Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଚାନକ ଭାବେ ଖୋଲିଗଲା ଭାଗ୍ୟର ତାଲା! ୫୦୦ ଟଙ୍କିଆ ଟିକଟରୁ ୧୦ କୋଟି ଟଙ୍କାର ଲଟେରି ଜିତିଲେ ଡ୍ରାଇଭର

ଚଣ୍ଡିଗଡ,୧୯|୦୧ : ଯାହା ଭାଗ୍ୟରେ ଅଛି ତାହା ନିଶ୍ଚୟ ମିଳିକି ରହିବ | କେତେବେଳେ କାହାର ଭାଗ୍ୟ ଫିଟିବ ତାହା କହିବା ମୁସ୍କିଲ | କେତେବେଳେ ଅନେକ ପରିଶ୍ରମ ପରେ ବି ଯାହା ଚାହୁଁ ଆମେ ପାଇ ନଥାଉ ତ ପୁଣି କେବେ ଆମେ ଚାହିଁବା ପୂର୍ବରୁ ହିଁ ମିଳିଯାଏ | ଭାଗ୍ୟରେ ଥିଲେ ରାତାରାତି କୋଟିପତି ପାଲଟିଯାଏ ଗରିବ । ହଠାତ ଖୋଲିଯାଏ ଭାଗ୍ୟ । ଏପରି କିଛି ଘଟିଛି ଜଣେ ଡ୍ରାଇଭରଙ୍କ ଜୀବନରେ । କୋଟିଏ କି ଦୁଇ କୋଟି ନୁହଁ ବରଂ ୧୦କୋଟି ଟଙ୍କାର ଲଟେରି ସେ ଜିତିଛନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି |

ସୂଚନାନୁଯାୟୀ, ହରିୟାଣା ସିରସାର ବାସିନ୍ଦା ପୃଥ୍ୱୀ ସିଂହ ନାମକ ଜଣେ ବ୍ୟକ୍ତି ଜିତିଛନ୍ତି ୧୦ କୋଟି ଟଙ୍କାର ଲଟେରି। ସେ ପେଶାରେ ଜଣେ ଡ୍ରାଇଭର ଅଟନ୍ତି । ‘ପଞ୍ଜାବ ଲୋହରି ମକର ସଂକ୍ରାନ୍ତି ୨୦୨୬ ବମ୍ପର ଲଟେରି’ରେ ପ୍ରଥମ ପୁରସ୍କାର ବିଜେତା ହୋଇଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ପୃଥ୍ୱୀଙ୍କ ଘରେ ଏବେ ଖୁସିର ମାହୋଲ ଦେଖିଅକୁ ମିଳିଛି। ପରିବାର ଲୋକେ ବ୍ୟାଣ୍ଡ ବାଜା ସହିତ ତାଙ୍କୁ ନୋଟ୍ ର ଏକ ମାଳା ପିନ୍ଧାଇ ତାଙ୍କୁ ସ୍ୱାଗତ କରିଛନ୍ତି ।

ପୃଥ୍ୱୀ ସିଂହ ହେଉଛନ୍ତି ସିରସା ଜିଲ୍ଲା ମହମ୍ମଦପୁରିଆ ଗାଁର ବାସିନ୍ଦା । ତାଙ୍କ ପରିବାରରେ ପତ୍ନୀ ସୁମନ,ଝିଅ ରିତିକା,ପୁଅ ଦକ୍ଷ ଅଛନ୍ତି । ପୃଥ୍ୱୀ ଶ୍ରମିକ ଭାବେ କାମ କରି ଗୁଜୁରାଣ ମେଣ୍ଟାନ୍ତି । ଏହା ସହିତ କେବେ କେବେ ଡ୍ରାଇଭର ଭାବେ କାମ ମଧ୍ୟ କରିଥାନ୍ତି । ପୃଥ୍ୱୀଙ୍କ କହିବା ଅନୁସାରେ, ନିକଟରେ ଜଣେ ସ୍ଥାନୀୟ ବିକ୍ରେତାଙ୍କଠାରୁ ସେ ୩ଟି ଲଟେରି ଟିକଟ କିଣିଥିଲେ । ଯାହାର ମୂଲ୍ୟ ଯଥାକ୍ରମେ ୫୦୦,୨୦୦ ଏବଂ ୧୦୦ ଟଙ୍କା ଥିଲା । ତେବେ ସେଥିମଧ୍ୟରୁ ୫୦୦ ଟଙ୍କିଆ ଟିକଟର ଲଟେରି ଉଠିଛି । ସେଥିରୁ ୩୦% ଟିକସ ଆକାରରେ କଟିଯିବା ପରେ ବାକି ୭ କୋଟି ଟଙ୍କା ସିଧା ସଳଖ ତାଙ୍କ ଆକାଉଣ୍ଟକୁ ଆସିବ । ତେବେ ସେହି ସବୁ ଅର୍ଥକୁ ନେଇ ସେ ନିଜର ବ୍ୟବସାୟ ଆରମ୍ଭ କରିବେ ବୋଲି କହିଛନ୍ତି । ସୂଚନାଯୋଗ୍, ଏହାପୂର୍ବରୁ ପୃଥ୍ୱୀ ଆଉଥରେ ମଧ୍ୟ ଲଟେରି ଟିକଟ କିଣିଥିଲେ । କିନ୍ତୁ ସେଥର ତାଙ୍କ ଭାଗ୍ୟରେ ସୁଯୋଗ ନଥିବାରୁ ସେ ସେଥିରୁ ବଞ୍ଚିତ ହୋଇଥିଲେ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories