Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତିର ରୋହନ ଜାତୀୟ ଅଣ୍ଡର-୧୯ କ୍ରିକେଟ ଟିମରେ ସାମିଲ

ପାରଳାଖେମୁଣ୍ଡି:୧୨/୨(ଗରୁଡ ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ବକ୍ସିସାହିରେ ରହୁଥିବା ଡ.ଶଂକର ପ୍ରସାଦ ବକ୍ସିଂକ ପୌତ୍ର ରୋହନ ବକ୍ସି ଭାରତୀୟ ଅଣ୍ଡର-୧୯ କ୍ରିକେଟ ଟିମରେ ସାମିଲ ହୋଇଛନ୍ତି।ସେ ଆସନ୍ତା ମାସ ଚଣ୍ଡିଗଡ ଠାରେ ହେଉଥିବା ଜାତୀୟ ସ୍କୁଲ ସ୍ତରୀୟ ପ୍ରତିଯୋଗିତାରେ ଓଡିଶାରୁ ପ୍ରତିନିଧିତ୍ୱ କରିବେ।ଶିବଦତ୍ତ ବକ୍ସି ଓ ଅର୍ଚ୍ଚନା ବକ୍ସିଂକ ପୁଅ ଭୂବନେଶ୍ୱରସ୍ଥିତ ଲୋୟୋଲା ସ୍କୁଲରୁ କ୍ରୁତିତ୍ୱର ସହ ଦଶମ ଆଇସିଏସ୍ ଇ ପରୀକ୍ଷାରେ ୯୩.୬℅ ରଖି କ୍ରୁତକାର୍ଯ୍ୟ ହୋଇଥିଲେ।ଏକାଧାରାରେ ମେଧାବୀ ଛାତ୍ର ହିସାବରେ ନିଜର ଗୌରବ ରଖି କ୍ରିକେଟ ପ୍ରତି ତାଙ୍କର ଆଗ୍ରହ ରହିଛି।ଗତବର୍ଷ ଅଣ୍ଡର-୧୭ରେ ଓଡ଼ିଶା ସ୍କୁଲ ଟିମ୍ ତରଫରୁ ଭୋପାଳ ଠାରେ ଭାଗ ନେଇଥିଲେ।ପରନ୍ତୁ ରୋହନଂକ ଜେଜେବାପା ତଥା ସରକାରୀ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ.ଶଂକର ପ୍ରସାଦ ବକ୍ସି ମଧ୍ୟ ନିଜ କଲେଜ ଜୀବନରେ କ୍ରିକେଟ ଖେଳାଳି ଥିଲେ ଏବଂ ସେ ଆନ୍ତ ବିଶ୍ୱବିଦ୍ୟାଳୟ ସ୍ତରରେ ଭାଗ ନେଇଥିଲେ।ରୋହନଂକ କକା ଦେବଦତ୍ତ ବକ୍ସି ମଧ୍ୟ ଦୁଇଥର ଆନ୍ତ ବିଶ୍ୱବିଦ୍ୟାଳୟ ସ୍ତରରେ ଭାଗ ନେଇଛନ୍ତି।ଭବିଷ୍ଯତରେ ସେ ସାମରିକ ବାହିନୀରେ ଯୋଗଦାନ କରିବାକୁ ଲକ୍ଷ୍ୟ ରଖିଛନ୍ତି।ରୋହନଂକ ଏହି ବିରଳ ସଫଳତା ପାଇଁ ଚାରିଆଡୁ ଶୁଭେଚ୍ଛା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ବଦଳି ଦାବୀ କରି ଆଶା କର୍ମୀଙ୍କ ଧାରଣା ସହ ସରକାରୀ ପ୍ରୋକଷ୍ଠ ରେ ତାଲା ପକାଇଲେପାରଳାଖେମୁଣ୍ଡି:୯/୨(ଗରୁଡ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ବ୍ଲକ ଭାବେ ପରିଚିତ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଙ୍କ ବଦଳି ଦାବି ରେ ଆଶାକର୍ମୀ ଙ୍କ ଧାରଣା l ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କ ସରକାରୀ ପ୍ରକୋଷ୍ଠ ରେ ତାଲା ପକାଇ ପ୍ରକୋଷ୍ଠ ସମ୍ମୁଖରେ ଆଶାକର୍ମୀ ଧାରଣା ଦେଇଛନ୍ତି l ସେମାନଙ୍କ କୌଣସି କାର୍ଯ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ କରୁନଥିବା ଅଭିଯୋଗ କରିଛନ୍ତି ଆଶାକର୍ମୀ l ଯେବେଠାରୁ ଡାକ୍ତର ଜୟ ପଣ୍ଡା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଭାବେ ଦାୟିତ୍ୱ ନେଇଛନ୍ତି ସେହି ଦିନ ଠାରୁ ଆଶାକର୍ମୀ ଙ୍କୁ ନିୟମିତ ପାରିଶ୍ରମିକ ମିଳୁନଥିବା ଅଭିଯୋଗ କରିଛନ୍ତି l ପୂର୍ବରୁ ଅନେକ ଥର ପ୍ରଶାସନ ଠାରେ ଦାବି କରିଥିଲେ ମଧ୍ୟ କୌଣସି ସମାଧାନ ହୋଇନି l ଯେତେବେଳେ ପର୍ଯ୍ୟନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କୁ ବଦଳି ହୋଇନି ସେତେବେଳେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଆଶାକର୍ମୀ ସଂଘ ସଭାନେତ୍ରୀ ଅନୁପମା ନାୟକ,ବ୍ଲକ ସଭାନେତ୍ରୀ ସଙ୍ଗୀତା ନାୟକ ଚେତାବନୀ ଦେଇଛନ୍ତି l