ନୂତନ ବର୍ଷ ୨୦୨୬ ଜାନୁଆରୀ ୧ତାରିଖ ଠାରୁ ପାରଳାଖେମୁଣ୍ଡି ସହରରେ ସିସିଟିଭି ବ୍ୟବସ୍ଥା କାର୍ଯାରମ୍ଭ ହେବ
ପାରଳାଖେମୁଣ୍ଡି:୨୦/୧୨(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଅପରାଧ ଓ ଗ୍ରାଫିକ ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ଦୈନନ୍ଦିନ ଘଟଣା ନଜର ରଖିବା ପାଇଁ ସମଗ୍ର ସହରରେ ସିସିଟିଭି ବ୍ୟବସ୍ଥା ହାତକୁ ନେଇଛନ୍ତି. ଆଗାମୀ ୨୦୨୬ ନୂତନ ବର୍ଷ ୧ ତାରିଖ ଠାରୁ ପାରଳା ସହରରେ ଏହି ସିସିଟିଭି ବ୍ୟବସ୍ଥା ଆରମ୍ଭ ହେବ ବୋଲି ସୂଚନା ମିଳିଛି. ଆଗାମୀ ୧ ତାରିଖ ଠାରୁ ସହରର ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ୨୩ଟି ସ୍ଥାନରେ ୬୦ଟି ସିସିଟିଭି କ୍ୟାମେରା ଲଗାଯାଇ ଅପରାଧ ନିୟନ୍ତ୍ରଣ କରାଯିବା ସହ ପାରଳା ସହରକୁ ଏହି ସିସିଟିଭି ୨୪ ଘଣ୍ଟା ସୁରକ୍ଷା ଦେବ ବୋଲି ପ୍ରଶାସନ ଓ ପୋଲିସ ତରଫରୁ କୁହାଯାଇଛି l ଫରେଷ୍ଟ ଗେଟ୍ ଛକ ଠାରୁ ପୁରୁଣା କୋର୍ଟ ଛକ ଏବଂ ପଡୋଶୀ ଆନ୍ଧ୍ରକୁ ଯୋଗାଯୋଗ କରୁଥିବା ପୁରୁଣାପଟଣା ରାସ୍ତାରେ ମହେନ୍ଦ୍ରତନୟା ସେତୁ ପର୍ଯ୍ୟନ୍ତ ଏହି ସିସିଟିଭି କ୍ୟାମେରା ଲଗାଯିବ। ଏସବୁ ସିସିଟିଭି କ୍ୟାମେରାର ମୁଖ୍ୟ ପରିଚାଳନା ଦାୟିତ୍ୱ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧୀନରେ ରହିବ। ଏଥିପାଇଁ ୨୮ ଲକ୍ଷ ଟଙ୍କା ଖର୍ଚ୍ଚ ହେବାର ଆକଳନ କରାଯାଇଥିବା ବେଳେ ବର୍ତ୍ତମାନ କାର୍ଯ୍ୟ ସଂପୂର୍ଣ୍ଣ ହେବା ପରେ ମୋଟ ଖର୍ଚ୍ଚ କେତେ ହେବ ତାହା ଜଣାପଡ଼ିବ ବୋଲି କୁହାଯାଇଛି।

