ଉତ୍ତରାଖଣ୍ଡରେ ଭୟଙ୍କର ଦୁର୍ଘଟଣା; ୭ ମୃତ,୧୫ ଆହତ
ଉତ୍ତରାଖଣ୍ଡ,୩୦|୧୨ : ଉତ୍ତରାଖଣ୍ଡରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ଘାଟିରୁ ବସ୍ ଖସିବା ଯୋଗୁ ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ତେବେ ସମସ୍ତ ଆହତ ବ୍ୟକ୍ତିଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ମୁତାବକ, ଉତ୍ତରାଖଣ୍ଡରେ ଆଲମୋରା ଜିଲ୍ଲାର ଭିକିଆସେନ ନିକଟରେ ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଘାଟିରେ ଖସିପଡ଼ିଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ତେବେ ସମସ୍ତ ଆହତ ଯାତ୍ରୀମାନଙ୍କୁ ଭିକିଆସେନର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ (SDRF) ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

