Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଟଳ ବାୟୋ ଅଭ୍ୟୁଦୟ ଯୋଜନା ଅନ୍ତର୍ଗତ “ ମାତା ପିତା ତଥା ବରିଷ୍ଠ ନାଗରିକଙ୍କ ଭରଣ ପୋଷଣ ଓ କଲ୍ୟାଣ ଆଇନ, ୨୦୦୭” ବିଷୟରେ ଏକ ସଚେତନତା କର୍ମଶାଳା

ପାରଳାଖେମୁଣ୍ଡି:୧୮/୨(ଗରୁଡ଼ ଧ୍ଵଜ ଚୌଧୁରୀ)ଆଜି ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସ୍ଥାନୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ , ପାରଳାଖେମୁଣ୍ଡି ଠାରେ ଅଟଳ ବାୟୋ ଅଭ୍ୟୁଦୟ ଯୋଜନା ଅନ୍ତର୍ଗତ “ ମାତା ପିତା ତଥା ବରିଷ୍ଠ ନାଗରିକଙ୍କ ଭରଣ ପୋଷଣ ଓ କଲ୍ୟାଣ ଆଇନ, ୨୦୦୭” ବିଷୟରେ ଏକ ସଚେତନତା କର୍ମଶାଳା ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମୁନିନ୍ଦ୍ର ହୋନନାଗ ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଏଲ୍.ସନ୍ତୋଷ କୁମାର, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ପାରଳାଖେମୁଣ୍ଡି, ଶ୍ରୀମତି ଦେବଶ୍ରୀ ବ୍ରହ୍ମା, ରାଜ୍ୟ ପ୍ରକଳ୍ପ ସଂଯୋଜକ, ହେଲ୍ପ ଏଜ ଇଣ୍ଡିଆ, ଭୁବନେଶ୍ବର, ଶ୍ରୀଯୁକ୍ତ ବିନୋଦ ଚନ୍ଦ୍ର ଜେନା, ଉପଦେଷ୍ଟା, ଗ୍ରାମାଞ୍ଚଳ ଉନ୍ନତି ନିମନ୍ତେ ବରିଷ୍ଠ ନାଗରିକ ମଞ୍ଚ,ଗୁରାଣ୍ଡି, ଶ୍ରୀଯୁକ୍ତ ଅଶ୍ଵିନୀ କୁମାର ପାଢୀ , ସଭାପତି , ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ସଂଘ, ପାରଳାଖେମୁଣ୍ଡି, ଶ୍ରୀଯୁକ୍ତ ରାମଚନ୍ଦ୍ର ପାଢୀ, ସଭ୍ୟ , ବରିଷ୍ଠ ନାଗରିକ ମଞ୍ଚ, ପାରଳାଖେମୁଣ୍ଡି ପ୍ରମୁଖ ମଞ୍ଚାସୀନ ଥିବା ବେଳେ ଶ୍ରୀମତୀ ଉତ୍ସର୍ଗୀତା ବଡରଇତ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଗଜପତି ମଞ୍ଚ ପରିଚାଳନା କରିଥିଲେ । ଏହି କର୍ମଶାଳା ରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ବରିଷ୍ଠ ନାଗରିକ ବୃନ୍ଦ, ବିଭିନ୍ନ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ, ପୋଲିସ କର୍ମଚାରୀ ଗଣ, ଆଶ୍ରା ଜରାଶ୍ରମ ର ଅନ୍ତେବାସୀ ବୃନ୍ଦ ଓ ବିଭିନ୍ନ ବ୍ଲକ ରୁ ଆସିଥିବା ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଙ୍କର କର୍ମଚାରୀ ମାନେ ଏହିପରି ଭାବେ ମୋଟ ଶହେ ରୁ ଉର୍ଦ୍ଧ ଲୋକ ଯୋଗ ଦେଇଥିଲେ । ଏହି କର୍ମଶାଳାରେ ଶ୍ରୀମତି ବ୍ରହ୍ମା “ ମାତା ପିତା ତଥା ବରିଷ୍ଠ ନାଗରିକଙ୍କ ଭରଣ ପୋଷଣ ଓ କଲ୍ୟାଣ ଆଇନ, ୨୦୦୭” ଅଧିନରେ ଥିବା ବିଭିନ୍ନ ସୁବିଧା ଗୁଡିକ ବିଷୟରେ ଜଣାଇଥିଲେ । ସଭା ଶେଷରେ ଶ୍ରୀମତୀ ଉତ୍ସର୍ଗୀତା ବଡରଇତ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଗଜପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ଏହି କାର୍ଯ୍ୟକ୍ରମକୁ ସାମାଜିକ ସୁରକ୍ଷା ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories