Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେଡି ତରଫରୁ ଦିବଂଗତ ବରିଷ୍ଠ ବିଜେଡି ନେତା ବସନ୍ତ ଦାଶଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ

ପାରଳାଖେମୁଣ୍ଡି:୨୪/୧(ଗରୁଡ ଧ୍ଵଜ ଚୌଧୁରୀ) ସ୍ଥାନୀୟ ଜିଲ୍ଲା ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଦିବଂଗତ ବସନ୍ତ କୁମାର ଦାଶଙ୍କ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାୁନ କରାଯାଇଛି।ଜିଲ୍ଲା ସଭାପତି ପ୍ରଦୀପ ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ମୁଖ୍ୟଅତିଥି ରୂପେ ଯୋଗଦାନ କରିଥିଲେ।ବକ୍ତା ମାନଂକ ମଧ୍ୟରୁ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଗାବରା ତିରୁପତି ରାଓ,ପୂର୍ବତନ ସଭାପତି ଓ୍ୱାଇ.ରାମଚନ୍ଦ୍ର ରାଓ,ଏସ୍.ଗଜପତି ରାଓ,ପାରଳା ପୌରପରିଷଦର ଅଧ୍ୟକ୍ଷା ନିର୍ମଳା ସେଠୀ, କାଶୀନଗର ବ୍ଲକର ଅଧକ୍ଷା ବି.ସାୟାମ୍ମା,ଗୁମ୍ମା ବ୍ଲକର ଅଧକ୍ଷା ସୁନେମୀ ମଣ୍ଡଳ,କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷ ରଘୁରାମ ସାହୁ ତଥା ବହୁ ନେତା ଦିବଂଗତ ଆତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କର ତ୍ୟାଗ ଓ ସେବା ମନୋଭାବର ପରିଚୟ ପ୍ରଦାନ କରିଥିଲେ।ଜିଲ୍ଲାରେ ବିଜେଡିକୁ ସୁଦୃଢ଼ କରିବାରେ ତାଂକର ଅହଂ ଭୂମିକା ଥିଲା।ଜଣେ ସ୍ପଷ୍ଟବାଦୀ ନେତା ହିସାବରେ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ। ତାଙ୍କର ମୃତ୍ୟୁରେ ବିଜେଡିର ରାଜ୍ୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରକାଶ କରିଛନ୍ତି ତଥା ଅନ୍ୟାନ୍ୟ ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାଏକ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରମୁଖ ଶୋକବ୍ୟକ୍ତ କରିବା ସହ ଦୁଃଖଦ ପରିବାରଂକୁ ସମବେଦନା ଜଣାଇଛନ୍ତି।ଏହି ସମାବେଶରେ ଜିଲ୍ଲାର ପଂଚାୟତ ପ୍ରତିନିଧି, ପାରଳାଖେମୁଣ୍ଡି ପୌରପରିଷଦର କାଉନସିଲର ଯୋଗଦାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories