Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ ବିଶ୍ଵ ସାମାଜିକ ନ୍ୟାୟ ଦିବସ -୨୦୨୬ ପାଳିତ

ପାରଳାଖେମୁଣ୍ଡି:୨୦/୨(ଗରୁଡ଼ ଧ୍ଵଜ ଚୌଧୁରୀ) ଆଜି ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଗଜପତି ପକ୍ଷରୁ ସ୍ଥାନୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ ବିଶ୍ଵ ସାମାଜିକ ନ୍ୟାୟ ଦିବସ -୨୦୨୬ ପାଳିତ ହୋଇ ଯାଇଛି । ଏହି ଅବସରରେ ସମସ୍ତ ବରିଷ୍ଠ ନାଗରିକ ଯୋଗଗୁରୁଙ୍କ ତତ୍ୱାବଧାନରେ ଯୋଗ କରିଥିଲେ ଓ ସେମାନଙ୍କର ନାମ ପଞ୍ଜୀକରଣ ପରେ ବରିଷ୍ଠ ନାଗରିକ ମାନଙ୍କ ନିମନ୍ତେ ମାଗଣା ସ୍ଵାସ୍ଥ୍ୟଶିବିରର ଆୟୋଜନ କରାଯାଇଥିଲା । ଏଥିରେ ବିଭିନ୍ନ ସ୍ବାସ୍ଥ୍ୟ ବିଶେଷଜ୍ଞ ଡ଼ାକ୍ତର ଯୋଗ ଦେଇଥିଲେ ଏବଂ ବରିଷ୍ଠ ନାଗରିକଙ୍କ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟାର ପରୀକ୍ଷା କରିବା ସଙ୍ଗେ ସଙ୍ଗେ ମାଗଣାରେ ଔଷଧ ବିତରଣ କରାଯାଇଥିଲା । ଉକ୍ତ କାର୍ଯକ୍ରମରେ ସମୁଦାୟ ୧୯୨ ଜଣ ବରିଷ୍ଠ ନାଗରିକ ଯୋଗ ଦେଇଥିବା ବେଳେ ୧୮୭ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏହି ଅବସରରେ ଶ୍ରୀଯୁକ୍ତ ଅନୁପ ପଣ୍ଡା, ଉପ ଜିଲ୍ଲାପାଳ, ପାରଳାଖେମୁଣ୍ଡି ଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଡ଼ାକ୍ତର ପ୍ରଦୀପ ମହାପାତ୍ର, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ,ଗଜପତି, ଶ୍ରୀଯୁକ୍ତ ମହେଶ୍ୱର ମଣ୍ଡଳ, ଜିଲ୍ଲା ଅଗ୍ରଣୀ ପ୍ରବନ୍ଧକ, ୟୁନିୟନ ବ୍ୟାଙ୍କ, ପାରଳାଖେମୁଣ୍ଡି, ଶ୍ରୀଯୁକ୍ତ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଉପଦେଷ୍ଟା, ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ସଂଘ, ପାରଳାଖେମୁଣ୍ଡି, ଶ୍ରୀଯୁକ୍ତ ସୁରେନ୍ଦ୍ରନାଥ ରଥ, କାର୍ଯ୍ୟକାରିଣୀ ସଭାପତି, ବରିଷ୍ଠ ନାଗରିକ ମଞ୍ଚ, ପାରଳାଖେମୁଣ୍ଡି, ଶ୍ରୀଯୁକ୍ତ ବିନୋଦ ଚନ୍ଦ୍ର ଜେନା, ଉପଦେଷ୍ଟା, ଗ୍ରାମାଞ୍ଚଳ ଉନ୍ନତି ନିମନ୍ତେ ବରିଷ୍ଠ ନାଗରିକ ମଞ୍ଚ, ଗୁରାଣ୍ଡି ସମ୍ମାନନୀୟ ଅତିଥି ଭାବେ ମଞ୍ଚାସୀନ ଥିଲେ । ଏହି କାର୍ଯ୍ୟକ୍ରମର ଆବାହିକା ଶ୍ରୀମତୀ ଉତ୍ସର୍ଗୀତା ବଡରଇତ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ,ଗଜପତି ବିବରଣୀ ପଠନ କରିବା ସହ ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମୋଟ ୫ ଜଣ ହିତାଧିକାରୀଙ୍କୁ ନୂତନ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ କରାଯାଇଥିଲା। ଏହା ପରେ ବରିଷ୍ଠ ନାଗରିକଙ୍କ ନିମନ୍ତେ ପୋଲିସ ପ୍ରଶାସନଙ୍କ ଦ୍ୱାରା ଡିଜିଟାଲ ସାକ୍ଷରତା , ଜିଲ୍ଲା ଅଗ୍ରଣୀ ପ୍ରବନ୍ଧକ, ୟୁନିୟନ ବ୍ୟାଙ୍କ, ପାରଳାଖେମୁଣ୍ଡି ଓ ପୋଷ୍ଟ ଅଫିସ ର କର୍ମକର୍ତ୍ତା ଙ୍କ ଦ୍ୱାରା ଆର୍ଥିକ ସାକ୍ଷରତା ଓ ଜିଲ୍ଲା ପ୍ରଶାସନ ଦ୍ୱାରା “ ମାତା ପିତା ତଥା ବରିଷ୍ଠ ନାଗରିକଙ୍କ ଭରଣ ପୋଷଣ ଓ କଲ୍ୟାଣ ଆଇନ, ୨୦୦୭” ବିଷୟରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସାମାଜିକ ସୁରକ୍ଷା ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ଶ୍ରୀଯୁକ୍ତ ଏଲ୍ .ସନ୍ତୋଷ କୁମାର, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ପାରଳାଖେମୁଣ୍ଡି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories