Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁଇ ବନ୍ଧୁଙ୍କ ଗୋଟିଏ ପ୍ରେମିକା! ଜାଣିବା ପରେ ପ୍ରେମିକାକୁ ହତ୍ୟା କରି ଦେଲେ ଆତ୍ମହତ୍ୟାର ରୂପ

ନୂଆଦିଲ୍ଲୀ,୨୭|୧: ପ୍ରେମ ପାଇଁ ତ୍ୟାଗ କଥା ଶୁଣିଥିବେ | କିନ୍ତୁ ପ୍ରେମ ପାଇଁ ହତ୍ୟା ଖବର ବି କିଛି ନୂଆ ନୁହେଁ | ଏ ସମ୍ପର୍କିତ ଖବର ପ୍ରତିଦିନ ଖବରକଜାଜର ଶିରୋନାମାରେ ରହୁଛି | ତେବେ ଉତ୍ତର ପ୍ରଦେଶର ଲକ୍ଷ୍ନୌ ରୁ ଏଭଳି ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି | ଯେଉଁଠି ପ୍ରେମ ପାଇଁ ଦୁଇ ସାଙ୍ଗ ପ୍ରେମିକାକୁ ହତ୍ୟା କରିଛନ୍ତି | ଦୁଇ ବନ୍ଧୁଙ୍କ ଗୋଟିଏ ପ୍ରେମିକା। କିନ୍ତୁ ଉଭୟଙ୍କୁ ଏ କଥା ଜଣାନଥିଲା। ଆଉ ଯେତେବେଳେ ଜାଣିବାକୁ ପାଇଲେ, ମୁଣ୍ଡରୁ ବୁଦ୍ଧି ହଜିଗଲା । ପ୍ରେମିକାକୁ ଜୀବନରୁ ଶେଷ କରିଦେବାକୁ ଯୋଜନା କଲେ। ଶେଷରେ ଘରୁ ଡକାଇ ମାରିଦେଲେ। ଉତ୍ତର ପ୍ରଦେଶର ଲକ୍ଷ୍ନୌର ପାରା ପୋଲିସ ଷ୍ଟେସନ ଅଞ୍ଚଳରୁ ଏହି ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଯେଉଁଠି ୧୬ ବର୍ଷୀୟା ଝିଅକୁ ନିର୍ମମ ଭାବରେ ହତ୍ୟା କରିଛନ୍ତି ଦୁଇ ପ୍ରେମିକ ବନ୍ଧୁ |

ସୂଚନା ଅନୁସାରେ,ପ୍ରେମିକା ଜଣକ ଜାନୁଆରୀ ୧୩ ତାରିଖରେ ତାଙ୍କ ଘରୁ ନିଖୋଜ ହୋଇଯାଇଥିଲେ। ସେ ନୈନିତାଲ ଯାଇଥିଲେ ବୋଲି କହିଥିଲେ କିନ୍ତୁ ପ୍ରକୃତ କଥା ଆହୁରି ଭୟଙ୍କର ଥିଲା। ପୋଲିସ୍ ତଦନ୍ତରୁ ଜଣାପଡିଲା ଯେ, ଅଂଶୁ ଗୌତମ ନାମକ ଜଣ ପୁଅ ଝିଅଟିକୁ ଭଲ ପାଉଥିଲେ। କିନ୍ତୁ ଅଂଶୁ କୌଣସି ଉପାୟରେ ଜାଣିବାକୁ ପାଇଲେଯେ, ପ୍ରେମିକା ଜଣକ ତାଙ୍କ ବନ୍ଧୁ ଆଶିକ୍ ଯାଦବଙ୍କ ସହ ମଧ୍ୟ କଥା ହେଉଛନ୍ତି। ଏହି ସନ୍ଦେହ ସ୍ପଷ୍ଟ ହେବା ପରେ ତାଙ୍କୁ ଅପମାନ ଲାଗିଥିଲା। ଯେଉଁଥିପାଇଁ ଦୁଇ ବନ୍ଧୁ ପ୍ରେମିକାକୁ ମାରିଦେବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିଥିଲେ। ଜାନୁଆରୀ ୧୩ ତାରିଖ ସନ୍ଧ୍ୟାରେ, ତାଙ୍କୁ ଫୋନ୍ ମାଧ୍ୟମରେ ଡକାଯାଇଥିଲା। ଏବଂ ଏକ ଟାଟା ସଫାରିରେ ଜୋରଜବରଦସ୍ତ ବସାଇ ଦିଆଯାଇଥିଲା | ତା’ପରେ ଚଳନ୍ତା ଗାଡ଼ିରେ ଝିଅଟିର ଗଳାକାଟି ହତ୍ୟା କରାଯାଇଥିଲା।

ତେବେ ହତ୍ୟା ପରେ, ପ୍ରମାଣ ଲୁଚାଇବା ପାଇଁ ଅଭିଯୁକ୍ତମାନେ ଆଉ ଏକ ଯୋଜନା ବନେଇଥିଲେ | ସରୋଜିନୀ ନଗରରେ ରେଳ ଧାରଣାରେ ମୃତଦେହ ରଖି ହତ୍ୟାକୁ ଆତ୍ମହତ୍ୟା ରୂପ ଦେବାକୁ ଚେଷ୍ଟା କରିଥିଲେ। ମୃତଦେହ ଟ୍ରେନ୍ ରେ ଧକ୍କା ଦେବା ପରେ କିଶୋରୀଙ୍କ ମୁଣ୍ଡ ତାଙ୍କ ଶରୀରରୁ ଅଲଗା କରି ହୋଇଯାଇଥିଲା । ଏହା ସହିତ ପରିଚୟ ଗୋପନ ରଖିବାକୁ ଅଭିଯୁକ୍ତମାନେ ନିଜର ଏବଂ ମୃତକଙ୍କ ମୋବାଇଲ୍ ଫୋନ୍ ମଧ୍ୟ ଭାଙ୍ଗି ଫୋପାଡ଼ି ଦେଇଥିଲେ। ତେବେ ପୋଲିସ ଜାନୁଆରୀ ୨୫ ତାରିଖରେ ଅଂଶୁ ଗୌତମ ଏବଂ ତାଙ୍କ ତିନି ସହଯୋଗୀ – ଆଶିକ ଯାଦବ, ରିଶୁ ଯାଦବ ଏବଂ ବୈଭବ ସିଂହ ରାଜପୁତଙ୍କୁ ଗିରଫ କରିଥିଲା।

ଅନ୍ୟପଟେ,ମୃତକଙ୍କ ମାଆ ଅଭିଯୋଗ କରିଛନ୍ତି ଯେ, ସେ ଜାନୁଆରୀ ୧୪ ତାରିଖରେ ଏକ ମାମଲା ପୋଲିସ ନିକଟରେ ଦାଖଲ କରିଥିଲେ, ଏବଂ ପୋଲିସ ବାରମ୍ବାର ଦାବି କରିଥିଲା ଯେ ତାଙ୍କ ଝିଅ ମିଳିବ। କିନ୍ତୁ ପରେ ଝିଅ ମୃତ ଅବସ୍ଥାରେ ମିଳିଲା | ଯେତେବେଳେ ଚାରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା, ସେତେବେଳେ ଝିଅର ପରିବାର ସଦସ୍ୟମାନେ ପୋଲିସ ଷ୍ଟେସନକୁ ଯାଇ ପ୍ରତିବାଦ କରିଥିଲେ ଏବଂ ଅଭିଯୁକ୍ତ ପ୍ରେମିକ ବନ୍ଧୁ ଦୁହିଁଙ୍କୁ ମୃତ୍ୟୁଦଣ୍ଡ ମିଳୁ ବୋଲି ଦାବି କରିଥିଲେ। ଏହି ଘଟଣାରେ ଏସଏଚଓ ସୁରେଶ ସିଂହ କହିଛନ୍ତି ଯେ, ମାମଲାର ନିରପେକ୍ଷ ତଦନ୍ତ କରାଯାଉଛି | ଏବଂ ସମସ୍ତ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories