ପାରଳାଖେମୁଣ୍ଡି ବିଧାୟକ ନିଜ ପାଣ୍ଠିରୁ ସୋଲାର ଲାଇଟ ପ୍ରଦାନ କରିଲେ ମେରୀ ନଗର ପାରିଶକୁ
ପାରଳାଖେମୁଣ୍ଡି:୮/୨(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡ଼ା ପଞ୍ଚାୟତ ମେରୀ ନଗର ପାରିଶ ରେ ଆଜି ଏକ ଲୁର୍ଦୁ ମେରୀ ମାତାଙ୍କ ପର୍ବ ଅନୁଷ୍ଠିତ ହୋଇଛି ଏହି ସଭାରେ ନିକଟସ୍ତ ଗ୍ରାମ ରୁ ପ୍ରାୟ ୫୦ ରୁ ଉର୍ଦ୍ଧ ଜନସାଧାରଣ ଉପସ୍ଥିତ ହୁଅନ୍ତି ପ୍ରତେକ ବର୍ଷ ଫେବୃଆରୀ ମାସରେ ତିନି ଦିନ ଧରି ଏହି ସଭା ଚାଲି ଥାଏ | ଆଜି ଏହି ସଭାରେ ମୁଖ୍ୟ ଅତିଥି ଭାବେ ପାରଳା ଯୁବ ବିଧାୟକ ଇଁ ରୁପେଶ କୁମାର ପାଣିଗ୍ରାହୀ ଜିଲ୍ଲା ପରିଷଦ ଅଧକ୍ଷ ଗାବାରା ତିରୁପତି ରାଓ ଓ କାଟିକା ରାମା ରାଓ ଉପସ୍ଥିତ ହେଲେ | ଉକ୍ତ ସଭାରେ ପାରଳା ବିଧାୟକ ନିଜ ଅଭିଭାଷଣ ରେ ଯୁବକ ଯୁବତୀ ମାନଙ୍କୁ ଶିକ୍ଷା ବିଷୟରେ ପରାମର୍ଶ କରିଲେ ଶିକ୍ଷା ନିଜ ପରିବାର କୁ ନିଜ ଭବିଷ୍ୟତ କୁ ଏକ ଆଲୋକ ପ୍ରଦାନ କରିଥାଏ କାଥଲିକ ଚର୍ଚ୍ଚ ର ଫାଦେର ମାନେ ବର୍ଷ ବର୍ଷ ଧରି ଯେଉଁ ଶିକ୍ଷା ପ୍ରଦାନ କରନ୍ତି ତାହା ଛଟ ଛଟ ପଲି ଗାଁ ମାନଙ୍କରେ ବିଧାୟକ ଖୁସି ହୋଇ ନିଜ ବିଧାୟକ ପାଣ୍ଠି ରୁ ସୋଲାର ଲାଇଟ ଦେବା ପାଇଁ ଘୋଷଣା କରିଲେ | ଜିଲ୍ଲା ପରିଷଦ ଅଧକ୍ଷ୍ୟ ତିରୁପତି ବାବୁ ଶୋଭାରେ ନୂଆ ସରକାର ଉପରେ ବର୍ଷିଲେ ଜାତି ଜାତି କୁ ନେଇ ସରକାର ଯେଉଁ ଝଗଡ଼ା ସୃଷ୍ଟି କରୁଛି ତାହା ଠିକ ନୁଁହେ ବଳୀ ପ୍ରକାଶ କରିଲେ. ଭାରତ ରେ ସବୁ ଧର୍ମ ର ଅଧିକାର ଅଛି ବଳି ପ୍ରକାଶ କରିଲେ ଏହି ଶୋଭାରେ ପଞ୍ଚାୟତ ସ୍ତରରୁ ଜନସାଧାରଣ ଉପସ୍ଥିତ ହେଲେ | ଵୃଷବ ପଞ୍ଚାୟତ ପୂର୍ବତନ ପୂର୍ବତନ ସରପଞ୍ଚ ସିମିୟ ଭୂୟାଁ ଏବଂ ପରିଡ଼ା ପୂର୍ବତନ ସରପଞ୍ଚ ସିମନ ମଣ୍ଡଳ ଓ ମହେନ୍ଦ୍ର ପ୍ରଧାନ, ପାଉଲ ପାଣି, ଏବଂ ଗାଇବା ପଲିସ ଫାଣ୍ଡି ରୁ ରାମ କୃଷ୍ଣ ଦାସ ଏବଂ ଟିମ ଦାୟିତ୍ୱ ରେ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ

