Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇରାନକୁ ଯୁଦ୍ଧ ମୁହାଁ ନେବାକୁ ଆମେ ଚାହୁନାହୁଁ : ଅୟାତୁଲ୍ଲା ଅଲି ଖାମେନି

ନୂଆଦିଲ୍ଲୀ,୧୯|୧: ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲି ଖାମେନି ଦେଶରେ ଲୋକଙ୍କ ପ୍ରତିବାଦରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଦାୟୀ କରିଛନ୍ତି। ମାନବାଧିକାର ସଙ୍ଗଠନଙ୍କ ଅନୁସାରେ ସୁରକ୍ଷା ବଳଙ୍କ ହିଂସାତ୍ମକ କାର୍ଯ୍ୟାନୁଷ୍ଠାନରେ, ହଜାର ହଜାର ଲୋକଙ୍କ ମୃତ୍ୟୁ ବରଣ କଲେଣି । ତେବେ ଏନେଇ ଖାମେନି ଆମେରିକାକୁ ଦାୟୀ କରିଛି | ସେ ଅଭିଯୋଗ କରିଛନ୍ତି ଯେ, ଇରାନକୁ ଆମେରିକା ନିଜ ଅଧୀନରେ ରଖିବାକୁ ଚାହୁଁଛି ଏବଂ ଏହା ସବୁ ଆମେରିକା ପକ୍ଷରୁ ରଚାଯାଇଥିବା ଷଡ଼ଯନ୍ତ୍ର।

ଖାମେନି କହିଛନ୍ତି ଯେ, ଅଧିକାରୀମାନେ ଦଙ୍ଗାକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ କରନ୍ତୁ। ଏକ ଧାର୍ମିକ ଛୁଟି ଅବସରରେ ନିଜ ସମର୍ଥକଙ୍କୁ ସମ୍ବୋଧିତ କରି ଖାମେନି କହିଛନ୍ତି ଯେ, ଦେଶରେ ଯୁଦ୍ଧ ପ୍ରକାର ପରିସ୍ଥିତି ଆମେ ସୃଷ୍ଟି କରିବାକୁ ଚାହୁଁନାହୁଁ | କିନ୍ତୁ ଦେଶ ଭିତରେ ଅରାଜକତା ସୃଷ୍ଟି କରୁଥିବା ଲୋକଙ୍କୁ ଜମା ଛଡାଯିବନି। ତେଣିକି ସେ ଅନ୍ତର୍ଜାତୀୟ ଅପରାଧୀ ପଛେ ହୁଅନ୍ତୁ | ତାଙ୍କୁ ମଧ୍ୟ ଦଣ୍ଡିତ କରାଯିବ ବୋଲି ସେ କହିଛନ୍ତି। ଖାମେନି ଆହୁରି କହିଛନ୍ତି ଯେ, ଇରାନକୁ ଦଙ୍ଗାକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ କରିବା ଦରକାର, ଯେପରି ପୂର୍ବରୁ ବିଦ୍ରୋହ ବେଳେ କରାଯାଇଥିଲା।

ସୂଚାନଯୋଗ୍ୟଯେ, ଇରାନରେ ଗତ ଡିସେମ୍ବର ୨୮ ତାରିଖ ଦିନ ଆର୍ଥିକ ସମସ୍ୟା କାରଣରୁ ପ୍ରତିବାଦ ଆରମ୍ଭ ହୋଇଥିଲା , ଯାହା ବର୍ତ୍ତମାନ ସମୟରେ ଭୟଙ୍କର ରୂପ ଧାରଣ କରିଛି | ଏହି ବିକ୍ଷୋଭରେ ଲୋକେ ଇସ୍ଲାମୀ ଗଣ ରାଜ୍ୟରେ ମୌଲବୀ ଶାସନର ଅନ୍ତ ଦାବି କରୁଛନ୍ତି।

ଅନ୍ୟପଟେ ଏହି ଘଟଣାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାରମ୍ବାର ହସ୍ତକ୍ଷେପର କରୁଛନ୍ତି | ଟ୍ରମ୍ପ କହିଛନ୍ତିଯେ, ଯଦି ଇରାନରେ ବିକ୍ଷୋଭକାରୀ ମାନଙ୍କୁ ଫାଶୀ ଦିଆଯାଏ କିମ୍ବା ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଏ ତେବେ ଆମେ ୟାର କଡ଼ା ଜବାବ ଦେବୁ। ଏକ ସୋସିଆଲ ମିଡିଆ ପୋଷ୍ଟରେ ବିକ୍ଷୋଭକାରୀଙ୍କୁ ଫାଶୀ ଦିଆଯାଇ ନଥିବାରୁ ଟ୍ରମ୍ପ ତେହେରାନ ନେତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ