Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୦୦ ଫୁଟ ତଳକୁ ଖାଇରେ ଖସିପଡିଲା ସେନା ଗାଡି: ୧୦ ଯବାନ ସହିଦ,୭ ଆହତ

ନୂଆଦିଲ୍ଲୀ,୨୨|୧: ଜମ୍ମୁ ଓ କାଶ୍ମୀରର ଡୋଡା ଜିଲ୍ଲାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି | ଯବାନଙ୍କୁ ନେଇ ଯାଉଥିବା ଏକ ଗାଡି ହଠାତ୍‌ ରାସ୍ତାରୁ ତଳକୁ ଖସି ଗଭୀର ଖାଇରେ ପଡିଯାଇଥିଲା । ଘଟଣାରେ ୧୦ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଥିବା ବେଳେ ଅନ୍ୟ ସାତ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି | ସମସ୍ତ ଆହତଙ୍କୁ ଉଦ୍ଧମପୁର କମାଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ପାଇ, ଏକ ମିଳିତ ସେନା ଏବଂ ପୋଲିସ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏଥିରେ ସ୍ଥାନୀୟ ଲୋକମାନେ ମଧ୍ୟ ପୋଲିସ ଏବଂ ଉଦ୍ଧାରକାରୀ ଦଳକୁ ସହାୟତା କରିଥିଲେ। ୧୦ ଜଣ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଆହତ ସୈନିକଙ୍କୁ ବାହାର କରାଯାଇ ହେଲିକପ୍ଟର ଯୋଗେ ଉଧମପୁରର କମାଣ୍ଡ ହସ୍ପିଟାଲକୁ ପଠାଯାଇଥିଲା |

ସେନା ଏକ ବିବୃତ୍ତି ଜାରି କରି କହିଛି ଯେ, ଏହି ଦୁର୍ଘଟଣାର ତଦନ୍ତ ଆରମ୍ଭ କରାଯାଇଛି | ଏହା ସହିତ ସମସ୍ତ ଆହତ ସୈନିକମାନଙ୍କୁ ସର୍ବୋତ୍ତମ ସମ୍ଭାବ୍ୟ ଚିକିତ୍ସା ଯୋଗାଇ ଦିଆଯାଉଛି। ତେବେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସୈନିକଙ୍କ ପରିବାରକୁ ସୂଚନା ଦିଆଯାଇଛି |

ଦୁର୍ଘଟଣାକୁ ନେଇ ଜାମ୍ମୁ-କାଶ୍ମୀର ଉପ-ରାଜ୍ୟପାଳ ଗଭୀର ଦୁଃଖ ପ୍ରକାଶ କରିଛନ୍ତି | ସେ କହିଛନ୍ତି- ୧୦ ଜଣ ସାହସୀ ଭାରତୀୟ ସେନା ସୈନିକଙ୍କ ଜୀବନ ହରାଇବା ପାଇଁ ମୁଁ ଗଭୀର ମର୍ମାହତ। ଆମର ସାହସୀ ସୈନିକଙ୍କ ଉଲ୍ଲେଖନୀୟ ସେବା ଏବଂ ସର୍ବୋଚ୍ଚ ବଳିଦାନକୁ ଆମେ ସର୍ବଦା ମନେ ରଖିବୁ। ଶୋକସନ୍ତପ୍ତ ପରିବାର ପ୍ରତି ମୋର ଗଭୀର ସମବେଦନା। ଏହି ଗଭୀର ଦୁଃଖର ମୁହୂର୍ତ୍ତରେ, ସମଗ୍ର ଦେଶ ଏକତା ଏବଂ ସମର୍ଥନରେ ଶୋକସନ୍ତପ୍ତ ପରିବାର ସହିତ ଏକଜୁଟ ହୋଇଛି। ସମସ୍ତ ଆହତ ଯବାନଙ୍କୁ ବିମାନ ଯୋଗେ ଡାକ୍ତରଖାନାକୁ ପଠାଯାଇଛି। ଏହା ସହିତ ସର୍ବୋତ୍ତମ ସମ୍ଭାବ୍ୟ ଚିକିତ୍ସା ସୁନିଶ୍ଚିତ କରିବାକୁ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories