Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ସହରର ୧୫ ଗୋଟି ଘରୁ ପାଇପ ମିଟର ଚୋରି

ପାରଳାଖେମୁଣ୍ଡି:୨୬/୧୨(ଗରୁଡ଼ ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର କରଣସାହିରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ପାଇପ୍ ପାଣି ମିଟର ଗୁଡ଼ିକୁ କୌଣସି ଦୁର୍ବୃତ୍ତମାନେ ଚୋରାଇ ନେଇଥିବା ଅଭିଯୋଗ ହୋଇଛି। ଏହି ସାହିର ୧୫ରୁ ଊର୍ଦ୍ଧ୍ବ ଘରରୁ ଏହି ପାଣି ପାଇପ୍ ମିଟର ଚୋରି ହୋଇଥିବା ନେଇ ଜନସ୍ବାସ୍ଥ୍ୟ ବିଭାଗ ସୂଚନା ପାଇବା ପରେ ଦ୍ଵିତୀୟ ଥର ପାଇଁ ପାଇପ୍‌ରେ ମିଟର ଗୁଡ଼ିକୁ ପୁନଃସଂଯୋଗ କରାଯାଇଛି। ଏହି ଘଟଣା ନେଇ ପାରଳା ଥାନାରେ କୌଣସି ଏତଲା ଦିଆଯାଇ ନଥିବା ସୂଚନା ମିଳିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories