ପୁଣି ଥରେ ଶିଶୁପୁତ୍ରର ମାଆ ହେଲେ ବଲିଓଡ଼ ହାସ୍ୟ କଳାକାର ଭାରତୀ ସିଂହ
ନୂଆଦିଲ୍ଲୀ,୧୯|୧୨: ପୁତ୍ର ସନ୍ତାନକୁ ଜନ୍ମ ଦେଲେ କମେଡିଆନ୍ ଭାରତୀ ସିଂହ। ଏହା ପୂର୍ବରୁ ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ | ଏବେ ଆଜି ଆଉ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ଭାରତୀ ଦ୍ୱିତୀୟ ଥର ପାଇଁ ମା’ ହେବା ଖବର ଏବେ ତାଙ୍କ ଫ୍ୟାନ୍ସ ମାନଙ୍କୁ ବେଶ ଖୁସି କରିଛି। ଆଜି ତାଙ୍କର ପ୍ରସବ ହୋଇଥିବା ବେଳେ ଦ୍ଵିତୀୟ ଥର ପାଇଁ ମାତାପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ଭାରତୀ ସିଂହ ଓ ହର୍ଷ ଲିମ୍ବଚିଆ |
ସୂଚନା ଅନୁସାରେ, ଆଜି ସକାଳେ କଲର୍ସ ଚାନେଲ ପ୍ରସାରିତ ହେଉଥିବା ଏକ ଶୋ ‘ଲାଫଟର୍ ସେଫ୍’ ପାଇଁ ତାଙ୍କୁ ସୁଟିଂ କରିବାର ଥିଲା। କିନ୍ତୁ ତାଙ୍କ ୱାଟର ବ୍ୟାଗ୍ ଫାଟିଯିବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା | ଯେଉଁଠାରେ ଭାରତୀ ସିଂହ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ।
ଆଜକୁ ୮ ବର୍ଷ ତଳେ ୨୦୧୭ ମସିହାରେ ଭାରତୀ ଏବଂ ହର୍ଷ ବିବାହ କରିଥିଲେ। ବିବାହ ପରେ ୨୦୨୨ରେ ସେ ତାଙ୍କ ପ୍ରଥମ ସନ୍ତାନ ଲକ୍ଷ (ଗୋଲା) କୁ ପ୍ରଥମ ସନ୍ତାନ ଜନ୍ମ ଦେଇଥିଲେ | ତେବେ ଏହାପରେ ଭାରତୀ ଦ୍ୱିତୀୟ ସନ୍ତାନ ପାଇଁ ଇଚ୍ଛା ପ୍ରକାଶ କରିଥିଲେ। କିନ୍ତୁ ଦ୍ବିତୀୟ ସନ୍ତାନ ତାଙ୍କର ଝିଅ ହେଉ ବୋଲି ଚାହୁଁଥିଲେ ଭାରତୀ, ଏହା ସେ ନିଜର ସୋସିଆଲ ମିଡ଼ିଆ ୟୁ ଟ୍ୟୁବ ଚାନେଲ ରେ, ଅନେକ ସୋ’ ଏବଂ ସାକ୍ଷାତକାରରେ କହିଥିଲେ। ହେଲେ ଦ୍ଵିତୀୟ ଥର ମଧ୍ୟ ତାଙ୍କର ପୁତ୍ର ସନ୍ତାନ ଜନ୍ମ ହୋଇଛି |
ଭାରତୀ ତାଙ୍କ ଗର୍ଭାବସ୍ଥାରେ ମଧ୍ୟ କାମ କରିବାରୁ ବିରତ ନେଇନଥିଲେ। ସେ ରୋଷେଇ କମେଡି ସୋ’ ଲାଫଟର ସେଫ୍ ସିଜିନ୍ ୩ର ସୁଟିଂ କାର୍ଯ୍ୟରେ ବ୍ୟସ୍ତ ଥିଲେ | ଏହି ଲାଫଟର ସୋ କୁ ଭାରତୀ ସିଂହ ହୋଷ୍ଟ କରନ୍ତି। ସେଟରେ ଭାରତୀ ପ୍ରାୟ ସମୟରେ ତାଙ୍କ ଆଗାମୀ ଶିଶୁ ବିଷୟରେ କଥା ହେଉଥିଲେ। ଗର୍ଭବତୀ ଥାଇ ବି ସେ ଏତେ ସକ୍ରିୟ ଭାବେ କାମ କରୁଥିବାରୁ ଫ୍ୟାନ୍ସ ମାନଙ୍କଠାରୁ ଢେର ପ୍ରଶଂସା ସାଉଁଟି ଥିଲେ। ଅନୁମାନ ଥିଲା ଯେ, ଭାରତୀ ଦୁଇଟି ଯାଆଁଳା ସନ୍ତାନଙ୍କୁ ଜନ୍ମ ଦେବେ। ଏହି ଚର୍ଚ୍ଚା ମଧ୍ୟରେ ଏବେ ଭାରତୀ ପୁଣିଥରେ ଏକ ଶିଶୁପୁତ୍ରର ମା’ ହୋଇଛନ୍ତି।

