Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟରେ ଜାତୀୟ କୃଷକ ଦିବସ ଅନୁଷ୍ଠିତ

ପାରଳାଖେମୁଣ୍ଡି ୨୪/୧୨(ଗରୁଡ଼ ଧ୍ଵଜ ଚୌଧୁରୀ) ଭାରତର ସୁନାମଧନ୍ୟ ଭୂତପୂର୍ବ ପ୍ରଧାନମନ୍ତ୍ରୀ ଡକ୍ଟର ଚୌଧୁରୀ ଚରଣ ସିଂଙ୍କ ଜନ୍ମବାର୍ଷିକୀ ଅବସରରେ ପାରଳାଖେମୁଣ୍ଡି ସ୍ଥିତ ଏମ୍. ଏସ୍. ସ୍ଵାମିନାଥନ ସ୍କୁଲ ଅଫ୍ ଏଗ୍ରୀକଲ୍ଚର୍, ସେଞ୍ଚୁରିଆନ୍ ୟୁନିଭର୍ସିଟି ର ଡିପାର୍ଟମେଣ୍ଟ ଅଫ୍ ଆଗ୍ରୋନୋମି ଆଣ୍ଡ ଆଗ୍ରୋଫରେଷ୍ଟ୍ରୀ ଜାତୀୟ କୃଷକ ଦିବସ ଆଜି ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମ ଉପଲକ୍ଷେ ବିଶ୍ୱବିଦ୍ୟାଳୟର କୃଷି ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ମାନେ ମିଶି ସମାଜପାଇଁ କୃଷକର ଭୂମିକା ଦର୍ଶାଇ ଏକ ସଚେତନତା ଶୋଭାଯାତ୍ରା ର ଆୟୋଜନ କରିଥିଲେ। ଏଥିରେ ନିକଟବର୍ତ୍ତୀ ଅଞ୍ଚଳର ୫୦ ରୁ ଉର୍ଦ୍ଧ୍ବ ଚାଷୀ ଭାଇ ଓ ଭଉଣୀ ମାନେ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ ଟି ଏମ୍. ଏସ୍. ସ୍ଵାମିନାଥନ ସ୍କୁଲ ଅଫ୍ ଏଗ୍ରୀକଲ୍ଚର୍ ର ଅଧ୍ୟକ୍ଷ ପ୍ରଫେସର୍ ସାଗର ମୈତ୍ର ଓ କ୍ଷେତ୍ରବିଜ୍ଞାନ (ଆଗ୍ରୋନୋମୀ) ବିଭାଗ ର ମୁଖ୍ୟ ଡକ୍ଟର ତନ୍ମୟ ଶଙ୍କର ଙ୍କ ଦ୍ଵାରା ଉଦ୍ଘାଟିତ ହୋଇଥିଲା। ଏଥିରେ ବିଶ୍ଵବିଦ୍ୟାଳୟର ବରିଷ୍ଠ ଅଧ୍ୟାପକଗଣ ଯଥା ପ୍ରଫେସର୍ ସୁପ୍ରଦିପ ସରକାର, ପ୍ରଫେସର୍ ୱାଇ. ନଞ୍ଜା ରେଡ୍ଡୀ ଏବଂ ପ୍ରଫେସର୍ ବି. ଚକ୍ରପାଣି ଯୋଗ ଦେଇ କୃଷି କ୍ଷେତ୍ରରେ ଉପୁଜୁଥିବା ସମସ୍ୟା ଓ ତାର ସମାଧାନ ବିଷୟରେ ଚାଷୀ ମାନଙ୍କ ସହିତ ଆଲୋଚନା କରିଥିଲେ। ଏହି ଅବସରରେ ଏକ ବତ୍କୃତା ପ୍ରତିଯୋଗିତା ର ଆୟୋଜନ କରାଯାଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଚାଷୀମାନଙ୍କୁ ଡ୍ରାଗନ୍ ଫ୍ରୁଟ ଚାରା, ଜିଆ ଖତ, ସି ୱିଡ ଏକ୍ସଟ୍ରାକ୍ଟ ଓ ଲାଉ ବିହନ ଇତ୍ୟାଦି ବିତରଣ କରି ସମ୍ମାନିତ କରାଯାଇଥିଲା। ପରିଶେଷରେ ଚାଷୀମାନଙ୍କର ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷଣ କରାଯାଇ କାର୍ଯ୍ୟକ୍ରମକୁ ଶେଷ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories