Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପି ସରକାରଙ୍କ ଚାଷୀ ମାରଣ ନୀତି , ବିପର୍ଯ୍ୟୟ ଆଇନ ଶୃଙ୍ଖଳା ଏବଂ ନିର୍ବାଚନୀ ପ୍ରତିଶ୍ରୁତିର ଖିଲାପ ବିରୁଦ୍ଧରେ ଜିଲ୍ଲା ବିଜେଡି’ର ବିକ୍ଷୋଭ ଓ ପ୍ରତିବାଦ ସଭା

ପାରଳାଖେମୁଣ୍ଡି:୪/୨(ଗରୁଡ଼ ଧ୍ଵଜ ଚୌଧୁରୀ)
ବିଜେପି ସରକାର’ଙ୍କ ଚାଷୀ ମାରଣନୀତି , ବିପର୍ଯ୍ୟୟ ଆଇନ ଶୃଙ୍ଖଳା ଏବଂ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି’ର ଖିଲାପି ବିରୁଦ୍ଧରେ ଗଜପତି ଜିଲ୍ଲା ବିଜେଡି ପକ୍ଷରୁ ଆଜି ପାରଳାଖେମୁଣ୍ଡି ଠାରେ ବିରାଟ ପ୍ରତିବାଦ ରାଲି ସମେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଏବଂ ପ୍ରତିବାଦ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ସାଙ୍ଗକୁ ଶାସନ ଭାର ଏବେ ଅପାରଗ ବିଜେପି ସରକାର ହାତରେ ବୋଲି ଜିଲ୍ଲା ବିଜେଡି ପକ୍ଷରୁ କୁହାଯାଇଛି ଏବଂ ଯାହାକୁ ନେଇ ଆଜି ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ ପାଣିଗ୍ରାହୀ ଓ ଜିଲ୍ଲା ବିଜେଡ଼ି ସଭାପତି ପ୍ରଦୀପ ନାୟକ’ଙ୍କ ନେତୃତ୍ୱରେ ହଜାର ହଜାର ସଂଖ୍ୟାରେ ଦଳୀୟ ନେତା ଓ କର୍ମୀ ଙ୍କ ସମାବେଶରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଜେପି ସରକାର ବିରୁଦ୍ଧରେ ଗର୍ଜି ରଣହୁଙ୍କାର ଦେଇଛି ଜିଲ୍ଲା ବିଜୁ ଜନତା ଦଳ।ସମାବେଶରେ ଦଳୀୟ ନେତା ମାନଙ୍କ ପକ୍ଷରୁ କୁହାଯାଇଥିଲା ଯେ , ଏଥି ପୁର୍ବରୁ ଶାନ୍ତ ପରିବେଶ ସାଙ୍ଗକୁ ସର୍ବାଙ୍ଗୀନ ବିକାଶ ଦିଗରେ ଆଗକୁ ବଢିଥିଲା ଓଡ଼ିଶା। ପୂର୍ବ ସରକାର’ଙ୍କ ସମୟରେ ନାରୀ ସୁରକ୍ଷିତ ଥିବା ସହ ସଶକ୍ତିକରଣ ଓ ଜୀବିକାନିର୍ବାହ କ୍ଷେତ୍ରରେ ଯଥେଷ୍ଟ ସଫଳତା ପାଇଥିଲେ ମହିଳା ମାନେ । କିନ୍ତୁ , ଏବେ ସାରା ରାଜ୍ୟ ରେ ବଢ଼ିଚାଲିଛି ନାରୀ ନିର୍ଯାତନା । ଏପରି କି , ଅନ୍ତର୍ଦେଶୀୟ ସ୍ତରରେ ଚର୍ଚ୍ଚାରେ ରହିଛି ଓଡ଼ିଶା। ଯାହା ଓଡିଆ ଅସ୍ମିତାକୁ ନିନ୍ଦିତ ଓ ଅପମାନିତ କରିଛି। ଯାହା ଓଡ଼ିଶା ପାଇଁ ଏକ ଲଜ୍ୟା ର ବିଷୟ।ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝି’ଙ୍କ ନିଜ ଜିଲ୍ଲାରେ ମଧ୍ୟ ନାରୀ ସୁରକ୍ଷିତ ନାହାନ୍ତି। ନାରୀ ନିର୍ଯାତନା ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇଛି। ଶହ ଶହ ମାମଲା ରୁଜୁ ହେଉଛି , କିନ୍ତୁ କାର୍ଯ୍ୟଫଳ ଶୂନ। ଜିଲ୍ଲାରେ ଧାନ କିଣାରେ ବ୍ୟାପକ ଅନିୟମିତତା ସହ ମିଲର ଓ ପ୍ରଶାସନିକ ଅଧିକାରୀଙ୍କ ମିଳିତ ମଧୁଚନ୍ଦ୍ରିକାରେ ଏବଂ ମିଲିଭଗଗତରେ ଚାଷୀ ମାନଙ୍କୁ ହଇରାଣ କରାଯାଉଛି , ଧାନର ଉଚିତ ମୂଲ୍ୟ ପ୍ରଦାନରେ ବିଫଳ , ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ , ୩୦୦୦ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ଓ ଅନ୍ୟାନ୍ୟ ଭତ୍ତା ପ୍ରଦାନ, ଏକ କାଳୀନ ୫୦ ହଜାର ଟଙ୍କା ପ୍ରତ୍ୟେକ ମହିଳା’ଙ୍କୁ ପ୍ରଦାନ କଥା କହି ଲୋକଙ୍କୁ ପ୍ରତାରଣା କରିଛନ୍ତି ବିଜେପି ସରକାର । ଏମିତି କି , ବେକାରୀ ଯୁବକ- ଯୁବତୀଙ୍କୁ ନିଯୁକ୍ତି ପ୍ରଦାନରେ ସମ୍ପୂର୍ଣ୍ଣ ବିଫଳ , କର୍ମନିଯୁକ୍ତି ଯୋଜନା କାର୍ଯ୍ୟକାରୀ ହେଉନାହିଁ , ଉନ୍ନୟନ ମୂଳକ କାର୍ଯ୍ୟ ଠପ୍ , ଏଭଳି ବିଭିନ୍ନ ପ୍ରସଙ୍ଗରେ ନାରାବାଜି ଦେଇ ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରୁ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ବିଜେପି ସରକାର’ଙ୍କ ଅପାରଗତାକୁ ନେଇ ଗର୍ଜନ କରିଛି ଜିଲ୍ଲା ବିଜେଡି।ଏହି ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ଶହ ଶହ କର୍ମୀ ନେତା ଓ ଜନପ୍ରତିନିଧି ଏକତ୍ରିତ ହୋଇ ସରକାରଙ୍କ ଅପାରଗତା ବିରୋଧରେ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆଗାମୀ ଦିନରେ ଏଭଳି ସ୍ଥିତି ଜାରି ରହିଲେ ରାଜ ରାସ୍ତା ଅବରୋଧ କରି ଆନ୍ଦୋଳନକୁ ତୀବ୍ରତର କରିବାକୁ ଚେତାବନୀ ଦେଇଛନ୍ତି ବିକ୍ଷୋଭକାରୀ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ଗାଵରା ତିରୁପତି ରାଓ , ପାରଳା ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , କାଶୀନଗର ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ବାଲା ସାୟାମ୍ମା , ଗୁମ୍ମା ବ୍ଲକ ଅଧ୍ୟକ୍ଷା ସୁନେମୀ ମଣ୍ଡଳ , ଗୋଷାଣୀ ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ଏନ: ବୀରା ରାଜୁ , ଲକ୍ଷ୍ମୀକାନ୍ତ ପରିଛା , ଶ୍ରୀ ବାଲ ରାଜୁ ପ୍ରମୁଖ ଙ୍କ ସମେତ ହଜାର ହଜାର ସଂଖ୍ୟାରେ ଜିଲ୍ଲାର ସମସ୍ତ ବ୍ଲକରେ ଦଳୀୟ ନେତା ଓ କର୍ମୀ ଯୋଗ ଦେଇଥିଲେ କାର୍ଯ୍ୟକ୍ରମ ଶେଷରେ ବିଧାୟକ ଶ୍ରୀ ରୁପେଶ ପାଣିଗ୍ରାହୀ ଏବଂ ବିଜେଡି ସଭାପତି ଶ୍ରୀ ପ୍ରଦୀପ ନାୟକଙ୍କ ନେତୃତ୍ବରେ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲ’ଙ୍କୁ ଓଡ଼ିଶା ଓଡ଼ିଶା ରାଜ୍ୟପାଳ ଙ୍କୁ ଏକ ସ୍ମାରକପତ୍ର ଦିଆଯାଇ ଥିଲା

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ପାରଳାଖମୁଣ୍ଡିଠାରେ ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ।ପାରଳାଖେମୁଣ୍ଡି:୬/୪(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ସଂଯୁକ୍ତ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଫାଲଗୁନୀ ମାଝୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ସୁନୀଲ କାନ୍ତ ମହାନ୍ତି, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଦୟାମୟ ପାଢ଼ୀ,ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା ଅଭିଯୋଗ ଶୁଣାଣୀ କରିଥିଲେ। ଆଜିର ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିରରେ ମୋଟ-୬୦ ଗୋଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା। ସେଥି ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ସମସ୍ୟା-୪୯ ଗୋଟି,ଗ୍ରାମ ଭିତ୍ତିକ ସମସ୍ୟା – ୧୧ ଗୋଟି ଅଭିଯୋଗ ଆସିଥିଲା । ଅନ୍ୟ ସମସ୍ତ ଅଭିଯୋଗକୁ ତୁରନ୍ତ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଧେଶ ଦିଆଯାଇଛି। ଆଜିର ଏହି ଅଭିଯୋଗ ଶୁଣାଣି ଶିବିରରେ ସାମାଜିକ ସୁରକ୍ଷା,ଜମି ପଟ୍ଟା,ମନରେଗା,ଗୃହ ନିର୍ମାଣ, ରାସନ୍ କାର୍ଡ, ଶିକ୍ଷା,ଜଳ ସେଚନ ରାସ୍ତା ଓ ସ୍ଵାସ୍ଥ୍ୟ ସମସ୍ୟା ବୋଲି ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ଆସିଥିଲା । ଆଜିର ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ରେ ଗୋଷାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଗୋର ଚନ୍ଦ୍ର ପଟ୍ଟନାୟକ ,ସ୍ଥାନୀୟ ତହସିଲଦାର ନାରାୟଣ ବେହେରା ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଗଣ ଏହି ଅଭିଯୋଗ ଶୁଣାଣୀରେ ଉପସ୍ଥିତ ଥିଲେ।