Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନ୍ଦ୍ର ପରିବହନ ବିଭାଗର ନୂଆ ନିୟମ; ଗୋଟିଏ ବର୍ଷରେ ୫ରୁ ଅଧିକ ଚାଲାଣ କଟିଲେ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେବ

ଭୁବନେଶ୍ୱର,୨୨|୧ : ଟ୍ରାଫିକ୍ ନିୟମକୁ ଆହୁରି ଅଧିକ କଡାକଡି କରାଯିବ | ଏଣିକି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଚାଲାଣ ପୈଠ କରିବାକୁ ପଡିବ | ସେଣ୍ଟ୍ରାଲ ମୋଟର ଭେହିକିଲ ରୁଲ ୧୬୭ ଏବଂ ୧୬୭(ଏ)ରେ ବଡ଼ ସଂଶୋଧନ ଅଣାଯାଇଛି। ଚାଲାଣ କଟିବାର ୪୫ ଦିନ ମଧ୍ୟରେ ଜରିମାନା ଦେବା ବାଧ୍ୟତାମୂଳକ। ନଚେତ ମିଳିବନି ମୋଟରଯାନ ସେବା । ଏହା ସହିତ ଯଦି ଗୋଟିଏ ବର୍ଷରେ ୫ରୁ ଅଧିକ ଚାଲାଣ କଟେ ତେବେ ଗାଡି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସକୁ ମଧ୍ୟ ରଦ୍ଦ କରାଯିବ। ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରୁଥିବା ବ୍ୟକ୍ତିମାନଙ୍କୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି କଠୋର ପଦକ୍ଷେପ ନିଆଯାଇଛି |

ମୋଟରଯାନ ଆଇନରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରି ମୋଟରଯାନ ନିୟମ ଉଲଂଘନକାରୀଙ୍କ ବିରୁଦ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର। ଚାଲାଣର ଅଭିଯୋଗ ସମାଧାନ ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରାଯାଇଛି। ଚାଲାଣ କାଟିଥିବା ସମ୍ପୃକ୍ତ ଅଧିକାରୀ ୩୦ ଦିନ ମଧ୍ୟରେ ସମାଧାନ କରିବା ବାଧ୍ୟତାମୂଳକ କରାଯାଇଛି । ଯଦି ଏହା ସମୟସୀମା ମଧ୍ୟରେ ସମାଧାନ ନ ହୁଏ ତେବେ ଏହି ଚାଲାଣକୁ ଭୂଲ ଭାବେ ଗ୍ରହଣ କରାଯିବ | ଜରିମାନା ନ ଭରିଲେ ଡ୍ରାଇଭିଂ ଲାଇସେନ୍ସ ଓ ଗାଡି ରେଜିଷ୍ଟ୍ରେସନ୍ସ ଅଟକିଯିବ।

ଏନେଇ ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶିତ ହୋଇଛି । ନିୟମ ଅନୁସାରେ, ୨୦୨୬ ବର୍ଷ ୧ ଜାନୁଆରି ଠାରୁ ଏକ ବର୍ଷ ମଧ୍ୟରେ କୌଣସି ଗାଡି ଚାଳକ ୫ କିମ୍ବା ତାହାଠାରୁ ଅଧିକ ଟ୍ରାଫିକ୍ ନିୟମ ଭାଙ୍ଗନ୍ତି, ତେବେ ସେ ବ୍ୟକ୍ତିଙ୍କୁ ନିୟମିତ ଅପରାଧୀ ଭାବେ ଗଣାଯିବ। ଏହା ସହିତ, ପୋଲିସ କିମ୍ବା ଅଧିକୃତ ଅଧିକାରୀ ଏହିଭଳି ଭାବେ ଚାଲାଣ କାଟି ପାରିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ