Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହଙ୍ଗା ପଡିଲା ସୋସିଆଲ ମିଡ଼ିଆରେ ପ୍ରେମ ସମ୍ପର୍କ; ସୀମା ଡେଇଁ ପ୍ରେମିକ ବାଦଲ ଭୋଗିଲେ ଜେଲ ଦଣ୍ଡ

ନୂଆଦିଲ୍ଲୀ,୩୦।୧୨: ପ୍ରେମ ପାଇଁ ଅନେକ ତ୍ୟାଗ ଦେବା ଘଟଣା ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ। ପ୍ରେମ ପାଇଁ ସାତ ଦରିଆ ତେର ନଇ ପାର ହେଇ ପ୍ରେମିଯୁଗଳ ଆସିଥିବା କାହାଣୀ ବି ଶୁଣିଥିବେ। କିନ୍ତୁ ପ୍ରେମ ପାଇଁ ବି ଜେଲ ଯିବାକୁ ପଡେ ତାହା ବିଷୟରେ କେବେ ଶୁଣିଛନ୍ତି କି? ହଁ ଏ କଥା ସତ! ଶୁଣି ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ। ତେବେ ପ୍ରେମକୁ ନେଇ ସୀମା ଡିଆଁ ପ୍ରେମର ଏକ ଅଦ୍ଭୁତ କରୁଣ କାହାଣୀର ଖବର ଆସିଛି।

ଉତ୍ତରପ୍ରଦେଶରୁ ଏଭଳି ଏକ କାହାଣୀ ଆସିଛି। ବାଦଲଙ୍କ ପ୍ରେମ କାହାଣୀ ଚର୍ଚ୍ଚାର ବିଷୟ ପାଲଟିଛି। କୌଣସି ବଲିଉଡ୍ ଚଳଚ୍ଚିତ୍ର ଠାରୁ ଏହା କମ ନାଟକୀୟ ନୁହେଁ। ସୋସିଆଲ ମିଡିଆରେ ବନ୍ଧୁତା କରିବା ପଡିଲା ମହଙ୍ଗା। ସୋସିଆଲ ମିଡ଼ିଆ ଫେସବୁକରେ ବନ୍ଧୁତା ପାଇଁ ପାକିସ୍ତାନରେ ଜେଲ୍ ଦଣ୍ଡ ଭୋଗ ଭାରତକୁ ଫେରିଛନ୍ତି ପ୍ରେମିକ ବାଦଲ । ପ୍ରେମ ପାଇଁ ସବୁକିଛି ତ୍ୟାଗ କରି ପ୍ରେମିକାଙ୍କ ପାଇଁ ଯାଇଥିଲେ କିନ୍ତୁ ପ୍ରେମିକାଙ୍କ ଭଲ ପାଇବା ବଦଳରେ ମିଳିଥିଲା ଜେଲଦଣ୍ଡ। ଫେସବୁକରୁ ଆରମ୍ଭ ହୋଇଥିବା ସମ୍ପର୍କ ତାଙ୍କୁ ପାକିସ୍ତାନ ଜେଲ୍ ଅନ୍ଧକାରରେ ପହଞ୍ଚାଇ ଦେଇଥିଲା। ଉତ୍ତରପ୍ରଦେଶର ପ୍ରେମିକ ବାଦଲ ଫେସବୁକ୍ ମାଧ୍ୟମରେ ପାକିସ୍ତାନର ଏକ ଯୁବତୀ ସାନାଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ ।

ତେବେ ଏହି ବନ୍ଧୁତା ସମ୍ପର୍କ ସମୟ କ୍ରମେ ଅଳ୍ପଦିନ ମଧ୍ୟରେ ଏହି ପ୍ରେମରେ ପରିବର୍ତ୍ତନ ହୋଇଥିଲା । ନିଜ ଭଲ ପାଇବା ପାଇଁ ବାଦଲ କୌଣସି ଉପଯୁକ୍ତ ଦଲିଲ ପ୍ରମାଣ ନଥାଇ ବେଆଇନ ଭାବେ ସୀମା ଅତିକ୍ରମ କରି ଭାରତର ପଡୋଶୀ ଦେଶ ପାକିସ୍ତାନରେ ଯାଇ ପହଞ୍ଚିଥିଲେ। କିନ୍ତୁ ପ୍ରେମ ପାଇଁ ନେଇଥିବା ତାଙ୍କର ଏହି ନିଷ୍ପତ୍ତି ତାଙ୍କ ପାଇଁ ବିପଦ ସୃଷ୍ଟି କରିଥିଲା। ସୀମା ଡେଇଁ ଯିବା ପରେ ପାକିସ୍ତାନୀ ସେନା ବାହିନୀଙ୍କ ହାତରେ ଧରାପଡ଼ିବା ପଡ଼ିଥିଲେ। ଏବଂ ସୁରକ୍ଷା କର୍ମୀ ତାଙ୍କୁ ଅନୁପ୍ରବେଶକାରୀ ଅଭିଯୋଗରେ ଗିରଫ କରାଯାଇ ଜେଲ୍ ପଠାଇ ଦେଇଥିଲେ । ସୂଚନା ଅନୁସାରେ ଦୀର୍ଘବର୍ଷ ଧରି ପାକିସ୍ତାନ ଜେଲରେ ନିର୍ଯାତନା ଏବଂ ଯନ୍ତ୍ରଣା ସହିବା ପରେ, ସେଠାରେ ଦଣ୍ଡ ସମାପ୍ତ କରି ବାଦଲ ଶେଷରେ ଭାରତୀୟ ସୀମାରେ ପହଞ୍ଚିଛନ୍ତି। ନିଜ ଦେଶକୁ ଫେରିବା ପରେ ବାଦଲ ଭାବବିହ୍ୱଳ ହୋଇପଡ଼ିଥିଲେ। ତେବେ ବାଦଲ ଭାରତକୁ ଫେରିବାକୁ ନେଇ ଏହା ସୋସିଆଲ ମିଡିଆରେ ଚର୍ଚ୍ଚା ର ବିଷୟ ପାଲଟିଛି। ପ୍ରେମ ପାଇଁ ବାଦଲଙ୍କ ସୀମା ଅତିକ୍ରମ କରିବା ଭଳି ପଦକ୍ଷେପ ଶେଷରେ ତାଙ୍କୁ ଜେଲ ପର୍ଯ୍ୟନ୍ତ ପହଞ୍ଚାଇ ଦେଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ