Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଏସପି ସମେତ ୩ ପୁଲିସ ଅଧିକାରୀନିଷ୍ଠାପର ସେବା ଓ କାର୍ଯ୍ୟଦକ୍ଷତା ପାଇଁ ଡିଜିପି ପଦକରେ ସମ୍ମାନୀତ

ପାରଳାଖେମୁଣ୍ଡି:୧୪/୧(ଗରୁଡ଼ ଧ୍ଵଜ ଚୌଧୁରୀ) ପୁଲିସ ବାହିନୀରେ ନିଷ୍ଠାପର ସେବା ଓ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ପାଇଁ ରାଜ୍ୟର ୪୬ ଜଣ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଆରକ୍ଷୀ ମହାନିର୍ଦ୍ଦେଶକ (ଡିଜିପି) ପଦକରେ ସମ୍ମାନିତ କରାଯାଇଛି। ଏଥିରେ ଗଜପତି ଜିଲ୍ଲାର ଆରକ୍ଷୀ ଅଧୀକ୍ଷକଙ୍କ ସମେତ ୩ ଜଣ ପୁଲିସ ଅଧିକାରୀ ସାମିଲ ହୋଇ ଜିଲ୍ଲାର ଗୌରବ ବଢ଼ାଇଛନ୍ତି।
ସୋମବାର କଟକ ସ୍ଥିତ ଆର.କେ.ପାଢ଼ୀ ମେମୋରିଆଲ୍ ହଲ୍‌ରେ ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହରେ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ସଫଳ ଅଧିକାରୀମାନଙ୍କୁ ପଦକ ଓ ମାନପତ୍ର ପ୍ରଦାନ
କରିଥିଲେ।ଗଜପତି ଜିଲ୍ଲାରୁ ଡିଜିପି ପଦକ ପାଇଥିବା ଅଧିକାରୀମାନେ ହେଲେ—ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା,ପାରଳାଖେମୁଣ୍ଡି ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ମାଧବାନନ୍ଦ ନାୟକ ଓ ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ସବ୍‌ ଇନ୍ସପେକ୍ଟର ସୁନୀଲ କୁମାର ସେଠୀ।ଏହି ତିନି ଜଣ ପୁଲିସ ପଦାଧିକାରୀଙ୍କୁ ସେମାନଙ୍କର ଉଲ୍ଲେଖନୀୟ ସେବା ଓ କାର୍ଯ୍ୟଦକ୍ଷତା ପାଇଁ ଡିଜିପି ପଦକ ପ୍ରଦାନ କରାଯାଇଥିବାରୁ ବିଭିନ୍ନ ମହଲରେ ସେମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି। ଏହା ସହ ଗଜପତି ଜିଲ୍ଲାର ଗୌରବ ବଢ଼ାଇଥିବାରୁ ସମସ୍ତେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories