସିନେମା ବନାନ୍ତି | ଦୁଇ ତିନି ବର୍ଷରେ ଗୋଟେ ଫିଲ୍ମ ନିର୍ମାଣ କରନ୍ତି କିନ୍ତୁ ଯାହା ବି କରନ୍ତି ତାହା ସ୍ୱତନ୍ତ୍ର ହୋଇଥାଏ। ‘୩ ଇଡିଅଟ୍ସ’ ସମୟରେ ବକ୍ସ ଅଫିସର ସମସ୍ତ ପୁରୁଣା ରେକର୍ଡ ଭାଙ୍ଗି ଦେଇଥିଲା। ବର୍ତ୍ତମାନର ସମୟରେ ଯେତେବେଳେ ବଲିଉଡ୍ ଭଲ ବିଷୟବସ୍ତୁ ଖୋଜୁଛି, ସେତେବେଳେ ରାଜକୁମାର ହିରାନୀ ଏବଂ ଆମିର ଖାନଙ୍କ ଯୋଡ଼ି ଫେରିବା ବଲିଓଡ଼ ପାଇଁ ଏକ ଶୁଭ ସଙ୍କେତ ହୋଇପାରେ ବୋଲି ଆଶା କରାଯାଉଛି। ବିଶେଷଜ୍ଞଙ୍କ ମତରେ, ଯଦି କାହାଣୀ ଦମଦାର ହୁଏ, ତେବେ ‘୩ ଇଡିଅଟ୍ସ ୨’ ‘ପଠାନ’ କିମ୍ବା ‘ଜୱାନ’ ଭଳି ସିନେମାର ରେକର୍ଡ ମଧ୍ୟ ଭାଙ୍ଗିପାରେ। ‘୩ ଇଡିଅଟ୍ସ ୨’ କେବଳ ଏକ ସିନେମା ନୁହେଁ, ବରଂ ଏହା ଦର୍ଶକଙ୍କ ଭାବନା ସହ ଜଡ଼ିତ। ଏହି ସିନେମା ଫ୍ୟାନ୍ସ ମାନଙ୍କର ପୁଣିଥରେ ସେହି କଲେଜ ଦିନର ସ୍ମୃତିକୁ ଫେରାଇ ଆଣିବ। ଆମିର, କରିନା ଏବଂ ସମଗ୍ର ଟିମ୍‌ଠାରୁ ଦର୍ଶକଙ୍କ ଆଶା ବହୁତ ଅଧିକ ରହିଛି । ଏବେ ଅଫିସିଆଲ୍ ଟ୍ରେଲର ଏବଂ ରିଲିଜ୍ ତାରିଖକୁ ଅପେକ୍ଷା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ