ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟରେ ୧୬ ଦିନିଆ ଆତ୍ମସୁରକ୍ଷା କାର୍ଯ୍ୟକ୍ରମ ଉଦଘାଟନ
ପାରଳାଖେମୁଣ୍ଡି:୧୦/୧(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଯୁକ୍ତ ତିନି ପ୍ରଥମ ବାର୍ଷିକ ଛାତ୍ରୀ ମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ୧୬ ଦିନିଆ ଏକ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି ।ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ରୀନା ସାହୁ’ଙ୍କ ଅଧ୍ୟକ୍ଷତାରେ ପାରଳାଖେମୁଣ୍ଡି ଏସ୍.ଡ଼ି.ପି.ଓ ଶ୍ରୀ ମାଧବା ନନ୍ଦ ନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ର ଉଦଘାଟନ କରିଥିଲେ ।ଓଡିଶା ସରକାର ଓ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶାନୁଯାୟୀ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଏସଡିପିଓ: ଶ୍ରୀ ନାୟକ ଯୋଗ ଦେଇ ମୁଖ୍ୟତଃ ଛାତ୍ରୀମାନେ କିଭଳି ନିଜକୁ ହିଂସାକାରୀଙ୍କ ଆକ୍ରମଣରୁ ପ୍ରଥମେ ରକ୍ଷା କରିପାରିବା ସହ ତାର ମୁକାବିଲା କରିପାରିବେ , ସେହି ସବୁ କୌଶଳ ମାନ ଶିକ୍ଷା କରିବାକୁ ହେବ ବୋଲି ବକ୍ତବ୍ୟ ଦେଇଥିଲେ । ମୁଖ୍ୟତଃ ବିଭିନ୍ନ ପ୍ରକାର ସୋସିଆଲ ମିଡିଆ ଓ ମୋବାଇଲ ଫୋନ’ର ଅପବ୍ୟବହାର ଯୋଗୁଁ କିଭଳି ଛାତ୍ରୀ ତଥା ନାବାଳିକା ମାନେ ଯୌନ-ଶୀକାର ହୋଇଥାନ୍ତି , ସେ ସବୁର ବିଭିନ୍ନ ଦିଗ ଉପରେ କହି ସଚେତନ କରାଇଥିଲେ ।ଅଧ୍ୟକ୍ଷା ଡ଼ଃ ରୀନା ସାହୁ ମଧ୍ୟ ଆତ୍ମ ସୁରକ୍ଷା ଦିଗରେ ନିଜକୁ ସୁରକ୍ଷିତ ରଖିବା ପାଇଁ ଛାତ୍ରୀମାନଙ୍କୁ ସଚେତନ ରହିବାକୁ ଏବଂ ସରକାର’ଙ୍କ ଦ୍ବାରା ଦିଆ ଯାଉଥିବା ଏହିଭଳି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସଂପୂର୍ଣ୍ଣ ଫାଇଦା ହାସଲ କରନ୍ତୁ ବୋଲି ଉଦବୋଧନ ଦେଇଥିଲେ ।ସେହିଭଳି , କାର୍ଯ୍ୟକ୍ରମରେ ମହିଳା ଏସ୍.ଆଇ: କୌତୁକୀ ସେଠୀ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ ଛାତ୍ରୀ ମାନଙ୍କୁ ଆତ୍ମସୁରକ୍ଷା ସଂପର୍କରେ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ ।
ଉଦଘାଟନୀ ଓ ସଚେତନତା କାର୍ଯ୍ୟକ୍ରମ ପରେ ପରେ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ର ଦୁଇ ପ୍ରଶିକ୍ଷିକା କୁମାରୀ ପ୍ରିୟା (ପିରାମଲ୍ ଫାଉଣ୍ଡେଶନ୍) କୁମାରୀ ମାଧୁରୀ ଛାତ୍ରୀମାନଙ୍କୁ ଆତ୍ମରକ୍ଷାର ବିଭିନ୍ନ କୌଶଳ ଗୁଡ଼ିକ ପ୍ରଦର୍ଶନ କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପିକା ଡ଼ଃ ଭାରତୀ ପାଣିଗ୍ରାହୀ ସଂଯୋଜନା କରିବା ସହ ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ , ଅଧ୍ୟାପିକା ଓ କର୍ମଚାରୀ ମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା ଓ ସହଯୋଗ କରିଥିଲେ ।
ପାରଳାଖେମୁଣ୍ଡି:୧୦/୧(ଗରୁଡ଼ ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଯୁକ୍ତ ତିନି ପ୍ରଥମ ବାର୍ଷିକ ଛାତ୍ରୀ ମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ୧୬ ଦିନିଆ ଏକ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି ।ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ରୀନା ସାହୁ’ଙ୍କ ଅଧ୍ୟକ୍ଷତାରେ ପାରଳାଖେମୁଣ୍ଡି ଏସ୍.ଡ଼ି.ପି.ଓ ଶ୍ରୀ ମାଧବା ନନ୍ଦ ନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ର ଉଦଘାଟନ କରିଥିଲେ ।ଓଡିଶା ସରକାର ଓ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶାନୁଯାୟୀ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଏସଡିପିଓ: ଶ୍ରୀ ନାୟକ ଯୋଗ ଦେଇ ମୁଖ୍ୟତଃ ଛାତ୍ରୀମାନେ କିଭଳି ନିଜକୁ ହିଂସାକାରୀଙ୍କ ଆକ୍ରମଣରୁ ପ୍ରଥମେ ରକ୍ଷା କରିପାରିବା ସହ ତାର ମୁକାବିଲା କରିପାରିବେ , ସେହି ସବୁ କୌଶଳ ମାନ ଶିକ୍ଷା କରିବାକୁ ହେବ ବୋଲି ବକ୍ତବ୍ୟ ଦେଇଥିଲେ । ମୁଖ୍ୟତଃ ବିଭିନ୍ନ ପ୍ରକାର ସୋସିଆଲ ମିଡିଆ ଓ ମୋବାଇଲ ଫୋନ’ର ଅପବ୍ୟବହାର ଯୋଗୁଁ କିଭଳି ଛାତ୍ରୀ ତଥା ନାବାଳିକା ମାନେ ଯୌନ-ଶୀକାର ହୋଇଥାନ୍ତି , ସେ ସବୁର ବିଭିନ୍ନ ଦିଗ ଉପରେ କହି ସଚେତନ କରାଇଥିଲେ ।ଅଧ୍ୟକ୍ଷା ଡ଼ଃ ରୀନା ସାହୁ ମଧ୍ୟ ଆତ୍ମ ସୁରକ୍ଷା ଦିଗରେ ନିଜକୁ ସୁରକ୍ଷିତ ରଖିବା ପାଇଁ ଛାତ୍ରୀମାନଙ୍କୁ ସଚେତନ ରହିବାକୁ ଏବଂ ସରକାର’ଙ୍କ ଦ୍ବାରା ଦିଆ ଯାଉଥିବା ଏହିଭଳି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସଂପୂର୍ଣ୍ଣ ଫାଇଦା ହାସଲ କରନ୍ତୁ ବୋଲି ଉଦବୋଧନ ଦେଇଥିଲେ ।ସେହିଭଳି , କାର୍ଯ୍ୟକ୍ରମରେ ମହିଳା ଏସ୍.ଆଇ: କୌତୁକୀ ସେଠୀ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ ଛାତ୍ରୀ ମାନଙ୍କୁ ଆତ୍ମସୁରକ୍ଷା ସଂପର୍କରେ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ ।
ଉଦଘାଟନୀ ଓ ସଚେତନତା କାର୍ଯ୍ୟକ୍ରମ ପରେ ପରେ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ର ଦୁଇ ପ୍ରଶିକ୍ଷିକା କୁମାରୀ ପ୍ରିୟା (ପିରାମଲ୍ ଫାଉଣ୍ଡେଶନ୍) କୁମାରୀ ମାଧୁରୀ ଛାତ୍ରୀମାନଙ୍କୁ ଆତ୍ମରକ୍ଷାର ବିଭିନ୍ନ କୌଶଳ ଗୁଡ଼ିକ ପ୍ରଦର୍ଶନ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପିକା ଡ଼ଃ ଭାରତୀ ପାଣିଗ୍ରାହୀ ସଂଯୋଜନା କରିବା ସହ ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ , ଅଧ୍ୟାପିକା ଓ କର୍ମଚାରୀ ମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା ଓ ସହଯୋଗ କରିଥିଲେ ।

