Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୀର୍ଘ ୭ ମାସ ଧରି ଅଚଳ ଥିବା ଅକ୍ସିଜେନ ପ୍ଲାଣ୍ଟ୍‌କୁ ନିଜସ୍ବ ଖର୍ଚ୍ଚରେ ମରାମତି କଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି:୧୫/୧(ଗରୁଡ଼ ଧ୍ଵଜ ଚୌଧୁରୀ) ଦୀର୍ଘ ୭ ମାସ ଧରି ଅଚଳ ରହିଥିବା ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅକ୍ସିଜେନ୍ ପ୍ଲାଣ୍ଟଟିକୁ ପାରଳାଖେମୁଣ୍ଡି ବିଧାୟକ ଇଂ.ରୂପେଶ ପାଣିଗ୍ରାହୀ ନିଜସ୍ଵ ଖର୍ଚ୍ଚରେ ମରାମତି କରାଇ କାର୍ଯ୍ୟକ୍ଷମ କରିଛନ୍ତି। ଦୀର୍ଘ ସାତ ମାସରୁ ଅଧିକ ସମୟ ହେଲା ରକ୍ଷଣାବେକ୍ଷଣ ଅଭାବରୁ ଅକ୍ସିଜେନ ପ୍ଲାଣ୍ଟଟି ବନ୍ଦ ପଡ଼ିଥିଲା। ବାରମ୍ବାର ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ମରାମତି ହୋଇ ପାରି ନଥିଲା। ମରାମତି ପାଇଁ ଅର୍ଥ ମଞ୍ଜୁର ହୋଇ ନ‌ଥିବାରୁ ବିଳମ୍ବ ହେଉଥିବା କୁହାଯାଉଥିଲା । ଡାକ୍ତରଖାନାରେ ଅକ୍ସିଜେନ୍ ବ୍ୟବସ୍ଥା ନ ଥିବାରୁ ରୋଗୀଙ୍କୁ ଚିକିତ୍ସା ନ କରି ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପରାମର୍ଶ ଦିଆଯାଉଥିଲା। ହେଲେ, ଏ ସମ୍ପର୍କରେ ଜାଣିବା ପରେ ବିଧାୟକ ଶ୍ରୀ ପାଣିଗ୍ରାହୀ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ। ଅକ୍ସିଜେନ୍ ପ୍ଲାଣ୍ଟ ଓ ପ୍ରତି ଶଯ୍ୟା ନିକଟରେ ହୋଇଥିବା ସଂଯୋଗର ସ୍ଥିତି ଅନୁଧ୍ୟାନ କରିବା ସହ ରୋଗୀ ଓ ରୋଗୀ ସମ୍ପର୍କୀୟଙ୍କ ସହ ଆଲୋଚନା କରିଥିଲେ ।ମେଡିକାଲ କର୍ତ୍ତୃପକ୍ଷ ମରାମତି ପାଇଁ ଅର୍ଥ ମଞ୍ଜୁର ହୋଇନ‌ଥିବା କହିବା ପରେ ଆଜି ଭୁବନେଶ୍ଵର ଠାରୁ ଏକ ଟେକ୍ନିକାଲ ଟିମ୍ ସହ ଆବଶ୍ୟକ ସରଞ୍ଜାମ ଆଣି ଯୁଦ୍ଧକାଳୀନ ଭିତ୍ତରେ ସଜାଡ଼ି ପ୍ଲାଣ୍ଟଟିକୁ କାର୍ଯ୍ୟକ୍ଷମ କରାଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories