Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ସହରର ସର୍ବ ପୁରାତନ ପଟ୍ଟନାୟକ ବନ୍ଧର ପୁନରୁଦ୍ଧାର କାର୍ଯ୍ୟରେ ୨ କୋଟି ୧୧ ଲକ୍ଷ ଟଙ୍କା ଚଳୁ ଅଭିଯୋଗକୁ ନେଇ ଭିଜିଲାନ୍ସ ତଦନ୍ତ ଆରମ୍ଭ

ପାରଳାଖେମୁଣ୍ଡି:୨୩/୧(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ପୌର ପରିଷଦରେ ଥିବା ସର୍ବପୁରାତନ ପଟ୍ଟନାୟକ ବନ୍ଧର ପୁନରୁଦ୍ଧାର କାର୍ଯ୍ୟରେ ୨ କୋଟି ୧୧ ଲକ୍ଷ ଟଙ୍କା ସରକାରୀ ଅର୍ଥ ହେରଫେର ଅଭିଯୋଗକୁ ନେଇ ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇଛି। ବ୍ରହ୍ମପୁର ଭିଜିଲାନ୍ସ ଅଧୀକ୍ଷକ ଙ୍କ ନିର୍ଦ୍ଦେଶକ୍ରମେ ଇନ୍ସପେକ୍ଟର ସୌମ୍ୟ ପଣ୍ଡାଙ୍କ ନେତୃତ୍ବରେ ତିନି ଜଣିଆ ଟିମ୍ ପାରଳାଖେମୁଣ୍ଡି ସ୍ଥିତ ପଟ୍ଟନାୟକ ବନ୍ଧରେ ପହଞ୍ଚି ସରଜମିନ ତଦନ୍ତ ଆରମ୍ଭ କରଛନ୍ତି । ତେବେ ପଟ୍ଟନାୟକ ବନ୍ଧର ପାରିପାର୍ଶିକ ପରିସ୍ଥିତି ଦେଖି କ୍ଷୁବ୍ଧ ହୋଇଥିବା ବେଳେ ସମସ୍ତ ପରିସରକୁ ସଫା କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି ବନ୍ଧ ମଧ୍ୟ ଭାଗରେ ଅନାବନା ଘାସ ଲତା ବାହାରିଥିବା ବେଳେ ଏହାର ପରିସର କୁତ୍ରିମ ଜଙ୍ଗଲ ସୃଷ୍ଟି ହୋଇଛି । ବନ୍ଧ ମଧ୍ୟରେ ପାଣିର ଚିହ୍ନବର୍ଣ୍ଣ ନଥିବା ବେଳେ ପୂତ୍ତିମୟ ଗନ୍ଧରେ ନାକଫାଟିପଡୁଛି । ଏପରି ପରିସ୍ଥିତି ଦେଖି ଭିଜିଲାନ୍ସ ଟିମ୍ ଅସନ୍ତୋଷ ପ୍ରକଟ କରି ଥିଲେ । ଯାହାକୁ ନେଇ ଉପସ୍ଥିତ ପାରଳାଖେମୁଣ୍ଡି ପୌରପରିଷଦର ନିର୍ବାହୀ ଅଧିକାରୀ ଲକ୍ଷ୍ମଣ କୁମାର ମୁର୍ମୁ ଓ ପୌରଯନ୍ତ୍ରୀ ସଞ୍ଜିବ କୁମାର ଚମ୍ପତ୍ତି ସଫେଇ ପାଇଁ ୭ ଦିନ ମହଲତ ମାଗିଥିଲେ । ତେବେ ଭିଜିଲାନ୍ସ ଟିମ୍ ବନ୍ଧର କେତେକ ପାର୍ଶ୍ବର ନିରୀକ୍ଷଣ କରି ମାପଚୂପ କରିଥିବାର ଦେଖିବାକୁ ମିଳିଥିଲା । ବନ୍ଧ ପରିସର ସଫେଇ ହେବା ପରେ ପୁଣି ଏହି ଟିମ୍ ତଦନ୍ତ କରିବେ ବୋଲି ଜଣାପଡିଛି । ପଟ୍ଟନାୟକ ବନ୍ଧର ମୋଟ ୩ ଏକର ୩୬୫ ଡେସିମେଲ୍ ପରିଧିରେ ରହିଥିଲା । ତେବେ କାଳକ୍ରମେ ଏହାର ପରିସର ଜବର ଦଖଲକାରୀଙ୍କ କବଜାକୁ ଚାଲିଯାଇ କେବଳ ଜଳ ରହଣୀସ୍ଥଳ ହିଁ ବଳକା ହୋଇଛି। ଏହି ବନ୍ଧର ପୁନରୁଦ୍ଧାର ନିମନ୍ତେ ରାଜ୍ୟ ସରକାର ୨୦୦୯ ମସିହାରୁ ଅଦ୍ୟାବଧି ବିଭିନ୍ନ ଯୋଜନାରେ ସରକାର ଯଥା କ୍ରମେ ୧ କୋଟି ୮୬ ଲକ୍ଷ ୫ ହଜାର ଓ ୨୫ଲକ୍ଷ ଟଙ୍କା ଏପରି ଭାବେ ମୋଟ ୨ କୋଟି ୧୧ ଲକ୍ଷ ୫ ହଜାର ଟଙ୍କା ଅନୁଦାନ ପ୍ରଦାନ କରିଥିଲେ । ଏହି ଟଙ୍କାରେ ବନ୍ଧର ପୁନରୁଦ୍ଧାର, ଗାଧୁଆ ତୁଠ, ପଙ୍କଉଦ୍ଧାର, ରିଟର୍ଣ୍ଣିଂ ୱାଲ୍, କଂକ୍ରିଟ୍ ବ୍ଲକ ପିଚିଂ ସମେତ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ବ୍ୟୟବରାଦ ହୋଇଥିଲା । ପୁନରୁଉଦ୍ଧାର ନାମରେ ଯେବେ ଠାରୁ କାମ ଆରମ୍ଭ ହେଲା ସେବେ ଠାରୁ ଏହାର ପତନ ମଧ୍ୟ ଆରମ୍ଭ ହେଲା । ପର୍ଯ୍ୟାୟ କ୍ରମେ ସରକାର ଅର୍ଥ ମଞ୍ଜୁର କରି ଚାଲିଥିଲେ ମଧ୍ୟ ଠିକାଦାର ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ମଧୁଚନ୍ଦ୍ରିକାରେ କାମ ସମାପନ ହୋଇପାରିଲା ନାହିଁ । ଯେଉଁ କାମ ହୋଇଛି ତାହା କାଗଜ କଲମରେ ମାତ୍ର ପଟନାୟକ ବନ୍ଧ ଆଉ ପୁନରୁଉଦ୍ଧାର ହୋଇପାରିଲା ନାହିଁ । ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ ସମୟ ହେଲା ଏହା ଆଉ ବ୍ୟବହାର ଉପଯୋଗୀ ହୋଇପାରିଲା ନାହିଁ । ଏହି ପଟ୍ଟନାୟକ ବନ୍ଧ ହୁଡାରେ ଅନେକ ମନ୍ଦିର ରହିଛି । ଏହା ସହ ଅତି ନିକଟରେ ସଂସ୍କୃତ ମହାବିଦ୍ୟାଳୟ ମଧ୍ୟ ରହିଛି । ବନ୍ଧଟି ଅପନ୍ତରା ହୋଇପଡି ରହିବା ସହ ଆବର୍ଜନାମୟ ହୋଇଯାଇଛି । ଯଦ୍ବାରା ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି । ଯାହା ଫଳରେ ସେଠାରେ ଥିବା ମନ୍ଦିରକୁ ଯାଉଥିବା ଶ୍ରଦ୍ଧାଳୁ ଓ ମହାବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀ ମାନେ ଦୁର୍ଗନ୍ଧମୟ ପରିବେଶରେ ରହିବାକୁ ବାଧ୍ୟ ହେଉଛନ୍ତି। ଠିକାଦାର ଓ ପୌର କର୍ତ୍ତୃପକ୍ଷଙ୍କ ମଧୂ ଚନ୍ଦ୍ରିକାରେ ସରକାରୀ ଅର୍ଥକୁ ଦୁରୁପଯୋଗ କରାଯିବା ସହ ମିଥ୍ୟା ବିଲ୍ ଦାଖଲ କରାଯାଇ ହରିଲୁଟ୍ କରାଯାଇଛି ବୋଲି ପାରଳାଖେମୁଣ୍ଡି ନିବାସୀ ପ୍ରନୋଜ କୁମାର ପଟ୍ଟନାୟକ ଗତ କିଛି ମାସ ପୂର୍ବେ ଗଜପତି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଏଥିରେ ଦୋଷୀ ବ୍ୟକ୍ତି ଓ ଅର୍ଥ ହଡପକାରୀ ମାନଙ୍କୁ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସେମାନଙ୍କ ବ୍ୟକ୍ତିଗତ ଆକାଉଣ୍ଟ୍ ରୁ ହଡପ ଅର୍ଥ ଆଦାୟ କରିବାକୁ ଦାବୀ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories