Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲାର ପୁରାଣ ପ୍ରସିଦ୍ଧ ମହେନ୍ଦ୍ର ଗିରିର ଶାନ୍ତ ବାତାବରଣରେ ଭଙ୍ଗାରୁଜା ଓ ପୋଡା ଜଳା ଯୋଗୁଁ ପରିବେଶ ଅଶାନ୍ତ, ସାଧାରଣରେ ଉଦବେଗ

ପାରଳାଖେମୁଣ୍ଡି:୨/୩(ଗରୁଡ଼ ଧ୍ଵଜ ଚୌଧୁରୀ) ଓଡିଶାର ହିମାଳୟ, ଆଧ୍ୟାତ୍ମିକ ଓ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ଶିଖରରେ ଭଙ୍ଗା ରୁଜା ଓ ପୋଡା ଜଳା କରିବା ଯୋଗୁଁ ଶାନ୍ତ ପରିବେଶ ଅଶାନ୍ତ ହୋଇଉଠିଛି. ଘଟଣା ନେଇ ସାଧାରଣରେ ତୀବ୍ର ଉଦବେଗ ପ୍ରକାଶ ପାଇଛି. ଗତକାଲି ମହେନ୍ଦ୍ରଗିରି ଠାରେ ଥିବା ଆଶ୍ରମ ଓ ଇକୋରିସ୍ଟରେ ବାରଘର ଗ୍ରାମର 40ରୁ ଉର୍ଦ୍ଧ ବ୍ୟକ୍ତି ବିଭିନ୍ନ ମାରଣାସ୍ତ୍ର ସହ ପହଞ୍ଚି ନିଆଁ ଲଗାଇ ପୋଡା ଜଳା କରିବା ସହ ଭଙ୍ଗାରୁଜା କରିଥିବା ନେଇ ଅଭିଯୋଗ ହୋଇଛି. ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକରେ ଥ‌ିବା ମହେନ୍ଦ୍ରଗିରିର ଶାନ୍ତ ପରିବେଶ ଏବେ କିଛି ଦୁର୍ବୁତ୍ତମାନଙ୍କ ଯୋଗୁଁ ଅଶାନ୍ତ ହୋଇପଡିଛି. ଶନିବାର ମଧ୍ୟାହ୍ନରେ ବାରଘର ଗ୍ରାମର କିଛି ବ୍ୟକ୍ତି କିଛି ମାରଣାସ୍ତ୍ର ସହ ମହେନ୍ଦ୍ରଗିରି ଶିଖରକୁ ଆସି କୁନ୍ତୀ ମନ୍ଦିର ନିକଟରେ ଥିବା ଆଶ୍ରମରେ କବାଟ ଭାଙ୍ଗି ଜବରଦସ୍ତି ପ୍ରବେଶ କରି ଭିତରେ ଥିବା ଜିନିଷପତ୍ର ଭଙ୍ଗାରୁଜା କରିବା ସ‌ହ ନିଆଁ ଲଗାଇ ପୋଡ଼ି ଦେଇଥ‌ିବା ଅଭିଯୋଗ ହୋଇଛି। ଏଥିସହ ପର୍ଯ୍ୟଟକଙ୍କ ନିମନ୍ତେ ତିଆରି ହୋଇଥିବା ଇକୋରିସଟ୍‌ର୍‌ ପାଇଁ ପାଣି ଯୋଗାଉଥିବା ଦୁଇଟି ପାଣିମୋଟରକୁ ମଧ୍ୟ ସେମାନେ ଭାଙ୍ଗିବା ସହ ପାଣି ପାଇପ୍ ଗୁଡିକ କାଟି ଦେଇଥିବା ଅଭିଯୋଗ ହୋଇଛି। ଏଥିଯୋଗୁଁ ଇକୋରିସଟର୍କୁ ପାନୀୟଜଳ ଯୋଗାଣ ବନ୍ଦ ରହିଛି। ପର୍ଯଟକ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ମହାଶିବରାତ୍ରିରେ ଶ୍ରଦ୍ଧାଳୁଙ୍କ ପାଇଁ ମହେନ୍ଦ୍ରଗିରିରେ ନିର୍ମାଣ ହୋଇଥିବା ପାଇଖାନା ଗୁଡିକ ମଧ୍ୟ ସେମାନେ ଭାଙ୍ଗି ଦେଇଛନ୍ତି । ଗତକାଲି ଏନେଇ ଖବର ପାଇ ଘଟଣା ସ୍ଥଳରେ ଗାରାବନ୍ଧ ଥାନା ପୁଲିସ ପହଞ୍ଚି ଦେଖଣାହାରି ସାଜି ସେମାନଙ୍କୁ ବୁଝାସୁଝା କରି ସେଠାରୁ ପଠାଇ ଦେଇଥିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ କରାଯାଇଛି. ମହେନ୍ଦ୍ରଗିରି ଠାରେ ମାରଣାସ୍ତ୍ର ସହ ପହଞ୍ଚି ପୋଡା ଜଳା ସହ ଭଙ୍ଗା ରୁଜା କରି ମହେନ୍ଦ୍ରଗିରିର ପବିତ୍ରତାକୁ ନଷ୍ଟ କରିଥିବା ଲୋକଙ୍କୁ ଗାରାବନ୍ଧ ପୋଲିସ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପରିବର୍ତ୍ତେ କେଉଁ କାରଣରୁ ସେମାନଙ୍କୁ ଖୁସାମତ କରି ସେଠାରୁ ପଠାଇ ଦେବା ଯୁକ୍ତିଯୁକ୍ତ ଅଟେ ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି . ଘଟଣା ନେଇ ଆଜି ଗାରାବନ୍ଧ ଥାନାରେ ବନ ବିଭାଗ ଓ ମହେନ୍ଦ୍ରଗିରି ସୁରକ୍ଷା ପାଇଥିବା ଜୈବ ମଣ୍ଡଳ କମିଟି ତରଫରୁ ପୃଥକ ପୃଥକ ଭାବେ ୨ ଗୋଟି ଲିଖିତ ଅଭିଯୋଗ କରାଯାଇଥିବା ସୂଚନା ମିଳିଛି .

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories