Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିବରାତ୍ରୀ ପୂର୍ବରୁ ଏଣ୍ଡାଲା ମଲ୍ଲିକାର୍ଜ୍ଜୁନ ଶିବାଳୟକୁ ସ୍ବେଚ୍ଛାସେବୀ କଲେ ପରିଷ୍କାର

ପାରଳାଖେମୁଣ୍ଡି:୮/୨(ଗରୁଡ଼ ଧ୍ଵଜ ଚୌଧୁରୀ)ଆଗକୁ ଆସୁଥିବା ମହା ଶିବରାତ୍ରୀକୁ ନେଇ ସହର ତଥା ଗାଁର ସମସ୍ତ ଶିବାଳୟ ଏବେ ଚଳଚଞ୍ଚଳ। ସମସ୍ତ ଶିବାଳୟ ଏବେ ପୁଣି କିଭଳି ପରିଷ୍କାର ହୋଇ ନୂତନ ରୂପରେ ସଜେଇ ହେବ, ସେ କଥାକୁ ଚିନ୍ତା କରି ପାରଳାଖେମୁଣ୍ଡିର ଯୁବ ସମାଜସେବୀ ଲୋକନାଥ ମିଶ୍ର ଅନ୍ୟ ସ୍ବେଚ୍ଛାସେବୀ ଅନୁଷ୍ଠାନ ତଥା ପ୍ରଶାସନିକ ଅଧିକାରୀଙ୍କ ସାହାଯ୍ୟ ଲୋଡିଥିଲେ। ଏହି କ୍ରମରେ ଆଜି ସ୍ଥାନୀୟ ସେରି ସାହି ପଛ ବିଲ ମଧ୍ୟରେ ଥିବା ଏଣ୍ଡାଲା ମଲ୍ଲିକାର୍ଜ୍ଜୁନ ମହାଦେବଙ୍କ ମନ୍ଦିର ତଥା ପୁଷ୍କରିଣୀକୁ ଯଥାସମ୍ଭବ ପରିଷ୍କାର କରାଯାଇଥିଲା। ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସହଯୋଗର ହାଥ ବଢାଇଥିଲେ ଜିଲ୍ଲା ଖଣି ଅଧିକାରୀ ଦିପେନ ପରିଡ଼ା, ଜିଲ୍ଲା ନ୍ୟାୟାଳୟରେ ପଦସ୍ଥ ଥିବା କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର, ଓକିଲ ସଂଘର ସମ୍ପାଦକ ତଥା ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ଏମ୍. ପୃଥ୍ୱୀରାଜ, ଏ.ପି.ପି. ସୌମ୍ୟ ସୌରଭ ପଟ୍ଟନାୟକ, ଗାୟତ୍ରୀ ପରିବାରର ସନ୍ତୋଷ ଗନ୍ତାୟତ, ଅଭିଷେକ ଗନ୍ତାୟତ, ଅଖିଳ ଭାରତୀୟ ଯୁବାଜନ ସେବା ସମିତିର କୁମାର ରେଡ୍ଡୀ, ଗିନି ରମେଶ ପ୍ରମୁଖ। ସୂଚନାଯୋଗ୍ୟ, ଉକ୍ତ ମନ୍ଦିରଟି ମହାରାଜାଙ୍କ ଅମଳର ହୋଇଥିଲେ ମଧ୍ୟ ବିଲ ମଧ୍ୟରେ ରହିଥିବାରୁ ତା’ର ଉପଯୁକ୍ତ ରକ୍ଷଣା ବେକ୍ଷଣା ହୋଇନପାରି ତାହା ଜରାଜୀର୍ଣ୍ଣ ଅବସ୍ଥାରେ ବର୍ଷ ସାରା ପଡିରହୁଛି କିନ୍ତୁ ଶିବରାତ୍ରୀ ଅବସରରେ ତାହା ଚଳଚଞ୍ଚଳ ହେଉଛି। ତେଣୁ ସର୍ବ ସାଧାରଣରେ ଦାବି ରହୁଛି ଯେ, ଯଦି ଏହି ମନ୍ଦିରର ପୁନରୁଦ୍ଧାର କରାଯାଇ ନିକଟସ୍ଥ ପୁଷ୍କରିଣୀ ପ୍ରତି ଧ୍ୟାନ ଦିଆଯାଆନ୍ତା ତଥା ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା ସହ ରାସ୍ତାର ବ୍ୟବସ୍ଥା କରାଯାଆନ୍ତା; ତେବେ ହୁଏତ ଏହା ଏକ ପର୍ଯ୍ୟଟନସ୍ଥଳୀର ରୂପ ନିଅନ୍ତା ବୋଲି ସମାଜସେବୀ ଲୋକନାଥ ମିଶ୍ର ନିଜର ମତ ପ୍ରକାଶ କରିବା ସହ ଆଜିର ଏହି କାର୍ଯ୍ୟକ୍ରମରେ ସାମିଲ ଥିବା ସମସ୍ତ ସ୍ବେଚ୍ଛାସେବୀ ତଥା ପ୍ରଶାସନିକ ଅଧିକାରୀଙ୍କୁ ସହଯୋଗ ପାଇଁ ସାଧୁବାଦ ଜଣାଇବା ସହ ଭବିଷ୍ୟତରେ ଅନ୍ୟ ମନ୍ଦିରରେ ଏହି ଭଳି ସେବା କାର୍ଯ୍ୟ ଜାରି ରହିବ ବୋଲି ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories