ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ
ପାରଳାଖେମୁଣ୍ଡି:୧/୨(ଗରୁଡ଼ ଧ୍ଵଜ ଚୌଧୁରୀ) ଆଜି ଗଜପତି ଜିଲ୍ଲା ସର୍ବପୁରାତନ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି , ପ୍ରଥମେ ଜଗତ ର ନାଥ ଜଗନ୍ନାଥ ଙ୍କୁ ପ୍ରଦୀପ ପ୍ରଜ୍ଜଳନ କରାଯାଇଥିଲା, ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଅବସପ୍ରାପ୍ତ ଅଧକ୍ଷ ଡ: ଜିତେନ୍ଦ୍ର ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ପୂର୍ଣ୍ଣ ମହାପାତ୍ର ଉପସ୍ଥିତ ଥିଲେ , ବିଧାୟକ ରୁପେଶ୍ ପାଣିଗ୍ରାହୀ ତାଙ୍କ ଅଭିଭାଷଣ ରେ କହିଲେ କି ଏହି ମହାବିଦ୍ୟାଳୟ ର ଉନ୍ନତି ପାଇଁ ଯାହା ବି ସହାୟତା ଆବଶ୍ୟକ ରହିଛି ମୁ ନିଶ୍ଚିତ ଭାବେ ବିଧାୟକ ପାଣ୍ଠି ରୁ ପ୍ରଦାନ କରିବି ବୋଲି କହିଥିଲେ , ପରେ ସଂସ୍କୃତି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଶେଷ ରେ ମୁଖ୍ୟ ଅତିଥି ଙ୍କ ଦ୍ଵାରା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା

