Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତିରେ ବିଜେପି ନେତାଙ୍କ ଘର ଉପରେ ସଂଘବଧ ଆକ୍ରମଣରେ ୮ ଗିରଫ ଶାନ୍ତି ପାଇଁ ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

ପାରଳାଖେମୁଣ୍ଡି:୪/୨(ଗରୁଡ଼ ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲା ବିଜେପି ନେତାଙ୍କ ବାସଭବନକୁ ସଂଘବଧ ଭାବେ ଆକ୍ରମଣ ଘଟଣାରେ ୮ ଜଣଙ୍କୁ ପୋଲିସ ଗିରଫ କରି କୋୖର୍ଟକୁ ଚାଲାଣ କରିଥିବା ସୂଚନା ମିଳିଛି. ବର୍ତ୍ତମାନ ସେଠାରେ ଶାନ୍ତି ଶୃଙ୍ଖଳା ପ୍ରତିଷ୍ଠା ପାଇଁ ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଛନ୍ତି. ଘଟଣାରୁ ପ୍ରକାଶ, ଗତ ୨ ତାରିଖ ରାତ୍ରରେ ଗଜପତି ଜିଲ୍ଲାର ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମରେ ବିଜେପି ନେତା ଶିବରାମ ସୁଆରଙ୍କ ବାସ ଭବନ ଉପରେ ସଂଘବଦ୍ଧ ଆକ୍ରମଣ ଘଟିଥିଲା. ଏହି ଘଟଣା ପରେ ଗତକାଲି ସକାଳ ଠାରୁ ଗଜପତି ଏସପି ଯତୀନ୍ଦ୍ର ନାଥ ପଣ୍ଡାଙ୍କ ନେତୃତ୍ୱରେ ୪ ପ୍ଲାଟୁନ ଫୋର୍ସ ଘଟଣା ସ୍ଥଳରେ ମୁତୟନ ରହି ସଂଘଠିତ ଉତ୍ତେଜନାକୁ ପ୍ରସମିତ କରିଥିଲେ. ଏହି ଆକ୍ରମଣ ଘଟଣାରେ ୧୫ ଜଣଙ୍କୁ ଅଟକ ରଖି ତଦନ୍ତ କରିବା ପରେ ଆଜି ସଂଘବଦ୍ଧ ଆକ୍ରମଣ ଘଟଣାର ପ୍ରକୃତ ଦୋଷୀ ଥିବା ୮ଜଣଙ୍କୁ ପୋଲିସ ଗିରଫ କରି କୋୖର୍ଟକୁ ଚାଲାଣ କରାଯାଇଥିବା ସୂଚନା ମିଳିଛି. ଚାନ୍ଦିପୁଟ ଠାରେ ଶାନ୍ତି ଶୃଙ୍ଖଳା ପ୍ରତିଷ୍ଠା ପାଇଁ ଆଜି ମଧ୍ୟ ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଛନ୍ତି.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories