Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ମହିଳା ସ୍ନାତକ ମହାବିଦ୍ୟାଳୟର ୧୩ ତମ ବାର୍ଷିକ ଉତ୍ସବ

ପାରଳାଖେମୁଣ୍ଡି:୧୪/୧(ଗରୁଡ଼ ଧ୍ଵଜ ଚୌଧୁରୀ)
ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟରେ ଅନୁଷ୍ଠାନର ୧୩ତମ ବାର୍ଷିକୋତ୍ସବ ଅତି ଆଡମ୍ବର ସହିତ ପାଳିତ ହୋଇଯାଇଅଛି। ମୁଖ୍ଯ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ, ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତଥା ମହା ବିଦ୍ୟାଳୟର ପରିଚାଳନା କମିଟି ସଭାପତି ଫାଲଗୁନୀ ମାଝି, ମୁଖ୍ଯ ବକ୍ତା ଭାବେ ମୁଖ୍ଯ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ପୃଥ୍ୱୀରାଜ ମଣ୍ଡଳ ମଞ୍ଚାସୀନ ଥିଲେ ।ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ରୀନା ସାହୁ ସଭାରେ ଅଧ୍ୟକ୍ଷତା କରିବା ସହିତ ମଂଚ ପରିଚାଳନା କରିବା ପୂର୍ବକ ବାର୍ଷିକ ବିବରଣୀ ପାଠ କରିଥିଲେ । ଦୀର୍ଘ ତେରବର୍ଷ କାଳ ବିଭିନ୍ନ ଘାତପ୍ରତିଘାତର ସମ୍ମୁଖୀନ ହୋଇ ସୁଦ୍ଧା ଅନୁଷ୍ଠାନରେ ଅଧ୍ୟାପନା , ଅଧ୍ଯୟନ କାର୍ଯ୍ୟ ସମେତ ଅନ୍ଯାନ୍ଯ କାର୍ଯ୍ୟକ୍ରମ କିପରି ଅନୁଷ୍ଠିତ ହୋଇ ଆସୁଛି ଏବଂ ଜିଲ୍ଲା ତଥା ବିଶ୍ଵବିଦ୍ୟାଳୟ ସ୍ତରୀୟ କାର୍ଯ୍ୟକ୍ରମଗୁଡ଼ିକରେ ଛାତ୍ରୀମାନେ କିପରି ଅଂଶଗ୍ରହଣ କରି,ଅନୁଷ୍ଠାନ ପାଇଁ ସୁନାମ ଆଣୁଛନ୍ତି ସେ ବିଷୟରେ ବର୍ଣ୍ଣନା କରିଥିଲେ ।ମୁଖ୍ଯ ଅତିଥି ବିଧାୟକ ଶ୍ରୀ ପାଣିଗ୍ରାହୀ ଅନୁଷ୍ଠାନର ଛାତ୍ରୀମାନଙ୍କ ପାଠ ପଢା ସହିତ ସୃଜନଶୀଳତାର ଦକ୍ଷତା ଦେଖି ଅତ୍ୟନ୍ତ ଆନନ୍ଦିତ ହୋଇଥିଲେ ଏବଂ ସେଥିନିମିତ୍ତ ସୁବିଧା ସୁଯୋଗ ଯୋଗାଇ ଦେବାପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ ।ସମ୍ମାନୀତ ଅତିଥି , ଅତିରିକ୍ତ ଜିଲ୍ଲାପାଳ ଅନୁଷ୍ଠାନର ଅସୁବିଧାଗୁଡ଼ିକ ଦୂର କରିବାର ପ୍ରତିଶ୍ରୁତି ଦେଇ ଛାତ୍ରୀମାନେ ଆଗାମୀ ଭବିଷ୍ୟତର ଉତ୍ତମ ତଥା ଉଜ୍ଜଳ ନାଗରିକ କିପରି ହୋଇ ପାରିବେ , ସେ ସମ୍ବନ୍ଧରେ ଉଦବୋଧନ ଦେଇଥିଲେ ।ମୁଖ୍ଯବକ୍ତା ଶ୍ରୀଯୁକ୍ତ ମଣ୍ଡଳ ମହାବିଦ୍ୟାଳୟର ତ୍ରୟୋଦଶତମ ବାର୍ଷିକୋତ୍ସବ ସମାରୋହ କୁ ଉଚ୍ଚ ପ୍ରଶଂସା କରି ଅଧ୍ୟାପକ,ଅଧ୍ୟାପିକା ତଥା କର୍ମଚାରୀମାନଙ୍କ ସମେତ ଛାତ୍ରୀବୃନ୍ଦଙ୍କୁ କୈଶୋର ର ଉନ୍ମାଦନା ଓ ଅନୁସନ୍ଧିତ୍ସା ସହିତ ତୁଳନା କରି ଆଗାମୀ ଦିନରେ ଅଧିକରୁ ଅଧିକ ସଫଳତା ହାସଲ କରିବା ନିମନ୍ତେ ପ୍ରୟାସୀ ହେବା ପାଇଁ ପ୍ରୋତ୍ସାହିତ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories