Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଇଏଏସ ଅଧିକାରୀଙ୍କ ଘରେ ସେକ୍ସ ରାକେଟ; ଚଢ଼ାଉ ପରେ ସମସ୍ତଙ୍କୁ ଗିରଫ କରିଛି ପୋଲିସ

ଉତ୍ତରପ୍ରଦେଶ,୯|୧: ଆଇଏଏସ ଅଧିକାରୀଙ୍କ ଘରେ ସେକ୍ସ ରାକେଟ | ଚଢ଼ାଉ ସମୟରେ ପୁରୁଷ ଏବଂ ମହିଳାଙ୍କୁ ଆପତ୍ତିଜନକ ସ୍ଥିତିରେ ଥିବା ଦେଖିବାକୁ ମିଳିଥିଲା | ଯେ କେହିବି ଶୁଣିବ ସେ ଆଶ୍ଚର୍ଯ୍ୟ ହେବ | ପ୍ରଶାସନ ସେବାରେ ଥିବା ଅଧିକାରୀଙ୍କ ଘରେ ସେକ୍ସ ରାକେଟ | ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ପ୍ରୟାଗରାଜରେ | ଯେଉଁଠାରେ ଜଣେ IAS ଅଧିକାରୀଙ୍କ ଘରେ ରାତିରେ ଚଢାଉ ସମୟରେ ଏକାଧିକ ପୁରୁଷ ଏବଂ ମହିଳାଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିବାକୁ ମିଳିଥିଲା। ତେବେ ଚଢ଼ାଉ ପରେ ସମସ୍ତଙ୍କୁ ଗିରଫ କରିଛି ପୋଲିସ | ତେବେ ତଦନ୍ତ ପରେ ପୋଲିସ ସୂତ୍ରରୁ ସୂଚନ ମିଳିଛିଯେ, ପ୍ରକୃତରେ ଘରଟି ଏକ IAS ଅଧିକାରୀଙ୍କର ଥିଲା, ମାତ୍ର ସେ ଉକ୍ତ ଘରକୁ ମାସିକ ୧୫୦୦୦ ଟଙ୍କାରେ ଭଡାରେ ଲଗାଇଥିଲେ | ଏବଂ ଘର ଭଡା ନେଇଥିବା ବ୍ୟକ୍ତି ହିଁ ସେକ୍ସ ରାକେଟ ଚଲାଉଥିଲେ ।

ପ୍ରୟାଗରାଜର କୀଟଗଞ୍ଜ ଅଞ୍ଚଳ ନିକଟ ଖଲାସି ଲାଇନରେ ଏହି ସେକ୍ସ ରାକେଟ ଚାଲୁଥିଲା। ଏକ ଅଭିଯୋଗ ପାଇବା ପରେ, ଏସିପି ରାଜୀବ ଯାଦବ ଏକ ଗୁପ୍ତ ତଦନ୍ତ କଲେ। ଯାହା ଫଳରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିଲା | ସୂଚନା ମୁତାବକ କୀଟଗଞ୍ଜ ପୋଲିସ ଷ୍ଟେସନ୍ ଅଧିକାରୀ ବୀରେନ୍ଦ୍ର ସିଂହ ତାଙ୍କ ଟିମ ସହିତ ଉକ୍ତ ଘର ଉପରେ ଚଢାଉ କରିଥିଲେ। ସେଇ ଚଢ଼ାଉରୁ ପୋଲିସକୁ ଚାରି ଜଣ ମହିଳା ଏବଂ ପାଞ୍ଚ ଜଣ ପୁରୁଷ ଆପତ୍ତିଜନକ ସ୍ଥିତିରେ ମିଳିଥିଲେ। ପରେ ପୋଲିସ ସମସ୍ତଙ୍କୁ ଗିରଫ କରିଥିଲା।

ତେବେ ଏହି ସେକ୍ସ ରାକେଟର ମୁଖ୍ୟ ଅଭିଯୁକ୍ତ ହେଉଛି ଦରିଆବାଦର ବାସିନ୍ଦା ସର୍ବେଶ ଦ୍ୱିବେଦୀ। ସେ କୀଟଗଞ୍ଜରେ ଆଇଏସଙ୍କ ଘରକୁ ଭଡା ଭାବେ ନେଇଥିଲା | ଏବଂ ସେଠାରେ ଚାରି ଜଣ ମହିଳାଙ୍କୁ ରଖି ଅନୈତିକ କାର୍ଯ୍ୟ କରିବାକୁ ବାଧ୍ୟ କରୁଥିଲା। ତେବେ ଗିରଫ ହୋଇଥିବା ମହିଳାଙ୍କ ମଧ୍ୟରୁ ଜଣେ ପ୍ରୟାଗରାଜର ହୋଇଥିବା ବେଳେ ଦ୍ୱିତୀୟ ବାରାଣସୀର, ଏବଂ ଅନ୍ୟ ଦୁଇଜଣ ପଶ୍ଚିମବଙ୍ଗର ବୋଲି ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ