Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜସ୍ଥାନର ଫତେପୁର ଶେଖାବତୀରେ ଭୟଙ୍କର ଦୁର୍ଘଟଣା; ଚାଲିଗଲା ଗୋଟିଏ ପରିବାରର ୭ ଜୀବନ

ନୂଆଦିଲ୍ଲୀ,୧୫|୧: ମର୍ମନ୍ତୁଦ ଦୁର୍ଘଟଣା | ଘଟଣାରେ ଚାଲିଗଲା ୭ ଜୀବନ | ସମସ୍ତ ମୃତକ ହେଉଛନ୍ତି ଗୋଟିଏ ପରିବାରର | ସୂଚନା ଅନୁସାରେ, ରାଜସ୍ଥାନର ଫତେପୁର ଶେଖାବତୀରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଯେଉଁଥିରେ ଗୋଟିଏ ପରିବାରର ୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ୫୨ ନଂ ଜାତୀୟ ରାଜପଥର ହର୍ସଭା ଗାଁ ପାଖରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | ସୂଚନା ଅନୁଯାୟୀ, ଦ୍ରୁତ ବେଗରେ ଯାଉଥିବା କାରଟି ପ୍ରଥମେ ଏକ ପିକ୍-ଅପ୍ ଗାଡ଼ିକୁ ଧକ୍କା ଦେଇଥିଲା। ଏବଂ ପରେ ସମ୍ମୁଖରୁ ଆସୁଥିବା ଏକ ଟ୍ରକ୍ ସହିତ ଯାଇ ଧକ୍କା ହୋଇଥିଲା। ଫଳରେ ଦୁର୍ଘଟଣାରେ କାରଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି। ଏବଂ ଦୁର୍ଘଟଣାରେ ଶାଶୁ, ତାଙ୍କ ୫ ଜଣ ବୋହୂ ଏବଂ ଝିଅଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି | କାରର ଡ୍ରାଇଭର ଏବଂ ଜଣେ ଯୁବତୀ ଗୁରୁତର ଭାବେ ଆହତ ହୋଇଛନ୍ତି।

ତେବେ ସମସ୍ତ ମୃତକ ହେଉଛନ୍ତି ଫତେପୁର ସଦର ଥାନା ରଘୁନାଥପୁରା ଗାଁର | ସମସ୍ତେ ଗୋଟିଏ ପରିବାରର ସଦସ୍ୟ ଥିଲେ ବୋଲି ସୂଚନା ମିଳିଛି । ପୁରା ପରିବାର ଏକାଠି ଲକ୍ଷ୍ମଣଗଡ଼ ଯାଇଥିଲା। ସେଠାରେ ସେମାନେ ଏକ ଶୁଦ୍ଧିକ୍ରିୟାରେ ଯୋଗ ଦେଇଥିଲେ | ଏବଂ ସନ୍ଧ୍ୟା ପ୍ରାୟ ଚାରିଟା ବେଳେ ଗାଁକୁ ଫେରୁଥିବା ସମୟରେ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ