Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୀର୍ଘ ୭ ମାସ ଧରି ଅଚଳ ଥିବା ଅକ୍ସିଜେନ ପ୍ଲାଣ୍ଟ୍‌କୁ ନିଜସ୍ବ ଖର୍ଚ୍ଚରେ ମରାମତି କଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି:୧୫/୧(ଗରୁଡ଼ ଧ୍ଵଜ ଚୌଧୁରୀ) ଦୀର୍ଘ ୭ ମାସ ଧରି ଅଚଳ ରହିଥିବା ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅକ୍ସିଜେନ୍ ପ୍ଲାଣ୍ଟଟିକୁ ପାରଳାଖେମୁଣ୍ଡି ବିଧାୟକ ଇଂ.ରୂପେଶ ପାଣିଗ୍ରାହୀ ନିଜସ୍ଵ ଖର୍ଚ୍ଚରେ ମରାମତି କରାଇ କାର୍ଯ୍ୟକ୍ଷମ କରିଛନ୍ତି। ଦୀର୍ଘ ସାତ ମାସରୁ ଅଧିକ ସମୟ ହେଲା ରକ୍ଷଣାବେକ୍ଷଣ ଅଭାବରୁ ଅକ୍ସିଜେନ ପ୍ଲାଣ୍ଟଟି ବନ୍ଦ ପଡ଼ିଥିଲା। ବାରମ୍ବାର ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ମରାମତି ହୋଇ ପାରି ନଥିଲା। ମରାମତି ପାଇଁ ଅର୍ଥ ମଞ୍ଜୁର ହୋଇ ନ‌ଥିବାରୁ ବିଳମ୍ବ ହେଉଥିବା କୁହାଯାଉଥିଲା । ଡାକ୍ତରଖାନାରେ ଅକ୍ସିଜେନ୍ ବ୍ୟବସ୍ଥା ନ ଥିବାରୁ ରୋଗୀଙ୍କୁ ଚିକିତ୍ସା ନ କରି ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପରାମର୍ଶ ଦିଆଯାଉଥିଲା। ହେଲେ, ଏ ସମ୍ପର୍କରେ ଜାଣିବା ପରେ ବିଧାୟକ ଶ୍ରୀ ପାଣିଗ୍ରାହୀ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ। ଅକ୍ସିଜେନ୍ ପ୍ଲାଣ୍ଟ ଓ ପ୍ରତି ଶଯ୍ୟା ନିକଟରେ ହୋଇଥିବା ସଂଯୋଗର ସ୍ଥିତି ଅନୁଧ୍ୟାନ କରିବା ସହ ରୋଗୀ ଓ ରୋଗୀ ସମ୍ପର୍କୀୟଙ୍କ ସହ ଆଲୋଚନା କରିଥିଲେ ।ମେଡିକାଲ କର୍ତ୍ତୃପକ୍ଷ ମରାମତି ପାଇଁ ଅର୍ଥ ମଞ୍ଜୁର ହୋଇନ‌ଥିବା କହିବା ପରେ ଆଜି ଭୁବନେଶ୍ଵର ଠାରୁ ଏକ ଟେକ୍ନିକାଲ ଟିମ୍ ସହ ଆବଶ୍ୟକ ସରଞ୍ଜାମ ଆଣି ଯୁଦ୍ଧକାଳୀନ ଭିତ୍ତରେ ସଜାଡ଼ି ପ୍ଲାଣ୍ଟଟିକୁ କାର୍ଯ୍ୟକ୍ଷମ କରାଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

10 ବର୍ଷର ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ, ଯୁବକ ଗିରଫପାରଳାଖେମୁଣ୍ଡି, 14/1 (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରରେ ଏକ ଲଜ୍ଜ୍ୟା ଜନକ ଘଟଣା ଘଟିଛି। ଜଣେ ଦଶ ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରି ଜଣେ ୩୫ ବର୍ଷୀୟ ଯୁବକ ଗିରଫ ହୋଇଥିବାର ଜଣାପଡିଛି। ସହରର ଜଙ୍ଗମ ସାହି ରେ ଏପରି ଲଜ୍ଜ୍ୟା ଘଟଣା ଘଟିଛି। ପାରଳାଖେମୁଣ୍ଡି ଆଦର୍ଶ ଥାନା ପୁଲିସ ସୂତ୍ରରୁ ପ୍ରକାଶ ଯେ, ସୋମବାର ଦିନ ନାବାଳିକାଙ୍କ ମାତା ପିତା ଉଭୟ ଦମ୍ପତି କାମକୁ ଯାଇଥିଲେ । ଏହି ସମୟରେ ଝିଅଟିଏ ଏକୁଟିଆ ରହି ଘରେ ଖେଳୁଥିଲା । ସେହି ସମୟରେ ପାଇଲୁ ରବି ନାମକ ଜଣେ ଯୁବକ ତାଙ୍କ ଘରେ ପ୍ରବେଶ କରିଥିଲେ। ନାବାଳିକା ଝିଅଟିକୁ ଏକୁଟିଆ ପାଇ ଅଭିଯୁକ୍ତ ଜଣକ ମନ୍ଦ ଉଦ୍ଦେଶ୍ୟ ରଖି ତାଙ୍କୁ ବଳପୂର୍ବକ ଦୁଷ୍କର୍ମ ଉଦ୍ୟମ କରିଥିଲେ ଏବଂ ତଳେ ଶୁଆଇ ଦେଇଥିଲେ। ଯେତେବେଳେ ନାବାଳିକା ଝିଅ ଚିତ୍କାର କଲେ, ଅଭିଯୁକ୍ତ ତାଙ୍କ ପାଟି ବନ୍ଦ କରିଦେଲେ। ଯେତେବେଳେ ପିଲାଟି ଖସିଯିବାକୁ ଚେଷ୍ଟା କଲା, ଅଭିଯୁକ୍ତ ତାଙ୍କ ପୋଷାକ ଚିରି ଦେଲେ ଏବଂ ବଳାତ୍କାର କରିବାକୁ ଚେଷ୍ଟା କଲେ। ତେବେ ପୀଡିତା ତାଙ୍କ କବଳରୁ କୌଣସି ମତେ ଖସି ଆସିବାରେ ସଫଳ ହେଲେ ଏବଂ ବାହାରେ ଥିବା କୂଅ ପାଖରେ ପଡ଼ିଗଲେ । ଚିତ୍କାର ଶୁଣି ପଡ଼ୋଶୀମାନେ ଏକାଠି ହୋଇ ଅଭିଯୁକ୍ତକୁ ଘର ଭିତରେହିଁ ଅଟକାଇ ଧରିଥିଲେ । ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ 6/26 ରେ ଏକ ମାମଲା ରୁଜୁ କରି POCSO ଆଇନର BNS R/w ଧାରା 8 ର ଧାରା 332(b)/75/76/65(2)/324(4)/62/351(2) ଅନୁଯାୟୀ ଗିରଫ କରି ଉଭୟଙ୍କୁ ଡାକ୍ତର ମୟାନା କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବାର ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତି ସୁଚନା ଦେଇଛନ୍ତି ।