Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ସ୍ମୁତି ସଂଧ୍ୟାରେ ପଦାମୃତ ନୃତ୍ୟାୟନ ଏକାଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ

ପାରଳାଖେମୁଣ୍ଡି:୮/୨(ଗରୁଡ଼ ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ପଦାମୃତ ନୃତ୍ୟାୟନ ଏକାଦଶ ବାର୍ଷିକ ଉତ୍ସବ ତଥା ଗୁରୁ ଗଙ୍ଗାଧର ପ୍ରଧାନଙ୍କ ସ୍ମୃତିସନ୍ଧ୍ୟା ସ୍ଥାନୀୟ ଅର୍ବାନ ବ୍ୟାଙ୍କ ପଡିଆ ଠାରେ ଆୟୋଜିତ ହୋଇଯାଇଛି , ଏହି କାର୍ଯ୍ୟକ୍ରମ ପଦାମୃତ ନୃତ୍ୟାୟନ୍ ଓ କ୍ରିଏଟିଭ ଆର୍ଟସ ମିଳିତ ଆନୁକୂଲ୍ୟରେ ଆୟୋଜିତ ନୃତ୍ୟନାଟିକା ସହିତ ଅନେକ ଆକର୍ଷଣୀୟ କାର୍ଯ୍ୟକ୍ରମ ଗୁଡ଼ିକ ପରିବେଷଣ କରାଯାଇଥିଲା, ଉଦଘାଟନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ପାରଳା ବିଧାୟକ ରୂପେଶ୍ ପାଣିଗ୍ରାହୀ ଙ୍କ ଦ୍ଵାରା ଜଗତ ର ନାଥ ଜଗନ୍ନାଥ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜୋଳନ କରାଯାଇଥିଲା ,ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଓଡ଼ିଶୀ, କୁଚୂପୁଡ଼ି, ଚଢେଇ ଚଡ଼ିଆଣି ସମ୍ବଲପୁରୀ ଓ ପଲ୍ଲୀ ନୃତ୍ୟ ପରିବେଷଣ କରାଯାଇଥିଲା, ସମସ୍ତ ନୃତ୍ୟଶିଳ୍ପୀ ମାନଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା, ଶେଷରେ କ୍ରିଏଟିଭ ଆର୍ଟସ କଳାକାର ମାନଙ୍କ ଦ୍ବାରା ଅଭିନୀତ ଏକ ନୃତ୍ୟନାଟିକା ମଞ୍ଚସ୍ତ ହୋଇଥିଲା , ଏହି କାର୍ଯ୍ୟକ୍ରମ ରେ ବିଧାୟକ ସମେତ ଅନ୍ୟତମ ଅତିଥି ଭାବେ ପୌର ଅଧକ୍ଷା ନିର୍ମଳା ସେଠି, ଆରକ୍ଷୀ ଅଧକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା, ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ, କ୍ରିଏଟିଭ ଆର୍ଟସ୍ ସଭାପତି ନୃସିଂହ ଚରଣ ପଟ୍ଟନାୟକ, ସଙ୍ଗୀତ ନାଟକ ଏକାଡ଼େମୀ ସଦସ୍ୟ ଗୁରୁ ରଘୁନାଥ ପାତ୍ର, ଅନୁଷ୍ଠାନ ସଭାପତି କେ.ରାମସ୍ୱାମୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ରେ ମଞ୍ଚ ପରିଚାଳନା କରିଥିଲେ ଆଦର୍ଶ ଦାସ ଓ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ, ଶେଷରେ ଅନୁଷ୍ଠାନ ର ପ୍ରତିଷ୍ଠାତା ବିନ୍ଦୁପ୍ରୀୟା ବେହେରା, ପ୍ରିତିପ୍ରୀୟା ବେହେରା, ସଂଯୁକ୍ତା ବେହେରା, ଘନଶ୍ୟାମ ବେହେରା ଆସିଥିବା ଅତିଥି ମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories