ପ୍ରଗତି ମହିଳା ସଂଗଠନ ଏବଂ ଜଗନ୍ନାଥ କମିଟର ମିଳିତ ଆନୁକୁଲ୍ୟରେ କର୍କଟ ରୋଗ ସଚେତନ କାର୍ଯ୍ୟକ୍ରମ ରାଲି ଅନୁଷ୍ଠିତ
ପାରଳାଖେମୁଣ୍ଡି:୪/୨(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ପ୍ରଗତି ମହିଳା ସଂଗଠନ ର ଉପସଭାପତି ଲୋକନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସଚେତନା କାର୍ଯ୍ୟକ୍ରମ ଜଗନ୍ନାଥ ମନ୍ଦିର ଠାରୁ ବାହାରି ରାଜନଗର ପଯ୍ୟନ୍ତ ରାଲି କରାଯାଇଥିଲା, ମୁଖ୍ୟ ଅତିଥି ଭାବେ ପି.ପି ରାଜେଶ କୁମାର ମିଶ୍ର ଯୋଗଦେଇ କର୍କଟ ରୋଗ ବିଷୟରେ ବୁଝାଇଥିଲେ ,ବିନୋଦିନି କଲେଜ୍ ଅଧ୍ୟକ୍ଷ ମନୋଜ ପଟ୍ଟନାୟକ ଜଗନ୍ନାଥଙ୍କ କମିଟି ସଦସ୍ୟ ଦୁର୍ଗା ମାଧବ ପାଣିଗ୍ରହୀ ପ୍ରଗତି ମହିଳା ସଙ୍ଗଠନର ଉପଦେଷ୍ଟା ବିଚିତ୍ରା ନନ୍ଦ ବେବର୍ତ୍ତା, ଉପଦେଷ୍ଟା ହରି ମୋହନ ପଟ୍ଟନାୟକ,ସଂଗଠନ ସମ୍ପାଦିକା ତନୁଜା ଶତପଥୀ ,ମାନସୀ ପଣ୍ଡା ପ୍ରଫୁଲ୍ଲ ବେବର୍ତ୍ତା, ମୁରଲୀ ପରିଛା ସମସ୍ତେ ଯୋଗଦେଇ, ତମାଖୁ, ମଦ ସିଗାରେଟ, ସ୍ବାସ୍ଥ୍ୟ ପାଇଁ କେତେ ହାନି କାରକ , ସମସ୍ତ ଙ୍କୁ ସଚେତନା କରାଯାଇଥିଲା ଯେ ସୁସ୍ଥ ସମାଜ ଗଢ଼ିବା, ସୁନ୍ଦର ପରିବାର ଗଢ଼ିବା, କର୍କଟ ରୋଗ ଠାରୁ ଦୂରେଇ ରହିବା ,ଶେଷରେ ମୁରଲୀ ଧର ପରିଛା ଧନ୍ୟବାଦ୍ ଅର୍ପଣ କରିଥିଲେ l ଏହି ରାଲିରେ ସହରର ବହୁ ବୁଦ୍ଧିଜୀବୀ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଭାଗ ନେଇଥିଲେ l

