ଗୋଷାଣୀ ବ୍ଲକ ଗୁରାଣ୍ଡୀ ମୀନକେତନ ମହାବିଦ୍ୟାଳୟରେ ଦକ୍ଷତା କେନ୍ଦ୍ର ର ଶୁଭାରମ୍ଭ
ପାରଳାଖେମୁଣ୍ଡି:୧୮/୨(ଗରୁଡ଼ ଧ୍ଵଜ ଚୌଧୁରୀ)
ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ଗୁରାଣ୍ଡି ଗ୍ରାମ ସ୍ଥିତ ମୀନକେତନ ମହାବିଦ୍ୟାଳୟରେ ଏକ କମ୍ପ୍ୟୁଟର ପ୍ରଶିକ୍ଷଣ କେନ୍ଦ୍ର ର ଶୁଭାରମ୍ଭ ହୋଇଛି।
ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଗୋଦାବରୀ ଜେନା’ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଗଜପତି ଉପଜିଲ୍ଲାପାଳ ଶ୍ରୀ ଅନୁପ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଦକ୍ଷତା କେନ୍ଦ୍ରକୁ ଉଦଘାଟନ କରିବା ସହ ଓଡ଼ିଶା ସରକାର’ଙ୍କ ପକ୍ଷରୁ ପ୍ରଦତ୍ତ ଏହି ସୁଯୋଗର ସଦୁପଯୋଗ କରିବାକୁ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ବାନ ଦେଇଥିଲେ।ଓ:କେ:ସି:ଏଲ: ର ଗଜପତି ଜିଲ୍ଲା ମୂଖ୍ୟ ଶ୍ରୀକାନ୍ତ ମହାନ୍ତି ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ସାଂପ୍ରତିକ ପରିସ୍ଥିତିରେ ଓଡ଼ିଶା ସରକାର’ଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଅଧୀନରେ କାମ କରୁଥିବା ଓ:କେ:ସି:ଏଲ: ର ଜ୍ଞାନ କୌଶଳରେ ପରିଚାଳିତ ତଥା ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ପ୍ରଦତ୍ତ
ଓ:ଏସ:ସି:ଆଇ:ଟି ପ୍ରମାଣପତ୍ର ସମସ୍ତ ଚାକିରୀ ପାଇଁ ଅତ୍ୟାବଶ୍ୟକ ବୋଲି ସୂଚନା ଦେବା ସହ ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକରେ ଏହି ଉପାନ୍ତ ଅଞ୍ଚଳରେ ରହୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଓଡ଼ିଶାର ସାମଗ୍ରିକ ସ୍ରୋତରେ ସାମିଲ କରିବାକୁ ଓକେସିଏଲର ପ୍ରୟାସ ସମ୍ପର୍କରେ ସୂଚନା ଦେଇଥିଲେ।
ଦକ୍ଷତା କେନ୍ଦ୍ର ସଞ୍ଚାଳକ ଶ୍ରୀ ଲୋକନାଥ ମିଶ୍ର ବିଭିନ୍ନ କୋର୍ସ ସମ୍ପର୍କରେ ବିଶଦ ଭାବେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। ଅଧ୍ୟାପିକା କଳ୍ପନା ମହାରଣାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକ ଜନସ୍ବାସ୍ଥ୍ୟ ସଂପ୍ରସାରଣ ଅଧିକାରୀଣୀ ମମତା ପାଢୀ ମୂଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ଅଧ୍ୟାପକ ଡଃ ଜି: ନାଗେଶ୍ୱର ରାଓ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଅଧ୍ୟାପିକା ସୁନୀତା ବେହେରା ସ୍ବାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପିକା ମୀନାକ୍ଷୀ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।

