Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅପରେସନ୍ ଆଘାତ: ନୂଆବର୍ଷ ପୂର୍ବରୁ ଦିଲ୍ଲୀ ପୋଲିସର ବଡ ପଦକ୍ଷେପ!

ନୂଆଦିଲ୍ଲୀ,୨୮|୧୨ : ଆଉ ଦିନ କେତେଟା ପରେ ନୂଆବର୍ଷ | ସେଥପାଇଁ ସବୁଆଡେ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି | ତେବେ ନୂଆବର୍ଷ ପାଳନ ପାଇଁ ନୂଆଦିଲ୍ଲୀ ବି ଉତ୍ସବ ମୁଖର | ତେବେ ଜାନୁଆରୀ ୧ ପୂର୍ବରୁ ଦିଲ୍ଲୀ ପୋଲିସ ପକ୍ଷରୁ ନିଆଯାଇଛି ବଡ ପଦକ୍ଷେପ | ନୂଆବର୍ଷ ପୂର୍ବରୁ ରାତିସାରା ଚଢ଼ାଉ କରି ଶହ ଶହ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଦିଲ୍ଲୀର ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଜିଲ୍ଲାରେ ଗିରଫଦାରୀଙ୍କ ସଂଖ୍ୟା ୬୬୦ରୁ ଅଧିକ ରହିଥିଲା | ଅପରେସନ୍ ଆଘାତ ୩.୦ ଅଧୀନରେ କାର୍ଯ୍ୟାନୁଷ୍ଠାନରେ ବିଭିନ୍ନ ଅସ୍ତ୍ରଶସ୍ତ୍ର, ଲକ୍ଷାଧିକ ନଗଦ ଟଙ୍କା, ବେଆଇନ ମଦ, ଡ୍ରଗ୍ସ ସମେତ ଅନେକ ଚୋରି ସାମଗ୍ରୀକୁ ପୋଲିସ ଜବତ କରିଛି । ନୂଆବର୍ଷ ପାଳନ ସମୟରେ ଅପରାଧିକ କାର୍ଯ୍ୟକଳାପକୁ ରୋକିବା ପାଇଁ ପୋଲିସ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା। ଦିଲ୍ଲୀର ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଜିଲ୍ଲା ଥାନାର ପୁଲିସର ମିଳିତ ସହଯୋଗରେ ଏହି ଚଢ଼ାଉ ହୋଇଥିଲା । କେବଳ ଦକ୍ଷିଣ ପୂର୍ବ ଜିଲ୍ଲାରେ ୨୮୫ ଜଣଙ୍କୁ ଗିରଫ କରାଯାଇଛି ବୋଲି ପୁଲିସ କହିଛି। ଆର୍ମସ୍ ଆକ୍ଟ, ଏକ୍ସାଇଜ୍ ଆକ୍ଟ, ଏନ୍‌ଡିପିଏସ୍ ଆକ୍ଟ ଏବଂ ଜୁଆ ଆକ୍ଟର ବ୍ୟବସ୍ଥା ସମେତ ବିଭିନ୍ନ ଆଇନ ଅନୁଯାୟୀ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହି ତଦନ୍ତ ସମୟରେ ପ୍ରାୟ ୨,୮୦୦ରୁ ଅଧିକ ଲୋକଙ୍କୁ ପୋଲିସର ପଚରାଉଚରା କରାଯାଇଥିବା ଦିଲ୍ଲୀ ପୁଲିସର ଯୁଗ୍ମ ପୁଲିସ କମିସନର (ସୁରକ୍ଷା) ଏସ୍‌କେ ଜୈନ କହିଛନ୍ତି।

ସମଗ୍ର କାର୍ଯ୍ୟାନୁଷ୍ଠାନ ମୁଖ୍ୟତଃ ସଂଗଠିତ ଅପରାଧ, ବିଶେଷକରି ଡ୍ରଗ୍ ବେପାରୀ, ବେଆଇନ ମଦ ବିକ୍ରେତା, ଜୁଆଡ଼ି ଏବଂ ଅଭ୍ୟାସଗତ ଅପରାଧୀଙ୍କ ବିରୁଦ୍ଧରେ ଥିଲା। ଦିଲ୍ଲୀବାସୀଙ୍କୁ ନୂଆବର୍ଷ ଉତ୍ସବ ସମୟରେ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏହି ଗିରଫ କରାଯାଇଛି । ଏହି ଅଭିଯାନରେ ପୋଲିସ ପ୍ରାୟ ୨୧ରୁ ଅଧିକ ଦେଶୀ ପିସ୍ତଲ, ୨୦ଟି ଅଫୁଟା ଗୁଳି ଏବଂ ୨୭ଟି ଛୁରୀ ଉଦ୍ଧାର କରିଛି । ନୂଆବର୍ଷ ପୂର୍ବରୁ ଚୋରା ମଦ ଏବଂ ଅନ୍ୟନ୍ୟ ନିଶାଦ୍ରବ୍ୟକୁ ମଧ୍ୟ ଜବତ କରିଛି ପୋଲିସ । ଚୋରି ହୋଇଥିବା ୩୧୦ଟି ମୋବାଇଲ୍ ଫୋନ୍ ପୋଲିସ ଖୋଜି ପାଇଥିବା ବେଳେ ଯାନବାହାନ ଚୋରି ଗ୍ୟାଙ୍ଗ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇଛି । ଏଥିରେ ୨୩୧ଟି ଦୁଇ ଚକିଆ ଏବଂ ଗୋଟିଏ କାର ଉଦ୍ଧାର କରାଯାଇଛି ।

ପୋଲିସ ପକ୍ଷରୁ ନିଆଯାଇଥିବା ଏହି ଅପରେସନ୍ ଆଘାତ ୩.୦ରେ ଗାଡି ଚୋରି ନେଟ୍‌ୱର୍କକୁ ଶେଷ କରିବା ଉପରେ ମଧ୍ୟ ଧ୍ୟାନ ଦେଇଥିଲା। ନୂଆବର୍ଷ ପାଳନ ସମୟରେ ଯେମିତି ଜନ ସାଧାରଣ କେହି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ପାଞ୍ଚ ଜଣ ଅଟୋ ଚୋରଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଏହା ବ୍ୟତୀତ ୨୩୧ଟି ଦୁଇଚକିଆ ଯାନ ଓ ଗୋଟିଏ ଚାରିଚକିଆ ଯାନ ମଧ୍ୟ ଜବତ କରାଯାଇଛି। ଜୁଆ ନିରୋଧୀ ଆଇନ ଅନୁଯାୟୀ ଅତି କମ୍‌ରେ ରୁଜୁ ହୋଇଥିବା ୩୦ଟି ମାମଲାରେ ୬୮ ଜୁଆଡ଼ିଙ୍କୁ ଗିରଫ କରାଯାଇଥିଲା। କେବଳ ସେତିକି ନୁହେଁ ସେମାନଙ୍କଠାରୁ ପ୍ରାୟ ୨.୩ ଲକ୍ଷ ନଗଦ ଟଙ୍କା ମଧ୍ୟ ଜବତ କରିଛି ପୋଲିସ । ଚୋରି ହୋଇଥିବା ୩୧୦ଟି ମୋବାଇଲ୍ ଫୋନ୍ ପୋଲିସ ଖୋଜି ପାଇଥିବା ସେଗୁଡିକୁ ପ୍ରକୃତ ମାଲିକଙ୍କୁ ଫେରାଇ ଦିଆଯିବ ବୋଲି ପୁଲିସ କହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ