ଗଜପତି ଜିଲ୍ଲାର ମୋହନା ଠାରେ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ
ପାରଳାଖେମୁଣ୍ଡି:୨୩/୧(ଗରୁଡ ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକ ର ସଦର ମହକୁମା ମୋହନା ଠାରେ ଆଜି ବିରାଟ ଆଡମ୍ବର ସହ ବିଶ୍ଵହିନ୍ଦୁ ପରିଷଦ ପକ୍ଷରୁ ବିରାଟ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।ଗଜପତି ଜିଲ୍ଲା ର ବିଭିନ୍ନ ସ୍ଥାନରେ ୮ ଟି ହିନ୍ଦୁ ସମ୍ମିଳନୀ ଶେଷ ହୋଇଥିଲା।ଆଜି ଶେଷ ଦିନରେ ବ୍ଲକ ସ୍ତରୀୟ ହିନ୍ଦୁ ସମ୍ମିଳନୀ ମୋହନା ରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ଗ୍ରାମ୍ୟ ମୁଖିଆ ପ୍ରତାପ ଚନ୍ଦ୍ର ପାତ୍ର, ଅଖିଳ ଭାରତୀୟ ସଦଭାବନା ପ୍ରମୁଖ ଗୋପାଳ ପ୍ରସାଦ ମହାପାତ୍ର, ବିଶ୍ୱହିନ୍ଦୁ ପରିଷଦ ପ୍ରମୁଖ ତରଣୀସେନ ଦାଶ,ରାମା ରାଓ, ସମାଜସେବୀ ଭିକାରି ଚରଣ ବେହେରା,ଭିକାରି ସାହୁ,ପ୍ରାନ୍ତ ପ୍ରମୁଖ ରାଘବ ନାୟକ,ବିଜେପି ନେତା ପ୍ରଶାନ୍ତ କୁମାର ମଲ୍ଲିକ,ବାସନ୍ତୀ ପୂଜାରୀ,ସଭାପତି କୀର୍ତ୍ତନ ମଣ୍ଡଳ ଲଳିତା ପାତ୍ର,ପ୍ରକାଶ ସାହୁ,ରବୀନ୍ଦ୍ର ମଲିକ,ପିତାମ୍ବର ମଣ୍ଡଳ,ନାରଦ ମଲ୍ଲିକ,ହରିଶ୍ଚନ୍ଦ୍ର ନାୟକ,ଦେବରାଜ ପାଳ,ପର୍ଶୁରାମ ରଇତ,ନବୀନ କାର୍ଜି ପ୍ରମୁଖ ମଞ୍ଚାସିନ ଥିଲେ।ପ୍ରଶାନ୍ତ ସୁବୁଦ୍ଧି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।ଉପସ୍ଥିତ ଅତିଥି ମାନେ ନିଜ ବକ୍ତବ୍ୟରେ ହଜି ଯାଉଥିବା ହିନ୍ଦୁ ମାନଙ୍କର ସଂସ୍କୃତି,ପରମ୍ପରା ଜୀବିକା ଆଦିକୁ ବଞ୍ଚାଇ ରଖିବା ସହିତ ଧର୍ମ ଓ ସଂସ୍କାର ଭୁକ୍ତ କରି ହିନ୍ଦୁ ସମାଜ କୁ ଜାଗ୍ରତ କରିବାକୁ ହେବ ବୋଲି ପ୍ରକାଶ କରିଥିଲେ। ଆଜି ବିଶ୍ୱ ର କୋଣ ଅନୁକୋଣ ରେ ରହିଥିବା ହିନ୍ଦୁ ସମାଜ ଜାଗ୍ରତ ହୋଇ ଉଠିବା ସହିତ ପୁଣି ହିନ୍ଦୁ ସମାଜ କୁ ପୁନଃଜୀବିତ କରିବା ନିମନ୍ତେ ଆଗେଇ ଆସୁଥିବା ଦେଖିବାକୁ ମିଳୁଛି ବୋଲି ବରିଷ୍ଠ ଅତିଥି ମାନେ ମତ ବ୍ୟକ୍ତ କରିଥିଲେ।ଏହି ଉତ୍ସବରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ହିନ୍ଦୁ ସମ୍ପ୍ରଦାୟର ପ୍ରାୟ ୭ ହଜାରରୁ ଅଧିକ ମହିଳା ଓ ପୁରୁଷ ଯୋଗ ଦେଇଥିଲେ। ଏହି ବିଶାଳ ହିନ୍ଦୁ ସମ୍ମିଳନୀ ସ୍ଥାନୀୟ ଶିବ ମନ୍ଦିର ପରିସର ରୁ ବିରାଟ ପଟୁଆରରେ ବାହାରି ସହର ପରିକ୍ରମା କରିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ପୋଲିସ ଶାନ୍ତି ଶୃଙ୍ଖଳା ରକ୍ଷା ଦାୟିତ୍ୱ ସମ୍ଭାଳି ଥିବା ବେଳେ ସ୍ଥାନୀୟ ଜନ ସାଧାରଣ ସହଯୋଗ କରିଥିବା ପ୍ରକାଶ।

