Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟରେ “ଯୁବ ଉର୍ଜା ନିଯୁକ୍ତି ସଂଯୁକ୍ତ ପ୍ରଶିକ୍ଷଣ କାର୍ୟକ୍ରମ” ଉପରେ କର୍ମଶାଳା ଆୟୋଜିତ

ପାରଳାଖେମୁଣ୍ଡି:୨୭/୨(ଗରୁଡ଼ ଧ୍ଵଜ ଚୌଧୁରୀ) ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର କ୍ୟାରିଅର କାଉନ୍ସେଲିଂ ସେଲ୍ଙ୍କ ଙ୍କ ସମନ୍ୱୟରେ ଏବଂ ଜଗଟଗୁରୁ କୃପାଳୁ ୟୋଗ ଟ୍ରଷ୍ଟ ଙ୍କ ସହଯୋଗରେ ୨୭/୦୨/୨୦୨୬ ତାରିଖ ଦିନ ମହାବିଦ୍ୟାଳୟ ଠାରେ ଯୁଜି ଓ ପିଜି ଅନ୍ତିମ ବର୍ଷର ଛାତ୍ରଛାତ୍ରୀମାନଙ୍କ ପାଇଁ “ଯୁବ ଉର୍ଜା ନିଯୁକ୍ତି ସଂଯୁକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ” ବିଷୟରେ ଏକ ସଚେତନତା ଓ ପ୍ରଶିକ୍ଷଣମୂଳକ ଅଧିବେଶନ ସଫଳତାର ସହିତ ଆୟୋଜିତ ହୋଇଥିଲା।
କାର୍ଯ୍ୟକ୍ରମରେ ଅତିଥିବୃନ୍ଦ ଛାତ୍ରଛାତ୍ରୀଙ୍କୁ ଆଜିର ପ୍ରତିଯୋଗୀତାମୂଳକ ଯୁଗରେ କୌଶଳ ବିକାଶର ଆବଶ୍ୟକତା, ନିଯୁକ୍ତିମୂଖୀ ପ୍ରଶିକ୍ଷଣର ଗୁରୁତ୍ୱ ଏବଂ ନିଜ ଯୋଗ୍ୟତା ଅନୁଯାୟୀ ଠିକ୍ କ୍ୟାରିଅର ଚୟନ ବିଷୟରେ ମାର୍ଗଦର୍ଶନ ଦେଇଥିଲେ। ବକ୍ତାମାନେ “ଯୁବ ଉର୍ଜା” କାର୍ଯ୍ୟକ୍ରମର ଉଦ୍ଦେଶ୍ୟ, ପ୍ରଶିକ୍ଷଣ ପ୍ରକ୍ରିୟା, ଯୋଗ୍ୟତା ମାନଦଣ୍ଡ ଓ ନିଯୁକ୍ତି ସୁଯୋଗ ସମ୍ବନ୍ଧୀୟ ତଥ୍ୟ ସବିଶେଷ ଭାବେ ଉପସ୍ଥାପନ କରିଥିଲେ। ପ୍ରଶିକ୍ଷଣ ଆରମ୍ଭ ରେ ଡ଼ ଶୁଭେନ୍ଦୁ ପ୍ରଧାନ ସ୍ବାଗତ ସମ୍ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।
ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରାଧାକାନ୍ତ ଭୂୟାଁ ମହାଶୟ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ପାଠ୍ୟକ୍ରମ ସହିତ କୌଶଳମୂଳକ ପ୍ରଶିକ୍ଷଣ ଛାତ୍ରଛାତ୍ରୀଙ୍କୁ ନିଜକୁ ସ୍ୱାବଳମ୍ବୀ କରିବାରେ ଏବଂ ନିଯୁକ୍ତି ସୁଯୋଗ ବୃଦ୍ଧିରେ ବିଶେଷ ସାହାଯ୍ୟ କରେ। IQAC ସଂଯୋଜକ ଡ଼ ବିଘ୍ନେଶ୍ୱର ମିଶ୍ରଙ୍କ ପକ୍ଷରୁ ଗୁଣସ୍ତରୀୟ ଶିକ୍ଷା ସହ ନିଯୁକ୍ତିମୂଖୀ ପଦକ୍ଷେପ ନିରନ୍ତର ଭାବେ ଗ୍ରହଣ କରାଯାଉଥିବା ଉଲ୍ଲେଖ କରାଯାଇଥିଲା।କାର୍ଯ୍ୟକ୍ରମରେ କ୍ୟାରିଅର କାଉନସିଲ ସେଲ ର ସଂଯୋଜକ ଡ଼ ପ୍ରିୟବ୍ରତ ଶତପଥୀ ଏହି କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଓ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ପ୍ରଶିକ୍ଷଣ,ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗ ଉପରେ ଆଲୋକପାତ କରିଥିଲେ। ଜଗତଗୁରୁ କୃପାଳୁ ଯୋଗ ଟ୍ରଷ୍ଟ ର ପ୍ରୋଗ୍ରାମ ମ୍ୟାନେଜର ଶ୍ରୀ ଅଶୋକ ସାମଲ ଓ ଶ୍ରୀମନ୍ତ ରାଉତରାୟ ଏହି କାର୍ଯ୍ୟକ୍ରମ ରେ ସ୍ନାତକ ସରିବାପରେ ଛାତ୍ର ଛାତ୍ରୀ ମାନେ ନିଜକୁ କିପରି ଏହି ଯୋଜନା ରେ ସାମିଲ କରି ନିଯୁକ୍ତି ସୁଯୋଗ ପାଇବେ ଓ ରୋଜଗାର କ୍ଷମ କରିବେ ସେ ବିଷୟର ଟ୍ରଷ୍ଟ ପକ୍ଷରୁ ହାତକୁ ନିଆଯାଇ ଥିବା ପାଠ୍ୟଖସଡା ଉପରେ ସବିଶେଷ ଆଲୋଚନା କରିଥିଲେ। ମହାବିଦ୍ୟାଳୟର ବହୁ ସଂଖ୍ୟକ ଯୁଜି ଓ ପିଜି ଅନ୍ତିମ ବର୍ଷର ଛାତ୍ରଛାତ୍ରୀ ଯୋଗଦେଇ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ ଏବଂ ନିଜ ଭବିଷ୍ୟତ କ୍ୟାରିଅର ଗଠନ ପାଇଁ ଏହାକୁ ଅତ୍ୟନ୍ତ ଉପଯୁକ୍ତ ବୋଲି ମତ ପ୍ରକାଶ କରିଥିଲେ।ଶେଷରେ କ୍ୟାରିଅର କାଉନ୍ସେଲିଂ ସେଲ୍ ପକ୍ଷରୁ ଡ଼ ମାନସୀ କୁମାରୀ ସାହୁକାର ଧନ୍ୟବାଦ ଅର୍ପଣ କରିଥିଲେ ଓ କାର୍ଯ୍ୟକ୍ରମର ସମାପନ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories