ରାହୁଲ ଗାନ୍ଧିଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲା ବିଜେପି! ରାହୁଲଙ୍କୁ ଆଜୀବନ ନିର୍ବାଚନରୁ ବଞ୍ଚିତ କରିବାକୁ ନେଇ ଦାବି
ନୂଆଦିଲ୍ଲୀ,୧୩|୨: ରାହୁଲଙ୍କୁ ଆଜୀବନ ନିର୍ବାଚନରୁ ବଞ୍ଚିତ କରିବାକୁ ନେଇ ଦାବି! ଭାରତୀୟ ଜନତା ପାର୍ଟିର ସାଂସଦ ନିଶିକାନ୍ତ ଦୁବେ ଏଭଳି ଦାବି କରିଛନ୍ତି | ସେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଉଠାଇଛନ୍ତି । ତାଙ୍କ କହିବା ଅନୁସାରେ, ରାହୁଲ ଗାନ୍ଧୀଙ୍କ କିଛି ମନ୍ତବ୍ୟ ଏବଂ କାର୍ଯ୍ୟ ଶୈଳୀ ଦେଶର ଏକତାକୁ କ୍ଷତି ପହଞ୍ଚାଇପାରେ । ଦୁବେ ଦାବି କରିଛନ୍ତି ଯେ,ରାହୁଲ ଗାନ୍ଧୀ ବିଦେଶରେ ଦେଶ ବିରୋଧୀ କଥା କହୁଛନ୍ତି ଏବଂ ବିଦେଶୀ ସଂଗଠନମାନଙ୍କ ସହ ସମ୍ପର୍କ ରଖୁଛନ୍ତି | ଏହା ସହିତ ସେ, ସଂବିଧାନ, ନିର୍ବାଚନ କମିଶନ୍ ଏବଂ ସୁପ୍ରିମକୋର୍ଟ ପରି ସଂସ୍ଥାମାନଙ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏହି କଥାକୁ ଗୁରୁତ୍ୱାରୋପ ଦୁବେ ରାହୁଲଙ୍କ ସାଂସଦ ପଦବୀ ରଦ୍ଦ କରିବା ଏବଂ ତାଙ୍କୁ ଆଜୀବନ ନିର୍ବାଚନ ଲଢ଼ିବାରୁ ବଞ୍ଚିତ କରିବା ନେଇ ଦାବି କରିଛନ୍ତି ।
ଅନ୍ୟପଟେ ଏହି କଥାକୁ ନେଇ ବିରୋଧୀ ସାଂସଦମାନେ ପ୍ରତିବାଦ ଆରମ୍ଭ କରିଥିଲେ । ଗୃହରେ ପ୍ରବଳ ହଟ୍ଟଗୋଳ ହେବାରୁ ସଂସଦର କାର୍ଯ୍ୟରେ ବାଧା ଉପୁଜିଥିଲା | ଫଳରେ ବାଚସ୍ପତି ଗୃହକୁ ଅସ୍ଥାୟୀ ଭାବେ ସ୍ଥଗିତ କରିଥିଲେ । ଏହି ଘଟଣା ପରେ ସରକାର ଏବଂ ବିରୋଧୀଙ୍କ ମଧ୍ୟରେ ରାଜନୈତିକ ବିବାଦ ଆହୁରି ବଢ଼ିବାର ସଙ୍କେତ ମିଳୁଛି ।

