Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଂସଦରେ ଶାସକ ଦଳକୁ ବିଜେଡି ସାଂସଦ ସୁଲତା ଦେଓଙ୍କ କଡା ସମାଲୋଚନା! କହିଲେ “ଡବଲ୍ ଇଞ୍ଜିନ୍ ସରକାର”ରେ ଓଡିଶାକୁ ମିଳିଛି “ବିଗ୍ ଜିରୋ”

ରାଜ୍ୟସଭାର ୨୦୨୬–୨୭ ବଜେଟ୍ ଆଲୋଚନା ସମୟରେ ବିଜେଡି ସାଂସଦ ସୁଲତା ଦେଓ କେନ୍ଦ୍ର ସରକାରକୁ ସିଧାସଳଖ ଟାର୍ଗେଟ କରି ନିଜର ମତ ପ୍ରକାଶ କରିଥିଲେ । ସେ କହିଥିଲେ ଯେ, ଏହି ବଜେଟ୍‌ରେ ଓଡ଼ିଶା ପାଇଁ “ବିଗ୍ ଜିରୋ” ରହିଛି; ଟ୍ରେନ୍, ଜାତୀୟ ରାଜପଥ ଓ ଜଳପଥ ଭଳି ମୂଳ ଢାଞ୍ଚାଗତ କ୍ଷେତ୍ରରେ ରାଜ୍ୟକୁ ଅବହେଳା କରାଯାଇଛି । “ଡବଲ୍ ଇଞ୍ଜିନ୍ ସରକାର” ନାରାକୁ ଉଦ୍ଧୃତ କରି ସେ କହିଥିଲେ ଯେ, କେନ୍ଦ୍ର ଓ ରାଜ୍ୟରେ ସମାନ ଦଳ ଶାସନ କରୁଥିବା ସତ୍ତ୍ୱେ ମଧ୍ୟ ଓଡ଼ିଶା ପାଇଁ ପ୍ରତ୍ୟକ୍ଷ ଲାଭ ଦେଖାଯାଉନି ।

ସେ ଅଭିଯୋଗ କରିଥିଲେ ଯେ, ବର୍ତ୍ତମାନ ଶାସନରେ ରାଜ୍ୟର ଋଣଭାର ପୂର୍ବ ଅପେକ୍ଷା ଢେର ବଢ଼ିଛି । ବର୍ତ୍ତମାନର ପ୍ରଶାସନ ମାତ୍ର ୧୮ ମାସରେ ₹୯୧,୦୦୦ କୋଟି ଟଙ୍କାର ଋଣ ନେଇଛି, ଯେତେବେଳେ ମୋ ନେତା ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପୂର୍ବ ସରକାର ୨୪ ବର୍ଷ ମଧ୍ୟରେ ₹୭୦,୦୦୦ କୋଟି ଟଙ୍କା ଋଣ ନେଇଥିଲେ । ଏହାକୁ ଉଦାହରଣ ଦେଇ ସେ ଦାବି କରିଥିଲେ ଯେ, ଅର୍ଥନୀତିକ ପରିଚାଳନାରେ ସ୍ପଷ୍ଟତା ଓ ଦାୟିତ୍ୱବୋଧର ଅଭାବ ରହିଛି । ସେ ଆହୁରି ମଧ୍ୟ କହିଥିଲେଯେ, ବାଙ୍ଗଲାଦେଶରେ ଓଡ଼ିଶାର ଶ୍ରମିକ ମାନଙ୍କୁ ହତ୍ୟା କରାଯାଉଛି କିନ୍ତୁ ଭାରତ ସରକାର ତାଙ୍କ ପ୍ରତି ଦୟା ଭାବ ଦେଖାଉଛନ୍ତି | ତା ସହ ସେ ଆହୁରି ପ୍ରଶ୍ନ କରିଥିଲେ ଯେ, ଆମ ଓଡ଼ିଶାର ଲୋକମାନଙ୍କୁ “ସାବତ ସନ୍ତାନ” ପରି କାହିଁକି ବ୍ୟବହାର କରାଯାଉଛି? ତେବେ ବିଜେଡି ସାଂସଦ ସୁଲତା ଦେଓଙ୍କ ଏହି ମନ୍ତବ୍ୟ ସରକାରଙ୍କ ଅପାରଗତାକୁ ସ୍ପଷ୍ଟ ପ୍ରକାଶ କରିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ