ପାରଳାଖେମୁଣ୍ଡି ସ୍ଥିତ ବସନ୍ତ ବିହାର ଠାରେ ଉତ୍କଳ ସମ୍ମିଳନୀ ଗଜପତି ଜିଲ୍ଲା ଶାଖାର ଜରୁରୀ ବୈଠକ ଅନୁଷ୍ଠିତ
ପାରଳାଖେମୁଣ୍ଡି:୧୭/୧(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବସନ୍ତ ବିହାରଠାରେ ଉତ୍କଳ ସମ୍ମିଳନୀ ଗଜପତି ଜିଲ୍ଲା ଶାଖା ଆନୁକୂଲେ ଏକ ଜରୁରୀ ବୈଠକ ଗଜପତି ଜିଲ୍ଲା ଉତ୍କଳ ସମ୍ମିଳନୀର ଉପଦେଷ୍ଟା ଉପାନ୍ତ ପ୍ରହରୀ ପୂର୍ଣ୍ଣଚ଼ନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଚଳିତ ମାସ ୩୧/୦୧/୨୬.ଏବଂ ୦୧/୦୨/୨୬.ତାରିଖରେ ଦୁଇଦିନ ବ୍ୟାପି ଅନୁଷ୍ଠିତ ହେବାକୁଥିବା *ରାଜ୍ୟସ୍ତରୀୟ* *ସମ୍ମିଳନୀ* ନୟାଗଡ଼ ଜିଲ୍ଲା ଦଶପଲ୍ଲା ଠାରେ ଅନୁଷ୍ଠିତ ହେବାକୁଥିବା ସମ୍ମିଳନୀରେ ଗଜପତି ଜିଲ୍ଲାର ସାରସ୍ୱତ ବିକାଶ ଓ ସାଂପ୍ରତିକ ସମୟର ଅଭିମୁଖ୍ୟ ସମର୍କରେ ଆମ ଜିଲ୍ଲା ପ୍ରତିନିଧି ସଭାପତି ଭାରତଭୂଷଣ ମହାନ୍ତି, ସମ୍ପାଦକ ବିନୋଦ ଜେନା, କୋଷାଧ୍ଯକ୍ଷ ପ୍ରମୋଦ ଚନ୍ଦ୍ର ପାଢ଼ୀ ସଭ୍ୟ ଆର୍ତ୍ତତ୍ରାଣ ଚଇନି, ତ୍ରିପତି ପ୍ରସାଦ ପଣ୍ଡା, ରାଜେଶ ପାତ୍ର, ଡ. ନରସିଂହ ଗୌଡ଼, ଅଜୁନ ଦଳାଇ, ନିର୍ମିଳ ଭୂୟାଁ, ପ୍ରମୁଖ ଦଶପଲ୍ଲାରେ ଯୋଗଦାନ କରିବା ପାଇଁ ଚୁଡ଼ାନ୍ତ ନିଷ୍ପତି ଗ୍ରହଣ କରାଗଲା । ଶେଷରେ ଉପ ସଭାପତି ବିଚିତ୍ରାନନ୍ଦ ବେବର୍ତ୍ତା ଧନ୍ୟବାଦ ଅର୍ପଣ କରିଥିଲେ ।

