Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉତ୍ତର ପ୍ରଦେଶର ଆମରୋହାରେ ଭୟଙ୍କର ଦୁର୍ଘଟଣା; NHରେ ପଛକୁ ପଛ ପିଟି ହେଲେ ୧୦ କାର୍-ଟ୍ରକ୍, ୧୨ ଆହତ

ଉତ୍ତର ପ୍ରଦେଶ,୧୮|୧: ଉତ୍ତର ପ୍ରଦେଶରେ ଭୟଙ୍କର ଦୁର୍ଘଟଣା ଘଟିଛି । ଏକାଧିକ ଗାଡି ପରସ୍ପରକୁ ଧକ୍କା ଦେଇଛନ୍ତି । ଘଟଣା ପରେ ଯାନବାହାନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି ।

ସୂଚନା ଅନୁଯାୟୀ, ଆଜି ସକାଳେ ଉତ୍ତର ପ୍ରଦେଶର ଆମରୋହାରେ ଏକ ଭୟଙ୍କର ଦୁର୍ଘଟଣା ହୋଇଛି । ଲକ୍ଷ୍ମୌ-ଦିଲ୍ଲୀ ଜାତୀୟ ରାଜପଥରେ ଅନେକ ଗାଡି ପରସ୍ପରକୁ ଧକ୍କା ଦେଇଛନ୍ତି । ଘଟଣାରେ ୧୨ଜଣ ଆହତ ହୋଇଥିବା ଜଣା ପଡିଛି।

ଜାତୀୟ ରାଜପଥର ଶେହଓ୍ୱାଜପୁର ଗ୍ରାମ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ତେବେ ଏହି ଦୁର୍ଘଟଣାର କାରଣ ପ୍ରବଳ କୁହୁଡି କାରଣରୁ ହୋଇଥିବା ଜଣା ପଡିଛି। ଏବେ ଉତ୍ତର ଭାରତରେ ପ୍ରବଳ ଶୀତ ଅନୁଭୂତ ହେବା ସହିତ କୁହୁଡିର ମାତ୍ରା ମଧ୍ୟ ଅଧିକ ରହିଛି। ତେବେ ପ୍ରବଳ କୁହୁଡି କାରଣରୁ ଦୃଶ୍ୟମାନ ହ୍ରାସ ପାଇଥିଲା । ଯାହା ଫଳରେ ପ୍ରାୟ ୧୦ଟି ଗାଡି ପଛକୁ ପଛ ପିଟି ହୋଇଥିଲେ । ଖବର ପାଇ ପୋଲିସ ଏବଂ ଆମ୍ବୁଲାନ୍ସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଏବଂ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିବା ସହ ଆହତଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଥିଲେ ।

ଦୁର୍ଘଟଣା ପରେ ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ରାସ୍ତାରେ ହଜାର ହଜାର କାର୍ ଏବଂ ଟ୍ରକ୍ ଅଟକି ରହିଛନ୍ତି । ଅତ୍ୟଧିକ କୁହୁଡି ସହ ଦୁର୍ଘଟଣା ପାଇଁ ଟ୍ରାଫିକ୍ ଜାମ୍ ସମସ୍ୟା ମଧ୍ୟ ସୃଷ୍ଟି ହୋଇଛି। ତେବେ ପୋଲିସ କ୍ରେନ ସାହାଯ୍ୟରେ ଗାଡି ଗୁଡିକୁ ରାସ୍ତାରୁ ହଟାଇବାକୁ ଉଦ୍ୟମ କରୁଛି ।

ସୂଚନା ରହିଛି ଯେ, ଏହା ପୂର୍ବରୁ ଜାନୁଆରୀ ୧୧ ତାରିଖରେ ମଧ୍ୟ ଏପରି ସମାନ ଘଟଣା ଘଟିଥିଲା । ଯେଉଁ ଦୁର୍ଘଟଣାରେ ୪ଜଣ ପ୍ରାଣ ହରାଇଥିବା ସହ ୩୦ରୁ ଅଧିକ ପ୍ରାଣ ହରାଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories