Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁମ୍ବାଇରେ ବିଜେପିର ବଡ ବିଜୟ! ଉଦ୍ଧବ ଠାକରେଙ୍କ ରାଜ୍ ର ଅନ୍ତ

ମୁମ୍ବାଇ,୧୭|୧: ମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନ୍ (BMC) ନିର୍ବାଚନ ଫଳାଫଳ ମହାରାଷ୍ଟ୍ରର ରଜନୀତିକୁ ସମ୍ପୂର୍ଣ୍ଣ ଭାବେ ବଦଳାଇଦେଇଛି | ବିଜେପିର ବଡ ବିଜୟ ହୋଇଛି | ୮୯ଟି ଆସନ ଜିତି ସବୁଠାରୁ ବଡ଼ ଦଳ ଭାବରେ ଉଭା ହୋଇଛି ବିଜେପି ।

ବିଜେପି ଏହି ବିଜୟରେ ବିଶାଳ ଉତ୍ସବ ପାଳନ କରିଛି । ଏବଂ ଏହି ଐତିହାସିକ ବିଜୟ ସହିତ, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ୍ ମହାରାଷ୍ଟ୍ର ରାଜନୀତିରେ ଜଣେ ପ୍ରମୁଖ ନେତା ଭାବରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି । ତେବେ ନିର୍ବାଚନ ଫଳାଫଳ ଘୋଷଣା ହେବାର ଗୋଟିଏ ଦିନ ପରେ, ଶନିବାର ମୁମ୍ବାଇର ବିଭିନ୍ନ ସ୍ଥାନରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କ ଉଦ୍ଦେଶ୍ୟରେ ‘ଧୁରନ୍ଧର ଦେବେନ୍ଦ୍ର’ ବୋଲି ପୋଷ୍ଟର ମଧ୍ୟ ଲଗାଯାଇଛି ।

ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (BMC) ର ସମସ୍ତ ୨୨୭ ଆସନର ଫଳାଫଳ ଘୋଷଣା କରାଯାଇଛି। ତାହା ମଧ୍ୟରୁ ବିଜେପି ୮୯ ଆସନ ଜିତି ଥିବା ବେଳେ ଏକନାଥ ସିନ୍ଦେଙ୍କ ଶିବସେନା ୨୯ଟି ଆସନ ଜିତିଛି। ସେହିପରି ମହାୟୁତି ସରକାରଙ୍କ ଅଂଶ ଅଜିତ ପାୱାରଙ୍କ NCP ମୁମ୍ବାଇରେ ମାତ୍ର ତିନୋଟି ଆସନ ଜିତିଥିବା ବେଳେ ଶରଦ ପାୱାର କେବଳ ଗୋଟିଏ ଆସନ ଜିତିଛି। ଏହି ଫଳାଫଳରେ ସମାଜବାଦୀ ପାର୍ଟି ଦୁଇଟି ଆସନ ଜିତିଛି। ଏବଂ କଂଗ୍ରେସ ୨୪ଟି ଆସନ ଜିତିଛି।

ସୂଚନା ମୁତାବକ ବିଏମସି ନିର୍ବାଚନରେ ​​ମିଳିତ ଭାବରେ ନିର୍ବାଚନ ଲଢ଼ିଥିବା ଉଦ୍ଧବ ଠାକରେ ଏବଂ ରାଜ ଠାକରେଙ୍କୁ ଲାଗିଲା ଝଟକା । ଉଦ୍ଧବ ଠାକରେଙ୍କ ଶିବସେନା (ୟୁବିଟି) ୬୫ଟି ଆସନ ଜିତିଥିଲା ବେଳେ ରାଜ ଠାକରେଙ୍କ ମହାରାଷ୍ଟ୍ର ନବନିର୍ମାଣ ସେନା ମାତ୍ର ୬ଟି ଆସନ ଜିତିଥିଲା। ଆଶ୍ଚର୍ଯ୍ୟଜନକ କଥା ହେଉଛି ,ରାଜ ଠାକରେଙ୍କ ଠାରୁ ଅସଦୁଦ୍ଦିନ ଓୱେସିଙ୍କ ଏଆଇଏମଆଇଏମ ମୁମ୍ବାଇରେ ଅଧିକ ଆସନ (୮)ରେ ଆସନ ଜିତିଥିଲା | ଏବଂ ଶରଦ ପାୱାର ଗୋଷ୍ଠୀ ୧ଟି ଆସନ ଜିତିଥିଲା।

ତେବେ ମୁମ୍ବାଇର ବିଏମସି ମ୍ୟୁନିସିପାଲ୍ କର୍ପୋରେସନ୍ (BMC) ନିର୍ବାଚନ ଫଳାଫଳରେ କାହାର କେତେ ଆସନ ଅଛି? ଏହି ନିର୍ବାଚନରେ ବିଜେପି- ୮୯ଟି ଆସନ ଜିତିଥିବା ବେଳେ କଂଗ୍ରେସ – ୨୪ଟି ଆସନ ଜିତିଛି | ସେହିପରି ଏନସିପି ର – ୩ଟି, ସିନ୍ଦେ- ୨୯, ଏମଏନଏସ- ୬, ଶିବସେନା ୟୁବିଟି- ୬୫, ଏବଂ ଏନସିପି (ଶରଦ ପାୱାର)- ୧ଟି ଆସନ ଜିତିଛି | ଫଳାଫଳରେ ଏଆଇଏମଆଇଏମ- ୮ଟି ଆସନ ଜିତିଥିବା ବେଳେ ଏସପି- ୨ଟି ଆସନ ଜିତିଛି |

ଅବିଭକ୍ତ ଶିବସେନା ପ୍ରାୟ ୨୫ ବର୍ଷ ଧରି ମୁମ୍ବାଇର ବିଏମସିରେ ଶାସନ କରିଥିଲା। କିନ୍ତୁ ଏଥର ବିଜେପି ଅବିଭକ୍ତ ଶିବସେନାର ପ୍ରାୟ ତିନି ଦଶନ୍ଧିର ଦୁର୍ଗକୁ ଭାଙ୍ଗି ବୃହନ୍ମୁମ୍ବାଇ ନଗର ନିଗମ (BMC) ନିର୍ବାଚନରେ ​​ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇ ନିଜର ଶକ୍ତି ପ୍ରଦର୍ଶନ କରିଛି | ବିଜେପି ଏବେ BMCରେ ଶାସନ ଭାର ହାତକୁ ନେବାକୁ ପ୍ରସ୍ତୁତ। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଆଜି ସନ୍ଧ୍ୟାରେ ଦକ୍ଷିଣ ମୁମ୍ବାଇରେ ଉତ୍ସାହୀ ବିଜେପି କର୍ମୀମାନଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ଦଳର ନେତୃତ୍ୱାଧୀନ ମହାୟୁତି ମେଣ୍ଟ ୨୯ଟି ପୌର ସଂସ୍ଥା ମଧ୍ୟରୁ ୨୫ଟିରେ କ୍ଷମତାକୁ ଆସିବାକୁ ଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories